ETV Bharat / sports

ଅଲଗା ହେବେ ସାନିଆ ଓ ସୋଏବ, ବିବାହ ବିଚ୍ଛେଦ ନେଇ ପାକିସ୍ତାନ ମିଡିଆରେ ଚର୍ଚ୍ଚା

author img

By

Published : Nov 8, 2022, 10:51 PM IST

ସାନିଆ ଓ ସୋଏବଙ୍କ ବିବାହ ବିଚ୍ଛେଦ
ସାନିଆ ଓ ସୋଏବଙ୍କ ବିବାହ ବିଚ୍ଛେଦ

ଖୁବଶୀଘ୍ର ଅଲଗା ହୋଇପାରନ୍ତା ସାନିଆ ମିର୍ଜା ଓ ସୋଏବ ମଲ୍ଲିକ । ପାକିସ୍ତାନୀ ମିଡିଆରେ ଜୋର ଧରିଛି ଚର୍ଚ୍ଚା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଅଲଗା ହୋଇପାରନ୍ତି ଟେନିସ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକ, ଖୁବଶୀଘ୍ର ହୋଇପାରେ ଉଭୟଙ୍କ ବିବାହ ବିଚ୍ଛେଦ, ପରସ୍ପରକୁ ଦେଇ ପାରନ୍ତି ଛାଡପତ୍ର । ଏମିତି କିଛି ଖବର ଏବେ ପାକିସ୍ତାନୀ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ସାନିଆ ମିର୍ଜା ନିଜ ଇନଷ୍ଟାଗ୍ରାମ ପେଜରେ ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ଓ ତାଙ୍କ ପୁଅ ଇଜହାନ ରହିଛନ୍ତି । ସାନିଆ ମିର୍ଜା ଏହି ଫଟୋ କ୍ୟାପସନରେ ଲେଖିଛନ୍ତି କେତେକ ମୁହୁର୍ତ୍ତ ମୋତେ ସବୁଠାରୁ ଅଧିକ କଷ୍ଟ ଦେଇଛି । ଏହି ପୋଷ୍ଟକୁ ଦେଖି ଅନୁମାନ କରାଯାଉଛି ଯେ ବୋଧହୁଏ ଦମ୍ପତିଙ୍କ ଦାମ୍ପତ୍ୟ ଜୀବନରେ ସବୁ କିଛି ଠିକ ଚାଲି ନାହିଁ । ସେହିପରି ଶେଷ ପୋଷ୍ଟରେ ସାନିଆ ଲେଖିଥିଲେ ଭଙ୍ଗା ହୃଦୟ କୁଆଡେ ଯାଏ(Where do broken hearts go ?) ବୋଲି ଲେଖିଥିଲେ । ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ଉଭୟ ଅଲଗା ହେବା ନେଇ ପାକିସ୍ତାନୀ ଗଣମାଧ୍ୟମରେ ଚର୍ଚ୍ଚା କରାଯାଉଛି ।

ଉଭୟଙ୍କ ପ୍ରଥମ ସାକ୍ଷାତ ୨୦୦୪-୨୦୦୫ରେ ଭାରତରେ ହୋଇଥିଲା । ପ୍ରଥମ ସାକ୍ଷାତ ପରେ ଉଭୟଙ୍କ ମଧ୍ୟରେ ଏତେବି କଥାବର୍ତ୍ତା ହୋଇନଥିଲା । ଏହାର କିଛି ବର୍ଷ ପରେ ଉଭୟ ୨୦୦୯-୨୦୧୦ରେ ଅଷ୍ଟ୍ରେଲିଆରେ ପରସ୍ପରକୁ ଭେଟିଥିଲେ । ସାନିଆ ଟେନିସ ଖେଳିବା ପାଇଁ ଅଷ୍ଟ୍ରେଲିଆ ଯାଇଥିବା ବେଳେ ସୋଏବ କ୍ରିକେଟ ମ୍ୟାଚ ଖେଳିବାକୁ ଯାଇଥିଲେ । ଏହି ସମୟରେ ଉଭୟଙ୍କ ଦ୍ବିତୀୟ ସାକ୍ଷାତ ହୋଇଥିଲା ।

ଦ୍ବିତୀୟ ସାକ୍ଷାତ ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା । ଏହାପରେ ଉଭୟ ପାଞ୍ଚ ଧରି ଡେଟ କରିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ୧୨ ଏପ୍ରିଲ ୨୦୧୦ରେ ଉଭୟ ବିବାହ କରିଥିଲେ। ହାଇଦ୍ରାବାଦରେ ଉଭୟଙ୍କ ବିବାହ ହୋଇଥିଲା । ଏହାପରେ ଲାହୋରରେ ଏକ ରିସେପ୍ସନ୍ ଅନୁଷ୍ଠିତ ହୋଇଥିଲା । ସେଏବ ଓ ସାନିଆଙ୍କର ଏକ ପୁତ୍ର ସନ୍ତାନ ରହିଛି । ତେବେ ବର୍ତ୍ତମାନ ଉଭୟଙ୍କ ବିବାହ ବିଚ୍ଛେଦ ହୋଇପାରେ ବୋଲି ପାକିସ୍ତାନୀ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଏନେଇ ଉଭୟଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଗତ କିଛିଦିନ ଧରି ସାନିଆ ମିର୍ଜାଙ୍କ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ଏଭଳି ଆକଳନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.