ETV Bharat / entertainment

Alanna Panday Wedding: 'ନାଟୁ-ନାଟୁ' ଗୀତରେ ନାଚିଲେ ବିଦେଶୀ ବରଯାତ୍ରୀ, ଭିଡିଓ ଭାଇରାଲ

author img

By

Published : Mar 17, 2023, 4:03 PM IST

ବିବାହ କଲେ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସମ୍ପର୍କୀୟ ଭଉଣୀ ଆଲାନା ପାଣ୍ଡେ
ବିବାହ କଲେ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସମ୍ପର୍କୀୟ ଭଉଣୀ ଆଲାନା ପାଣ୍ଡେ

ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସମ୍ପର୍କୀୟ ଭଉଣୀ ଆଲାନା ପାଣ୍ଡେ ବିବାହ କରିଛନ୍ତି । ଏହି ବିବାହର ଭିଡିଓ ଏବଂ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ମୁମ୍ବାଇ: ମାର୍ଚ୍ଚ 16ରେ ବଲିଉଡର ପାଣ୍ଡେ ପରିବାର ଆଲାନା ପାଣ୍ଡେଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ହିନ୍ଦୁ ରୀତିନୀତି ଅନୁଯାୟୀ ଆଲାନା ପାଣ୍ଡେ ତାଙ୍କ ବିଦେଶୀ ପ୍ରେମିକ ଆଇଭୋରୀ ମେକ୍ରେଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ବିବାହ ସମାରୋହର ଅନେକ ଭିଡିଓ ଏବଂ ଫଟୋ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଭିଡିଓରେ ଓସ୍କାର ବିଜେତା ଗୀତ 'ନାଟୁ-ନାଟୁ'ରେ ବିଦେଶୀ ଅତିଥିମାନେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏଥିରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନିଜ ପିତାମାତା ଚଙ୍କି, ଭାବନା ପାଣ୍ଡେ ଏବଂ ସମ୍ପର୍କୀୟଙ୍କ ସହ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି।

ଶେଷରେ ଆଲାନା ପାଣ୍ଡେ ତାଙ୍କ ବୟଫ୍ରେଣ୍ଡ ତଥା ଆମେରିକୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ, ଫଟୋଗ୍ରାଫର ଆଇଭୋରୀ ମେକ୍ରେଙ୍କୁ ବିବାହ କରିଛନ୍ତି। ବିବାହରେ ଆଲାନାହାଲୁକା ରଙ୍ଗର ୱାଇଟ ଲେହେଙ୍ଗାରେ ନଜର ଆସିଥିବା ବେଳେ ଆଇଭୋରୀ ମଧ୍ୟ ୱାଇଟ ସୁଟରେ ନଜର ଆସିଥିଲେ। ଦମ୍ପତି ବହୁତ ସୁନ୍ଦର ଦେଖାଯାଉଥିଲେ। ଦମ୍ପତି ରାଜକୀୟ ଢଙ୍ଗରେ ବିବାହ କରି ନିଜ ସବୁ ସ୍ବପ୍ନ ପୂରଣ କରିଛନ୍ତି। ଏଥିସହ ବିବାହରେ ନାଟ, ଗୀତ ମଧ୍ୟ ହୋଇଥିଲା। ଯେଉଁଥିରେ ଓସ୍କାର ବିଜେତା ଗୀତ 'ନାଟୁ-ନାଟୁ'ରେ ପୁରା ବିଦେଶୀ ବରଯାତ୍ରୀ ସହ ପାଣ୍ଡେ ପରିବାର ଖୁବ ନାଚିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

ବିବାହ କଲେ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସମ୍ପର୍କୀୟ ଭଉଣୀ ଆଲାନା ପାଣ୍ଡେ
ବିବାହ କଲେ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସମ୍ପର୍କୀୟ ଭଉଣୀ ଆଲାନା ପାଣ୍ଡେ

ଅନ୍ୟପକ୍ଷରେ ଆଲାନା ପାଣ୍ଡେଙ୍କ ବିବାହର ଭିଡିଓକୁ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ମଧ୍ୟ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଥିବାର ଦେଖିବାକୁ ମିଳିଛି । ଆଲାନା ପାଣ୍ଡେଙ୍କୁ ବିବାହର ଅଭିନନ୍ଦନ ଜଣାଇ ଏହି ଭିଡିଓ ପୋଷ୍ଟ କରିଛନ୍ତି ଅନନ୍ୟା । ବିବାହରେ ଅନନ୍ୟା ପାଣ୍ଡେଙ୍କ ଶାଢୀ ଲୁକ ଫ୍ୟାନ୍ସକୁ ଦିୱାନା କରିଥିଲା । ଅନନ୍ୟା ପାଣ୍ଡେ ମଧ୍ୟ ତାଙ୍କ ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ବେଶ ଉପଭୋଗ କରିଥିଲେ । ନିଜ ପିତାମାତା ଚଙ୍କି ଏବଂ ଭାବନା ପାଣ୍ଡେ ଓ ଅହାନ୍ ଆଲାନାଙ୍କ ସହ ଖୁବ ନାଚିଥିବାର ନଜର ଆସିଥିଲେ । ଏହି ଭିଡିଓ ଦେଖି ଫ୍ୟାନ୍ସ ଲାଇକ କରିବା ସହ ଆଲାନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଓସ୍କାର ବିଜେତା ଗୀତ 'ନାଟୁ-ନାଟୁ' ଗୀତରେ ପୁରା ପରିବାର ଡ୍ୟାନ୍ସ କରିବା ସହ ବିବାହ ଉତ୍ସବକୁ ବେଶ ଉପଭୋଗ କରୁଥିବା ଭିଡିଓ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି । ସୂଚନା ଥାଉ କି, ଆଲାନା ପାଣ୍ଡେ ହେଉଛନ୍ତି ଚଙ୍କି ପାଣ୍ଡେଙ୍କ ଭାଣିଜୀ ଏବଂ ଅନନ୍ୟା ପାଣ୍ଡେଙ୍କ ସମ୍ପର୍କୀୟ ଭଉଣୀ । ତେବେ ଆଲାନା ପାଣ୍ଡେଙ୍କ ବିବାହରେ ପାଣ୍ଡେ ପରିବାରର ସମସ୍ତ ସଦସ୍ୟ ସହ ବଲିଉଡର ଅନେକ ତାରକା ସାମିଲ ହୋଇ ଦମ୍ପତିଙ୍କୁ ଆର୍ଶୀବାଦ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.