ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ମୃତ୍ୟୁ ଘଟଣା, ବଦଳିଲେ CDMO

author img

By

Published : Sep 22, 2022, 7:31 PM IST

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ମୃତ୍ୟୁ ଘଟଣା, ବଦଳିଲେ ସିଡିଏମଓ

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ମୃତ୍ୟୁ ଘଟଣା । ବଦଳିଲେ CDMO ସୁଜାତାରାଣୀ ମିଶ୍ର । ଅଧିକ ପଢନ୍ତୁ

କେନ୍ଦୁଝର: ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଶିଶୁ ମୃତ୍ୟୁ ଘଟଣା (District Headquarters Hospital Of Keonjhar) । ଘଟଣାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ CDMO ସୁଜାତାରାଣୀ ମିଶ୍ରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ CDMO ଭାବେ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗତ ୧୮ ଦିନରେ ୧୩ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ମୃତ୍ୟୁ ଘଟଣା, ବଦଳିଲେ ସିଡିଏମଓ
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ମୃତ୍ୟୁ ଘଟଣା, ବଦଳିଲେ ସିଡିଏମଓ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ SNCUରେ ୨୪ ଘଣ୍ଟାରେ ୪ ଶିଶୁ ଓ ୧୮ ଦିନରେ ୧୩ ଜଣ ଶିଶୁଙ୍କ ମୃତ୍ୟୁ ଘଟଣା ଗୁରୁତର ଭାବେ ନେଇଛନ୍ତି ରାଜ୍ୟ ସରକାର । ଉକ୍ତ ଘଟଣାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ CDMO ସୁଜାତାରାଣୀ ମିଶ୍ରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ CDMO ଭାବେ ବଦଳି ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ ସ୍ଥାନରେ କେନ୍ଦୁଝର ADMO କିଶୋର ଚନ୍ଦ୍ର ପୃଷ୍ଟିଙ୍କୁ କେନ୍ଦୁଝର CDMO ଭାବେ ଦାୟିତ୍ବ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣା ପରେ ଜିଲ୍ଲାରେ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଥିଲା ।

ଏହା ବି ପଢନ୍ତୁ- 18ଦିନରେ 13ଟି ଶିଶୁ ମୃତ୍ୟୁ, କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ଚିକିତ୍ସା ପାଇଁ ଡାକ୍ତର ନ ଆସିବାରୁ ଏଭଳି ପରିସ୍ଥିତି ଉପୁଜି ଥିଲା ବୋଲି ମୃତ ଶିଶୁଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି । ଏଣୁ ଏହାର ତଦନ୍ତ ହେଲେ ଘଟଣାଟି ଜଣାପଡ଼ିବ ବୋଲି କୁହାଯାଉଛି । ତେବେ ଚଳିତ ମାସ ୧୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏନେଇ ଖବର ପାଇ ପୋଲିସ ପହଞ୍ଚି ବୁଝାସୁଝା କରିଥିଲେ । ଏଥିସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଅଭାବନୀୟ ଘଟଣା ନେଇ ଅଧିକ ତଦନ୍ତ ଦାବି କରିଛନ୍ତି ବୁଦ୍ଧିଜୀବୀ ।

ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମଓ କହିଛନ୍ତି, "ଆମର ଗତ ଶନିବାର ରାତିରୁ ଏପର୍ଯ୍ୟନ୍ତ ଭିତରେ ୩ଟି ଶିଶୁଙ୍କର ମୃତ୍ୟୁ ହୋଇଛି । ତା' ମଧ୍ୟରୁ ଦୁଇଟା ଶିଶୁ ଆଗରୁ ଥିଲେ ମେଡିକାଲରେ ଯେଉଁମାନେ ହେଲେ ୭ ଦିନ ହେଲା ମେଡିକାଲରେ ଥିଲେ ଆଉ ଜଣେ ୬ ଦିନର ଶିଶୁ ଯିଏ ଗତକାଲି ରାତିରେ ଯୋଡାରୁ ରେଫର ହୋଇ ଆସିଥିଲା, ତାହାର ମଧ୍ୟ ମୃତ୍ୟୁ ହୋଇଛି । ଏହି ମାସ ଭିତରେ ୧୮ ଦିନରେ ୧୩ଟି ଶିଶୁ ମୃତ୍ୟୁ ହୋଇଛି ।" ଏହି ଘଟଣାକୁ ନେଇ ହସ୍ପିଟାଲ ପରିସରରେ ରୋଗୀଙ୍କ ପରିବାର ବର୍ଗଙ୍କ ଉତ୍ତେଜନା ଦେଖିବାକୁ ମିଳିଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.