ETV Bharat / city

ପରିକ୍ରମା ପ୍ରକଳ୍ପ ନେଇ ଶ୍ରୀମନ୍ଦିର ପ୍ରତି ବିପଦ ନାହିଁ: ମୁଖ୍ୟ ଶାସନ ସଚିବ

author img

By

Published : Apr 5, 2022, 7:40 AM IST

ପରିକ୍ରମା ପ୍ରକଳ୍ପ ନେଇ ଶ୍ରୀମନ୍ଦିର ପ୍ରତି ବିପଦ ନାହିଁ: ମୁଖ୍ୟ ଶାସନ ସଚିବ
ପରିକ୍ରମା ପ୍ରକଳ୍ପ ନେଇ ଶ୍ରୀମନ୍ଦିର ପ୍ରତି ବିପଦ ନାହିଁ: ମୁଖ୍ୟ ଶାସନ ସଚିବ

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ନେଇ ଶ୍ରୀମନ୍ଦିର ପ୍ରତି କୌଣସି ବିପଦ ନାହିଁ । ସ୍ପଷ୍ଟୀକରଣ ଦେଲେ ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ(heritage corridor project) ନେଇ ସ୍ପଷ୍ଟୀକରଣ ରଖିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଏହି ପରିକ୍ରମା ପ୍ରକଳ୍ପ ଯୋଗୁଁ ଶ୍ରୀମନ୍ଦିର ପ୍ରତି କୌଣସି ବିପଦ ନାହିଁ । ଶ୍ରୀମନ୍ଦିର ଉପରେ ଏହି ନିର୍ମାଣ କାର୍ଯ୍ୟର କୌଣସି ପ୍ରଭାବ ପଡିବ ନାହିଁ । ପ୍ରକଳ୍ପ ଲାଗି ପୁରୀବାସୀ ନିଜ ଜାଗା ଛାଡିଛନ୍ତି । ଯୋଜନା ଅନୁସାରେ ସଠିକ୍ ଭାବେ କାର୍ଯ୍ୟ କରାଯାଉଛି । ଶ୍ରୀମନ୍ଦିର ହେରିଟେଜ କରିଡର ନିର୍ମାଣକୁ ନେଇ ବିବାଦ ବଢି ଚାଲିଥିବା ବେଳେ ଏନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ।

ପରିକ୍ରମା ପ୍ରକଳ୍ପ ନେଇ ଶ୍ରୀମନ୍ଦିର ପ୍ରତି ବିପଦ ନାହିଁ: ମୁଖ୍ୟ ଶାସନ ସଚିବ

ଏଏସଆଇ ସହିତ ସମନ୍ୱୟ ରକ୍ଷା କରି ସମସ୍ତ ନିର୍ମାଣ କାର୍ଯ୍ୟ କରାଯାଉଛି । ଭକ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସେମାନଙ୍କ ସୁବିଧା ପାଇଁ ସମସ୍ତ ନିର୍ମାଣ କାର୍ଯ୍ୟ ହେଉଛି । ତେବେ ଏହା ଶ୍ରୀମନ୍ଦିର ପ୍ରତି କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ ବୋଲି ପୁରୀ ଗସ୍ତରେ ଆସି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ଶ୍ରୀମନ୍ଦିରକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଆସୁଥିବା ବେଳେ ସେମାନଙ୍କ ପାଇଁ ଚାରିପାଖରେ ଖୋଲା ସ୍ଥାନ ରଖାଯାଇଛି । ଫଳରେ ଭକ୍ତମାନେ ସ୍ୱଚ୍ଛନ୍ଦ ପରିକ୍ରମା କରିପାରିବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.