ETV Bharat / entertainment

ରିଆଲିଟି ଶୋ’ ପାଇଁ ଡିଭୋର୍ସ ଡ୍ରାମା ! ଏକାଠି ନଜର ଆସିବେ ସୋଏବ-ସାନିଆ

author img

By

Published : Nov 13, 2022, 5:19 PM IST

ରିଆଲିଟି ଶୋ'ରେ ଏକାଠି ନଜର ଆସିବେ ସାନିଆ-ସୋଏବ, ବିବାହ ବିଚ୍ଛେଦକୁ ନେଇ ହେଉଛି ଚର୍ଚ୍ଚା
ରିଆଲିଟି ଶୋ'ରେ ଏକାଠି ନଜର ଆସିବେ ସାନିଆ-ସୋଏବ, ବିବାହ ବିଚ୍ଛେଦକୁ ନେଇ ହେଉଛି ଚର୍ଚ୍ଚା

ଭାରତୀୟ ଟେନିସ ପ୍ଲେୟାର ସାନିଆ ମିର୍ଜା ଓ କ୍ରିକେଟର ସ୍ବାମୀଙ୍କ ମଧ୍ୟରେ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଉଭୟ ଆଗକୁ ଏକ ରିଆଲିଟି ଶୋ'ରେ ନଜର (Sania Mirza reality show with Shoaib Malik) ଆସିବେ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଭାରତୀୟ ଲୋକପ୍ରିୟ ତଥା ସଫଳ ଟେନିସ ଖେଳାଳୀ ଓ ପାକିସ୍ତାନୀ ସ୍ବାମୀ ସୋଏବ ମଲ୍ଲିକଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଲାଗି ରହିଛି (Sania Mirza Shoaib Malik divorce ) । ସେମାନେ ୧୨ ବର୍ଷର ସମ୍ପର୍କ ମଧ୍ୟରେ ପୂର୍ଣ୍ଣଚ୍ଛେଦ ପକାଇଥିବା ନେଇ ଖବର ମଧ୍ୟ ଶୁଣିବାକୁ ମିଳିଛି । ଏହି ଗୁଜବ ମଧ୍ୟରେ ସାନିଆ ନିଜ ସ୍ବାମୀଙ୍କ ସହିତ ଏକ ରିଆଲିଟି ଶୋ' କରିବାକୁ ଯାଉଛନ୍ତି (Sania Mirza reality show with Shoaib Malik) । ଏହି ୨ ତାରକା ଏକ ରିଆଲିଟି ଶୋ'ରେ ସାଥୀରେ ନଜର ଆସିବ ବୋଲି ଖୋଦ ସାନିଆ ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଏହି ସୂଚନା ଦେଇଛନ୍ତି ।

ଏହି ଶୋ'ର ନାମ ରହିଛି 'ଦି ମିର୍ଜା ମାଲିକ ଶୋ' (The Mirza Malik Show) । ଏହି ଶୋ'ଟି ଊର୍ଦ୍ଦୁଫିଲ୍କସରେ (Urduflix)ରେ ପ୍ରସାରିତ ହେବ । ସାନିଆଙ୍କ ଏହି ଘୋଷଣା ଅନେକଙ୍କୁ ଦ୍ବନ୍ଦ୍ବରେ ପକାଇଛି । ଏହାପରେ ପ୍ରଶଂସକଙ୍କଠୁ ଆରମ୍ଭ କରି ଉଭୟ ଭାରତ ଓ ପାକିସ୍ତାନବାସୀ ସେମାନଙ୍କ ବିବାହ ବିଚ୍ଛେଦ ଖବର ସତ୍ୟତାକୁ ନେଇ ପ୍ରମାଣ ଖୋଜୁଥିବା ଦେଖିବାକୁ ମିଳିଛି । ସେପଟେ ସୋଏବଙ୍କ ଅନ୍ୟ ଜଣେ ମଡେଲ ସହିତ ପରକୀୟା ପ୍ରୀତିକୁ ନେଇ ଦମ୍ପତିଙ୍କ ମଧ୍ୟରେ ବିଭେଦ ସୃଷ୍ଟି ହେଉଥିବା ଖବର ମିଳିଛି ।

ଏହା ବି ପଢନ୍ତୁ- ସୋଏବ-ସାନିଆ ଓ ସମ୍ପର୍କ: ପାକିସ୍ତାନୀ ମଡେଲଙ୍କ ଏଣ୍ଟ୍ରି, ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା

ଏନେଇ ଷ୍ଟାର ଦମ୍ପତିଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିନାହିଁ । ନିକଟରେ ସାନିଆ କୁନିପୁଅ ସହିତ ଏକ ଫଟୋ ସେୟାର କରିଥିଲେ । ଏଥିରେ ସେ ନିଜ ଜୀବନର କଠିନ ସମୟକୁ ନେଇ ଏକ କ୍ୟାପସନ ଲେଖିଥିଲେ । ଏହାସହିତ ସେ ଏକ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଥିଲେ, "ଭାଙ୍ଗି ଯାଇଥିବା ହୃଦୟ କେଉଁ ଆଡ଼କୁ ଯିବ ?" ଏହାସହିତ ସାନିଆ ଦୁବାଇରେ ଏକ ନୂଆ ଘରକୁ ସିଫ୍ଟ ହୋଇଥିବା ଖବର ମଧ୍ୟ ଶୁଣିବାକୁ ମିଳିଥିଲା । ଦୁବାଇର ପାମ୍‌ ଜୁମେରାହରେ ସାନିଆ ସୋଏବଙ୍କ ସହିତ ରହୁଥିବା ବେଳେ ଏବେ ଅନ୍ୟ ଏକ ସ୍ଥାନକୁ ସିଫ୍ଟ ହୋଇଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- ଅଲଗା ହେବେ ସାନିଆ ଓ ସୋଏବ, ବିବାହ ବିଚ୍ଛେଦ ନେଇ ପାକିସ୍ତାନ ମିଡିଆରେ ଚର୍ଚ୍ଚା

ଅନ୍ୟପଟେ ନିକଟରେ ସୋଏବ ଏକ ପାକିସ୍ତାନୀ କ୍ରିକେଟ ଶୋ' ଆସ୍କ ଦ ପାଭିଲିଅନ (Ask the Pavillion)ରେ ନଜର ଆସିଥିଲେ । ଏଥିରେ ତାଙ୍କୁ ସାନିଆଙ୍କ ଟେନିସ୍‌ ଏକାଡେମୀର ଠିକଣା ସମ୍ପର୍କରେ ପ୍ରଶ୍ନ ପଚରାଯାଇଥିଲା । ଏଥିରେ ସୋଏବଙ୍କ ରିପ୍ଲାଏ ସମସ୍ତଙ୍କୁ ଚକିତ କରିଥିଲା । ସୋଏବଙ୍କ କହିଥିଲେ ସେ ସୋନିଆଙ୍କ ଏକାଡ଼େମୀ ସମ୍ପର୍କରେ ଅଧିକ ଜାଣିନାହାନ୍ତି । ସୋଏବଙ୍କ ଏହି ଉତ୍ତର ପାକିସ୍ତାନୀ କ୍ରେକିଟ କୋଚ୍‌ ୱକର ୟୋନିସଙ୍କୁ ଚକିତ କରିଥିବା ବେଳେ ସେ ଥଟ୍ଟାରେ କହିଥିଲେ "ତୁମେ କି ପ୍ରକାରର ସ୍ବାମୀ ? "

ସୂଚନା ଥାଉ କି, ସୋଏବ ଓ ସୋନିଆ ଗତ ୨୦୧୦ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ବେଳେ ଦୁବାଇରେ ରୁହନ୍ତି । ସାନିଆଙ୍କ କ୍ୟାରିଅର ସମ୍ପର୍କରେ ଆଲୋଚନା କଲେ ସେ ଚଳିତ ବର୍ଷ ଜାନୁଆରୀ ଖେଳରୁ ଅବସର ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.