ETV Bharat / entertainment

ଜନ୍ମଦିନ ପୂର୍ବରୁ ମଲାଇକାଙ୍କ ସହ ପ୍ୟାରିସ୍‌ ଗଲେ ଅର୍ଜୁନ, ଭିଡ଼ିଓ ଭାଇରାଲ

author img

By

Published : Jun 24, 2022, 5:22 PM IST

ଜନ୍ମଦିନକୁ ସ୍ପେସିଆଲ କରିବା ପାଇଁ ଲେଡିଲଭ୍ ମଲାଇକାଙ୍କ ସହ ଅର୍ଜୁନ ମୁମ୍ବାଇ ଛାଡିଛନ୍ତି । ଉଭୟଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ସେମାନଙ୍କର ଭିଡିଓ ଭାଇରାଲ ହେଉଛି। ଅଧିକ ପଢନ୍ତୁ

ଜନ୍ମଦିନ ପୂର୍ବରୁ ମଲାଇକାଙ୍କ ସହ ପ୍ୟାରିସ୍‌ ଗଲେ ଅର୍ଜୁନ, ଭିଡ଼ିଓ ଭାଇରାଲ
ଜନ୍ମଦିନ ପୂର୍ବରୁ ଜନ୍ମଦିନ ପୂର୍ବରୁ ମଲାଇକାଙ୍କ ସହ ପ୍ୟାରିସ୍‌ ଗଲେ ଅର୍ଜୁନ, ଭିଡ଼ିଓ ଭାଇରାଲଗଲେ ଲଭବାର୍ଡ ମଲାଇକା-ଅର୍ଜୁନ, ଭିଡ଼ିଓ ଭାଇରାଲ

ମୁମ୍ବାଇ: ମଲାଇକା ଆରୋରା ଏବଂ ଅର୍ଜୁନ କପୁର ବଲିଉଡର ଅନ୍ୟତମ ଲୋକପ୍ରିୟ ଦମ୍ପତି । ଉଭୟ ଖୋଲାଖୋଲି ଭାବେ ପରସ୍ପର ପ୍ରତି ଥିବା ଭଲପାଇବାକୁ ବ୍ୟକ୍ତ କରନ୍ତି । ସେମାନେ ସୋସିଆଲ ମିଡିଆରେ ଫଟୋ ସେୟାର କରନ୍ତି ଏବଂ କ୍ବାଲିଟି ଟାଇମ ବିତାଇବା ପାଇଁ ପ୍ରାୟତଃ ରୋମାଣ୍ଟିକ ଭେକେସନ୍‌ରେ ଯାଆନ୍ତି । ଦୁଇ ଦିନ ପରେ ଅର୍ଥାତ୍ 26 ଜୁନ୍‌ରେ ଅର୍ଜୁନଙ୍କର 37 ତମ ଜନ୍ମଦିନ । ଏହି ଜନ୍ମଦିନକୁ ସ୍ପେସିଆଲ କରିବା ପାଇଁ ଲେଡିଲଭ୍ ମଲାଇକାଙ୍କ ସହ ଅର୍ଜୁନ ମୁମ୍ବାଇ ଛାଡିଛନ୍ତି । ନିକଟରେ ଉଭୟଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ସେମାନଙ୍କର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଜନ୍ମଦିନ ପୂର୍ବରୁ ମଲାଇକାଙ୍କ ସହ ପ୍ୟାରିସ୍‌ ଗଲେ ଅର୍ଜୁନ

ମଲାଇକା ଆରୋରା ଏବଂ ଅର୍ଜୁନ କପୁରଙ୍କୁ ବିମାନ ବନ୍ଦରରେ ଷ୍ଟାଇଲିସ୍ କୁଲ୍ ଲୁକ୍‌ରେ ଦେଖିବାକୁ ମିଳିଥିଲା ​​। କୁହାଯାଉଛି ଯେ ଦୁହେଁ ଏକ ରୋମାଣ୍ଟିକ ଭେକେସନ ମନାଇବା ପାଇଁ ସବୁଠାରୁ ସୁନ୍ଦର ସ୍ଥାନ ପ୍ୟାରିସ ଯାଇଛନ୍ତି । ତଥାପି, ବର୍ତ୍ତମାନ ସୁଦ୍ଧା ଲୋକେସନ୍‌ର ସମ୍ପୂର୍ଣ୍ଣ ବିବରଣୀ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ସୋସିଆଲ ମିଡିଆରେ ମଲାଇକା ଏବଂ ଅର୍ଜୁନଙ୍କ ଯେଉଁ ଭିଡିଓ ଭାଇରାଲ ହେବାରେ ଲାଗିଛି, ସେଥିରେ ୟୁଜର୍ସ ନାନା ପ୍ରକାରର କମେଣ୍ଟ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, 'ସମସ୍ତଙ୍କର ଖୁସିରେ ରହିବାର ଅଧିକାର ଅଛି, ଯଦି ସେମାନେ ଏକାଠି ଖୁସି ଅଛନ୍ତି ତେବେ ଏହା ସେମାନଙ୍କର ପସନ୍ଦ। ଏହି ସମୟରେ ଆଉ ଜଣେ ୟୁଜର ପଚାରିଛନ୍ତି, 'ବିବାହ କେବେ ଅଛି!'

ତିନି ବର୍ଷ ପୂର୍ବେ ମଲାଇକା ଅର୍ଜୁନଙ୍କ ସହ ତାଙ୍କ ସମ୍ପର୍କକୁ ଅଫିସିଆଲ୍ କରିଥିଲେ । ସେ ଅର୍ଜୁନଙ୍କ ସହ ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରି ସାରା ଦୁନିଆ ଆଗରେ ନିଜର ପ୍ରେମ ବ୍ୟକ୍ତ କରିଥିଲେ । ଉଭୟ ବର୍ତ୍ତମାନ ବିବାହ ବିଷୟରେ ମଧ୍ୟ ଚିନ୍ତା କରୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।

ଅର୍ଜୁନଙ୍କ ବିଷୟରେ କହିବାକୁ ଗଲେ, ସେ 26 ଜୁନ୍‌ରେ ତାଙ୍କର 37 ତମ ଜନ୍ମଦିନ ପାଳନ କରିବେ । ସେ 'ଇସକଜାଦେ' ଚଳଚ୍ଚିତ୍ର ସହିତ ବଲିଉଡରେ ଡେବ୍ୟୁ କରିଥିଲେ ଏବଂ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ 10 ବର୍ଷ ପୂରଣ କରିଛନ୍ତି । ସେ ଖୁବ୍ ଶୀଘ୍ର ଚଳଚ୍ଚିତ୍ର Ek Villain Returns ପ୍ରମୋଟ୍ କରିବେ । ତାଙ୍କ ହାତରେ Kuttey ଏବଂ The Lady Killer ମଧ୍ୟ ଅଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.