ETV Bharat / city

Ratha Yatra: ଫୋକସରେ ସୁରକ୍ଷା ବ୍ୟବସ୍ଥା, ପୁରୀରେ ଲାଗିବ 500 CCTV

author img

By

Published : May 13, 2022, 6:05 PM IST

Ratha Yatra: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ପୁରୀରେ ଲାଗିବ 501ଟି ସିସିଟିଭି
Ratha Yatra: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ପୁରୀରେ ଲାଗିବ 501ଟି ସିସିଟିଭି

ଆଗକୁ ରଥଯାତ୍ରା ଆସୁଥିବାରୁ ପୁରୀ ସହରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅଧିକ ପଢନ୍ତୁ

ପୁରୀ: ଆଗକୁ ଆସୁଛି ମହାପ୍ରଭୁଙ୍କ ରଥଯାତ୍ରା । ସୁରକ୍ଷା ବ୍ୟବସ୍ଥା କଡାକଡି ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ନେଇ ଯୋଜନା ହୋଇଛି । ରଥଯାତ୍ରାରେ ପୁରୀ ସହରରେ ମୋଟ 501 ଟି ସିସିଟିଭି(CCTV) କ୍ୟାମେରା ଲାଗିବ । ଏ ନେଇ ଟେଣ୍ଡର ହୋଇଛି । ଟେଣ୍ଡର ଦିଆଯିବା ପରେ ସବୁ କାର୍ଯ୍ୟ ଆରମ୍ଭ ହେବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।

ପୁରୀରେ ଲାଗିବ 501ଟି ସିସିଟିଭି

ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିରର ଭିତରେ ଓ ବାହାରେ, ଶ୍ରୀଗୁଣ୍ଡିଚା ମନ୍ଦିର, ପୁରୀ ସହରର ବିଭିନ୍ନ ଅଞ୍ଚଳରେ ଏହି ସିସିଟିଭି କ୍ୟାମେରା ଲାଗିବ । ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିରର ଭିତରେ ଓ ବାହାରେ 336 ଟି ସିସିଟିଭି କ୍ୟାମେରା ଲାଗିବ । ଶ୍ରୀମନ୍ଦିର ରୋଷ ଘରେ ଚୁଲି ଭଙ୍ଗା ଘଟଣା ପରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି ପାଇଁ ଶ୍ରୀମନ୍ଦିର ସବୁ ଗୁରୁତ୍ତ୍ବପୂର୍ଣ୍ଣ ସ୍ଥାନରେ ସିସିଟିଭି ଲାଗିବ । ଫଳରେ ସନ୍ଦିଗ୍ଧ କାର୍ଯ୍ୟକଳାପ ଉପରେ ନଜର ରଖି ହେବ । ସେହିପରି ପୁରୀ ସହରର ପ୍ରବେଶ ପଥ ତଥା ଜାତୀୟ ରାଜପଥ, ମାଳତୀ ପାଟପୁର ବସଷ୍ଟାଣ୍ଡ, ବଡ଼ ଦାଣ୍ଡ, ବିଭିନ୍ନ ଛକ ଜାଗା, ସମୁଦ୍ର କୂଳ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ 165ଟି ସିସିଟିଭି ଲାଗିବ ।

ଆଗକୁ ରଥଯାତ୍ରା ଥିବା କୌଣସି ଅଘଟଣ ଯେଭଳି ନ ହୁଏ ସେଥିପାଇଁ ରଥଯାତ୍ରା ପୂର୍ବରୁ ପୁରୀ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି । ଏଥିଲାଗି ଏହି 501ଟି ସିସିଟିଭି କ୍ୟାମେରା ଲାଗିବ । ଏ ନେଇ ଟେଣ୍ଡର ହୋଇଛି । ଟେଣ୍ଡର ଦିଆଯିବା ପରେ ସବୁ କାର୍ଯ୍ୟ ଆରମ୍ଭ ହେବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି । ଏ ନେଇ ଏକ ସମୀକ୍ଷା ବୈଠକ ମଧ୍ୟ ଜିଲ୍ଲାପାଳ କରିସାରିଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.