ETV Bharat / city

ସମ୍ବଲପୁରରେ ଜେନେରିକ ମେଡିସିନ ସେବାର ହେଉନି ସଫଳ ରୂପାୟନ, ଆବଶ୍ୟକ ରହିଛି ଜନସଚେତନତା

author img

By

Published : Dec 7, 2020, 10:03 PM IST

ଗରିବ ଲୋକଙ୍କୁ ସ୍ବାସ୍ଥ୍ୟଗତ ଅଧିକାର ଯୋଗାଇବା ତଥା ଚିକିତ୍ସା ଜନିତ ଖର୍ଚ୍ଚ ଯୋଗାଇବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ଜେନେରିକ ମେଡିସିନ ସେବା ତଥା ଜନ ଔଷଧି କେନ୍ଦ୍ର । ତେବେ ଏଯାଏଁ ରାଜ୍ୟର ଅନେକ ଅଞ୍ଚଳରେ ଏହାର ହୋଇପାରିନାହିଁ ସଫଳ ରୂପାୟନ । ଅଧିକ ପଢନ୍ତୁ..

ସମ୍ବଲପୁରରେ ଜେନେରିକ ମେଡିସିନ ସେବାର ହେଉନି ସଫଳ ରୂପାୟନ , ଆବଶ୍ୟକ ରହିଛି ଜନସଚେତନତା
ସମ୍ବଲପୁରରେ ଜେନେରିକ ମେଡିସିନ ସେବାର ହେଉନି ସଫଳ ରୂପାୟନ , ଆବଶ୍ୟକ ରହିଛି ଜନସଚେତନତା

ସମ୍ବଲପୁର: ରୋଗର ନିରାକରଣ ପାଇଁ ଔଷଧ କିଣାରେ ଆମେ ଖର୍ଚ୍ଚ କରୁଛୁ ହଜାର ହଜାର ଟଙ୍କା । ହେଲେ ଜେନେରିକ ମେ୍ଡିସିନ ସେବନ କରି ଆପଣ ମେଡିସିନ ଖର୍ଚ୍ଚରେ ସଞ୍ଚୟ କରିପାରିବେ 80ରୁ 90 ପ୍ରତିଶତ ଟଙ୍କା । ତେବେ କଣ ଏହି ଜନେରିକ ମେଡିସନି? ଜେନେରିକ ମେଡିସିନର ଅର୍ଥ ହେଉଛି କମ ଦାମରେ ଉନ୍ନତମାନର ଔଷଧ । ଅନ୍ୟ କମ୍ପାନୀର ବ୍ରାଣ୍ଡେଡ୍‌ ଔଷଧ ଠାରୁ 90 ପ୍ରତିଶତ କମ ଦାମରେ ମିଳେ ଜେନେରିକ ମେଡିସିନ । ମୁଖ୍ୟତଃ ଗରିବ ଲୋକଙ୍କକୁ ସ୍ବାସ୍ଥ୍ୟଗତ ଅଧିକାର ଯୋଗାଇବା ତଥା ଚିକିତ୍ସା ଜନିତ ଖର୍ଚ୍ଚ ଯୋଗାଇବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ଜେନେରିକ ମେଡିସିନ ସେବା ତଥା ଜନ ଔଷଧି କେନ୍ଦ୍ର । ତେବେ ଏଯାଏଁ ରାଜ୍ୟର ଅନେକ ଅଞ୍ଚଳରେ ଏହାର ହୋଇପାରିନାହିଁ ସଫଳ ରୂପାୟନ ।

ସମ୍ବଲପୁରରେ ଜେନେରିକ ମେଡିସିନ ସେବାର ହେଉନି ସଫଳ ରୂପାୟନ, ଆବଶ୍ୟକ ରହିଛି ଜନସଚେତନତା
ସମ୍ବଲପୁର ଜିଲ୍ଲା ପରିପ୍ରେକ୍ଷୀରେରେ ଯଦି ଦେଖିବା ତାହେଲେ ପ୍ରାୟ କୌଣସି ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉପଲବ୍ଧ ନାହିଁ ଜନଔଷଧି କେନ୍ଦ୍ର । ସମ୍ବଲପୁର ସହରରେ 2ଟି ଜନଔଷଧି କେନ୍ଦ୍ର ଥିବା ବେଳେ କୁଚିଣ୍ଡା ଉପଖଣ୍ଡରେ ମାତ୍ର ଗୋଟିଏ କେନ୍ଦ୍ର ରହିଛି । ତେବେ ସଚେତନତାର ଅଭାବରୁ ଏହାର ଉପଯୋଗୀତା ବିଷୟରେ ଅଧିକାଂଶ ଲୋକ ଅଜ୍ଞ ଥିବାରୁ ସାର୍ଥକ ହୋଇପାରୁନି ଏହି ସେବାର ଲକ୍ଷ୍ୟ । ମାତ୍ର 20 ପ୍ରତିଶତ ଲୋକେ ଏହି ସେବା ବିଷୟରେ ଅଛନ୍ତି ଅବଗତ । ସେପଟେ ଜିଲ୍ଲାରେ ବୁର୍ଲା ମେଡିକାଲ ସମେତ ରହିଛି ଗୋଟିଏ DHH, ଗୋଟିଏ MCH, 2ଟି SDH,9ଟି CHC, 2 ଟି PHC, 29ଟି ନୂତନ PHC । ଏମିତି ମୋଟ 45ଟି ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିରାମୟ ଯୋଜନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉପଲବ୍ଧ କରାଯାଉଥିବା ଔଷଧ ମିଳୁଥିବା ବେଳେ ଜେନେରିକ ମେଡ଼ିସିନର କୌଣସି କେନ୍ଦ୍ର ନାହିଁ । ଅନ୍ୟପକ୍ଷେ ଘରୋଇ ଔଷଧ ଦୋକାନୀଗୁଡିକ ଜେନେରିକ ମେଡିସିନର ଗୁଣବତ୍ତା ନେଇ ମିଥ୍ୟା ଗୁଜବ ସୃଷ୍ଟି କରୁଥିବା ଅଭିଯୋଗ ଶୁଣିବାକୁ ମିଳୁଛି । ଏପରିସ୍ଥଳେ ଠକାମୀର ଶିକାର ହେଉଛନ୍ତି ଗରିବ ଜନସାଧାରଣ ।ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଜେନେରିକ ମେଡ଼ିସିନ ସେବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ହେଲେ ଗରିବ ଲୋକେ ଏହାର ଲାଭ ଉଠାଇନପାରିବା ପରିତାପର ବିଷୟ । ଏଥିପାଇଁ ପ୍ରଶାସନ ର ଅବହେଳା ଯେତିକି ଦାୟୀ ତାଠାରୁ ଅଧିକ ଦାୟୀ ପ୍ରଚାର ପ୍ରସାର ଓ ଜନ ସଚେତନତାର ଅଭାବ । ତେବେ ଏହାର ଲକ୍ଷ୍ୟ ସାଧନ ପାଇଁ ନିଶ୍ଚିତ ଭାବେ ଅଧିକ ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି ।ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.