ETV Bharat / international

ସୋଏବ-ସାନିଆ ଓ ସମ୍ପର୍କ: ପାକିସ୍ତାନୀ ମଡେଲଙ୍କ ଏଣ୍ଟ୍ରି, ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା

author img

By

Published : Nov 12, 2022, 8:14 AM IST

ସୋଏବ ଓ ସାନିଆଙ୍କ ସମ୍ପର୍କରେ ପାକିସ୍ତାନୀ ମଡେଲଙ୍କ ଏଣ୍ଟ୍ରି, ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା
ସୋଏବ ଓ ସାନିଆଙ୍କ ସମ୍ପର୍କରେ ପାକିସ୍ତାନୀ ମଡେଲଙ୍କ ଏଣ୍ଟ୍ରି, ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା

ଭାରତୀୟ ଟେନିସ୍ ଖେଳାଳି ସାନିଆ ମିର୍ଜା ଓ ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ମଲିକଙ୍କ ବିବାହ ବିଚ୍ଛେଦ ହେବା ନେଇ ଜୋର ଧରିଛି ଚର୍ଚ୍ଚା । ପାକିସ୍ତାନୀ ମଡେଲ ଆୟେଶା ଓମାରଙ୍କ ସହ ସୋଏବଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଭାଇରାଲ । ଉଭୟଙ୍କ ମଧ୍ୟରେ ସମ୍ପର୍କ ରହିଥିବାରୁ ଏହି ବିବାହ ବିଚ୍ଛେଦ ହେବାକୁ ଯାଉଛି ବୋଲି କୁହାଯାଉଛି । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଭାରତୀୟ ଟେନିସ୍ ଖେଳାଳି ସାନିଆ ମିର୍ଜା ଏବଂ ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ମଲିକଙ୍କ ବିବାହ ବିଚ୍ଛେଦ ହେବା ନେଇ ବର୍ତ୍ତମାନ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ତେବେ ପାକିସ୍ତାନୀ ମଡେଲ ଆୟେଶା ଓମାରଙ୍କ ସହ ସୋଏବଙ୍କ ସମ୍ପର୍କ ରହିଥିବାରୁ ଏହି ବିବାହ ବିଚ୍ଛେଦ ହେବାକୁ ଯାଉଛି ବୋଲି କୁହାଯାଉଛି ।

ତେବେ ସାନିଆ ଓ ସୋଏବଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ସୋଏବ ଓ ପାକିସ୍ତାନୀ ମଡେଲ ଆୟେଶା ଓମାରଙ୍କ କିଛି ଫୋଟୋ ଗଣମାଧ୍ୟମରେ ଖୁବ ଭାଇରାଲ ହେବାରେ ଲାଗିଛି । ଯାହା ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ଅବଶ୍ୟ ବିବାହ ବିଚ୍ଛେଦକୁ ଔପଚାରିକ ଭାବେ ଘୋଷଣା କରିନାହାନ୍ତି ସାନିଆ ଓ ସୋଏବ । କିନ୍ତୁ ସେମାନଙ୍କର ସମ୍ପର୍କୀୟ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଥିବା ପାକିସ୍ତାନୀ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି ।

ସୋଏବ ପାକିସ୍ତାନୀ ମଡେଲ ଆୟେଶା ଉମାରଙ୍କ ସହ ସମ୍ପର୍କରେ ଥିବାରୁ ଏଭଳି ଘଟିଛି ବୋଲି କିଛି ଗଣମାଧ୍ୟମରେ କୁହାଯାଉଛି । ବର୍ତ୍ତମାନ ଆୟେଶାଙ୍କ ସହ ସୋଏବଙ୍କ ମଧ୍ୟ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି । ସେଥିପାଇଁ ସାନିଆ ଓ ସୋଏବଙ୍କ ବିବାହ ବିଚ୍ଛେଦର ଏହା ଏକ କାରଣ ହୋଇପାରେ ବୋଲି ପାକିସ୍ତାନ ଗଣମଧ୍ୟମରେ ଚର୍ଚ୍ଚା ହୋଇଛି । ଆୟେଶା ଜଣେ ପାକିସ୍ତାନୀ ପ୍ରସିଦ୍ଧ ଅଭିନେତ୍ରୀ । ସୋଏବ ଏବଂ ଆୟେଶା ଏକ ପାକିସ୍ତାନୀ ବିଜ୍ଞାପନ ପାଇଁ ସୁଟିଂ କରିଥିଲେ । ଯାହାର ଫଟୋ ସୋଏବ ନିଜେ ସୋସିଆଲ ମିଡିଆରେ ସେୟାର କରିଥିଲେ ।

ଉଲ୍ଲେଖନୀୟ ଯେ, ସୋଏବ ମଲିକ ଏବଂ ସାନିଆ ମିର୍ଜା ୨୦୧୦ ମସିହାରେ ବିବାହ କରିଥିଲେ । ଏହା ସୋଏବଙ୍କର ଦ୍ବିତୀୟ ବିବାହ ଥିଲା । ସୋଏବଙ୍କ ପ୍ରଥମ ବିବାହ ଟିଜର ଆୟେଶା ସିଦ୍ଦିକିଙ୍କ ସହ ହୋଇଥିଲା । ତେବେ ଏହି ପୂର୍ବ ପାକିସ୍ତାନୀ କ୍ରିକେଟର ପାକିସ୍ତାନୀ ମଡେଲ ଆୟେଶା ଉମାରଙ୍କୁ ତୃତୀୟ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.