ETV Bharat / crime

ବ୍ରହ୍ମପୁର ପୋଲିସକୁ ସଫଳତା, ଧରା ପଡିଲେ 2 ଦୁର୍ଦ୍ଦାନ୍ତ ଅପରାଧି

author img

By

Published : May 19, 2022, 7:13 AM IST

ବ୍ରହ୍ମପୁର ପୋଲିସକୁ ସଫଳତା । ଦୁଇ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ଗିରଫ ପରେ ଦୁଇଟି ପିସ୍ତଲ ସମେତ ୬ ଗୋଟି ଜୀବନ୍ତ ଗୁଳି ଜବତ କଲା ପୋଲିସ । ଅଧିକ ପଢନ୍ତୁ

ବ୍ରହ୍ମପୁର ପୋଲିସକୁ ସଫଳତା, ଦୁଇ ଦୁର୍ଦ୍ଧାନ୍ତ ଅପରାଧି ଗିରଫ
ବ୍ରହ୍ମପୁର ପୋଲିସକୁ ସଫଳତା, ଦୁଇ ଦୁର୍ଦ୍ଧାନ୍ତ ଅପରାଧି ଗିରଫ

ବ୍ରହ୍ମପୁର: ପୋଲିସ ପଞ୍ଝାରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧି । ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିବାକୁ ଯୋଜନା କରୁଥିବା ବେଳେ ମାଡି ବସିଲା ବ୍ରହ୍ମପୁର ପୋଲିସ । ସେମାନଙ୍କ ନିକଟରୁ ଦୁଇଟି ପିସ୍ତଲ ସମେତ ୬ ଗୋଟି ଜୀବନ୍ତ ଗୁଳି ପୋଲିସ ଜବତ କରିଛି । ଗିରଫ ଦୁଇ ଯୁବକ ହେଲେ କହ୍ନେଇ ସେଠୀ ଓ କାଳିଆ ରେଡି । ସୂଚନା ଅନୁଯାୟୀ ବିଭିନ୍ନ ମାମଲାରେ ସଂପୃକ୍ତ ରହିଥିବା ଏହି ଦୁଇ ଅପରାଧି ଗତକାଲି ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ୱପୁଅ ନିକଟସ୍ଥ ଆୟକର କାର୍ଯ୍ୟାଳୟ ନିକଟରେ ଜଣେ ବ୍ୟକ୍ତିକୁ ଆକ୍ରମଣ କରିବାକୁ ଯୋଜନା କରୁଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଗିରଫ କରିଥିଲା ।

ବ୍ରହ୍ମପୁର ପୋଲିସକୁ ସଫଳତା, ଦୁଇ ଦୁର୍ଦ୍ଧାନ୍ତ ଅପରାଧି ଗିରଫ

କାଳିଆ ନାମରେ ପୂର୍ବରୁ ଗୋପାଳପୁର ଥାନାରେ ୯ଟି ସଙ୍ଗୀନ ମାମଲା ରହିଥିବା ବେଳେ କହ୍ନେଇ ସେଠୀ ପଶ୍ଚିମବଙ୍ଗର ହୁଗୁଳି ଠାରେ ଏକ ହତ୍ୟା ମାମଲାରେ ଜାମିନରେ ଆସିଥିଲା । ଏହା ଜଣାପଡିବା ପରେ ପୋଲିସ ଏହି ଦୁଇଙ୍କ ନାମରେ ଆଉ କଣ ମାମଲା ରହିଛି ତାହାର ଅନୁଧ୍ୟାନ କରୁଥିବା ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଶ୍ରବଣ ବିବେକ ଏମ୍ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ହେଲେ ଏହି ଦୁଇ ଅପରାଧିଙ୍କ ପାଖରେ ଜବତ ବେଆଇନ ବନ୍ଧୁକ କେଉଁ ଠାରୁ ଆସିଥିଲା ଓ କିଏ ଦେଇଥିଲା ତାହାକୁ ନେଇ ପୋଲିସ ଅଧିକ ଖୋଳତାଳ କରିବ ବୋଲି କହିଛନ୍ତି ଏସପି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.