ETV Bharat / entertainment

ଇନ୍‌ଷ୍ଟାଗ୍ରାମ ଇନ୍‌ଫ୍ଲୁଏନ୍ସରଙ୍କୁ ଜବାବ ଦେଲେ କ୍ୟାଟ୍ରିନା, କୁକିଂ ସ୍କିଲକୁ ନେଇ କରିଥିଲେ ଟ୍ରୋଲ

author img

By

Published : Apr 18, 2022, 5:17 PM IST

ଇନ୍‌ଷ୍ଟାଗ୍ରାମ ଇନ୍‌ଫ୍ଲୁଏନ୍ସରଙ୍କୁ ଜବାବ ଦେଲେ କ୍ୟାଟ୍ରିନା
ଇନ୍‌ଷ୍ଟାଗ୍ରାମ ଇନ୍‌ଫ୍ଲୁଏନ୍ସରଙ୍କୁ ଜବାବ ଦେଲେ କ୍ୟାଟ୍ରିନା

ନିକଟରେ କ୍ୟାଟ୍ରିନାଙ୍କୁ ତାଙ୍କ ରୋଷେଇକୁ ନେଇ ଟ୍ରୋଲ କରାଯାଇଥିଲା, ଯେଉଁଥିରେ ଅଭିନେତ୍ରୀ ଅତି ସୁନ୍ଦର ଭାବେ ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଭିକି କୌଶଲଙ୍କୁ ବିବାହ କରିବା ଦିନଠାରୁ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ତାଙ୍କ ଦାମ୍ପତ୍ୟ ଜୀବନକୁ ଉପଭୋଗ କରୁଛନ୍ତି। ବିବାହ ପରେ, ସେ ଅନେକ ଥର ରୋଷେଇ ଘରେ ନିଜ ପରିବାର ପାଇଁ କିଛି ତିଆରି କରୁଥିବା ଦେଖିବାକୁ ମିଳିଛି । ନିକଟରେ କ୍ୟାଟ୍ରିନାଙ୍କୁ ତାଙ୍କ ରୋଷେଇକୁ ନେଇ ଟ୍ରୋଲ କରାଯାଇଥିଲା, ଯେଉଁଥିରେ ଅଭିନେତ୍ରୀ ଅତି ସୁନ୍ଦର ଭାବେ ପ୍ରତିକ୍ରିୟା ଦେଇଛନ୍ତି ।

ବାସ୍ତବରେ, ଫ୍ରେଡି ବର୍ଡି ନାମକ ଜଣେ ଇନ୍‌ଷ୍ଟାଗ୍ରାମ ଇନ୍‌ଫ୍ଲୁଏନ୍ସର ତାଙ୍କ ରନ୍ଧନ କୌଶଳ (କୁକିଂ ସ୍କିଲ) କୁ ନେଇ କ୍ୟାଟ୍ରିନାଙ୍କୁ ଟ୍ରୋଲ କରିବାକୁ ଚେଷ୍ଟା କରିଥିଲେ । ଏହା ଉପରେ କ୍ୟାଟ୍ରିନା ସୁନ୍ଦର ଭାବେ ପ୍ରତିକ୍ରିୟା ଦେଇଥିଲେ। ଯାହାର ଉତ୍ତର ଶୁଣି ଆପଣ ମଧ୍ୟ ତାଙ୍କୁ ପ୍ରଶଂସା କରିବାରେ ଅଟକି ରହିପାରିବେ ନାହିଁ ।

ଫ୍ରେଡି ଅନେକ ଖାଦ୍ୟ ରେସିପି ସେୟାର କରିଥିଲେ ଏବଂ କ୍ୟାଟ୍ରିନାଙ୍କୁ କହିଥିଲେ ଯେ ଆପଣ ଏହି ସରଳ ରେସିପି ପ୍ରସ୍ତୁତ କରିପାରିବେ । ଏହି ତାଲିକାରେ ଆମ୍ବ ଆଚାର, ଚିଲି ଚିଜ୍‌ ଟୋଷ୍ଟ ଏବଂ ଚାଇନିଜ ଫୁଡ, ଅଣ୍ଡା ସିଜାଇବା ପରି ରେସିପି ଅନ୍ତର୍ଭୁକ୍ତ ଥିଲା। ତେବେ ପରେ ସେ ଅଭିନେତ୍ରୀଙ୍କୁ ପରାମର୍ଶ ଦେଇଥିଲେ ଯେ ସେ ଚାହିଁଲେ ଚାଇନିଜ ଖାଦ୍ୟ ଅର୍ଡର କରିପାରିବେ।

କ୍ୟାଟ୍ରିନାଙ୍କ ପ୍ରତିକ୍ରିୟା

ଏହା ଉପରେ କ୍ୟାଟ୍ରିନା ପ୍ରତିକ୍ରିୟା ଦେଇଛନ୍ତି, ଏହା କରିବା ସହଜ ନୁହେଁ। କ୍ୟାଟ୍ରିନାଙ୍କ ମନ୍ତବ୍ୟର ଉତ୍ତର ଦେଇ ଫ୍ରେଡି ଲେଖିଛନ୍ତି, 'ସେଥିପାଇଁ ମୁଁ କ୍ୟାଟ୍ରିନା କୈଫଙ୍କୁ ପସନ୍ଦ କରେ। ସେ ଯେତିକି ସୁନ୍ଦର ସେତିକି ମଜାଳିଆ ମଧ୍ୟ । ଏହି ସମସ୍ତ ବାର୍ତ୍ତାଳାପରେ ପ୍ରଶଂସକଙ୍କ ବିଭିନ୍ନ ପ୍ରତିକ୍ରିୟା ଆସୁଛି । କିଛି ଲୋକ ବିଶ୍ୱାସ କରନ୍ତି ଯେ ଫ୍ରେଡି ସେମାନଙ୍କୁ ଅବାଞ୍ଛିତ ଜ୍ଞାନ ଦେଉଥିଲେ। ଅନ୍ୟପକ୍ଷରେ, କ୍ୟାଟ୍ରିନାଙ୍କ ବିନମ୍ରତାପୂର୍ବକ ଉତ୍ତରକୁ କେହି କେହି ପସନ୍ଦ ବି କରୁଛନ୍ତି । ତେବେ ଏହାପୂର୍ବରୁ, ଫ୍ରେଡି ଦୀପିକା ପାଦୁକୋନଙ୍କୁ ତାଙ୍କ ଚଳଚ୍ଚିତ୍ର 'ଗେହରାଇୟାଁ' ପାଇଁ ଟ୍ରୋଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.