ETV Bharat / city

ସଞ୍ଜୟଙ୍କ ସଙ୍କେତ, ବାରବାଟୀକୁ ଫେରିବ ଟେଷ୍ଟ ମ୍ୟାଚ

author img

By

Published : Oct 18, 2019, 6:12 PM IST

ଡିଜାଇନ ଫଟୋ

ବାରବାଟୀ ଷ୍ଟାଡିୟମକୁ ଫେରିବ ଟେଷ୍ଟ ମ୍ୟାଚ । ଏନେଇ ବିସିସିଆଇ ସହ ଆଲୋଚନା ହୋଇଛି ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

କଟକ: ବାରବାଟୀ ଷ୍ଟାଡିୟମକୁ ଫେରିବ ଟେଷ୍ଟ ମ୍ୟାଚ । ଏନେଇ ବିସିସିଆଇ ସହ ହୋଇଛି ଆଲୋଚନା । ବିଶେଷକରି ବିସିସିଆଇ ନିର୍ବାଚନ ନୋମିନେସନର ପୂର୍ବ ଦିନ ଏନେଇ ଆଲୋଚନା ହୋଇଛି ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ନୂତନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ସମର୍ଥନ କରିବା ସହ, ସେ ଏହି ପ୍ରସଙ୍ଗରେ ଆଲୋଚନା କରିଥିବା କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଟକ
ତେବେ ବାରବାଟୀରେ 2ଟି ଟେଷ୍ଟ ମ୍ୟାଚ ଖେଳାଯାଇଛି । ପ୍ରଥମ ମ୍ୟାଚ 1987 ମସିହାରେ ଖେଳାଯାଇଥିଲା । 2ୟ ଟେଷ୍ଟ 1995 ମସିହାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା ।ତେବେ ଦୀର୍ଘ ବର୍ଷ ପରେ ବାରବାଟୀରେ ଟେଷ୍ଟର ମ୍ୟାଚ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ବିସିସିଆଇର ଗ୍ରୀନ ସିଗନାଲ ମିଳିଲେ ମ୍ୟାଚ ନିଶ୍ଚୟ ହେବ ବୋଲି କହିଛନ୍ତି ଓସିଏ ସମ୍ପାଦକ । ଏଥିସହିତ ବାରବାଟୀରେ ଆଇପିଏଲ ମ୍ୟାଚ ନେଇ ମଧ୍ୟ ମତ ରଖିଛନ୍ତି ଓସିଏ ସମ୍ପାଦକ । ଆଇପିଏଲ ମ୍ୟାଚ ହେବା ଚ୍ୟାଲେଞ୍ଜ ରହୁଛି । କାରଣ ଆଇପିଏଲରେ ଓଡିଶାର ଭୂମିକା ବିଶେଷ କିଛି ରହୁନାହିଁ । ସେଥିପାଇଁ ଏଠାରେ ହୋମ ଗ୍ରାଉଣ୍ଡ ହେଉନି ।ଅନ୍ୟପଟେ ଦିନିକିଆ ମ୍ୟାଚ ପାଇଁ ଷ୍ଟାଡିୟମ ପ୍ରସ୍ତୁତ ରହିଛି । କେବଳ ବିସିସିଆଇ ନୂଆ ଟିମ ନିଯୁକ୍ତ ହେଲା ପରେ ପାଣ୍ଠି ଆସିବା ଆରମ୍ଭ ହେବ ଏବଂ ବଦଳିଯିବ ବାରବାଟି ଷ୍ଟାଡିଅମ ସ୍ଥିତି । ତାପରେ ବାରବାଟୀରେ ମ୍ୟାଚ ହେବା ନେଇ ଅସୁବିଧା ରହିବନି ବୋଲି କହିଛନ୍ତି ଓସିଏ ସମ୍ପାଦକ । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ
Intro:କଟକ: ବାରଵାଟି ଫେରିବ ଟେଷ୍ଟ ମ୍ୟାଚ । ଏନେଇ ବିସିସିଆଇ ସହ ହୋଇଛି ଆଲୋଚନା । ବିଶେଷକରି ବିସିସିଆଇ ନିର୍ବାଚନ ନୋମିନେସନ ର ପୂର୍ବ ଦିନ ଏନେଇ ଆଲୋଚନା ହୋଇଛି ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ନୂତନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ସମର୍ଥନ କରିବା ସହ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି ବୋଲି କହିଛନ୍ତି ସେ ।

ଯଦି ଟେଷ୍ଟ ମ୍ୟାଚ କଥା କହିବା ତେବେ ବାରଵାଟି ରେ 2 ଟି ଟେଷ୍ଟ ମ୍ୟାଚ ଖେଳାଯାଇଛି । ପ୍ରଥମ ମ୍ୟାଚ 1987 ମସିହାରେ ଖେଳାଯାଇଥିଲା ବେଳେ ଦ୍ୱିତୀୟ 1995 ମସିହାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ଯରେ ଖେଳାଯାଇଥିଲା ।

ତେବେ ଦୀର୍ଘ ବର୍ଷ ପରେ ବାରବାଟୀ ରେ ଟେଷ୍ଟ ର ସ୍ୱାଦ ବାଜିବା ନେଇ ଏକପ୍ରକାର ଅଲୋଚନ ହେଉଛି । ଯଦି ବିସିସିଆଇ ର ଗ୍ରୀନ ସିଗନାଲ ହୁଏ ତେବେ ମ୍ୟାଚ ନିଶ୍ଚୟ ହେବ ବୋଲି କହିଛନ୍ତି ଓସିଏ ସମ୍ପାଦକ । ଏହାସହିତ ବାରଵାଟି ରେ ଆଇପିଏଲ ମ୍ୟାଚ ପାଇଁ ଟିକେ ଚ୍ୟାଲେଞ୍ଜ ରହୁଛି । କାରଣ ଓଡିଶା ରୁ କୌଣସି ଟିମ ଆଇପିଏଲ ରେ ଭାଗ ନେଉ ନାହାନ୍ତି । ସେଥିପାଇଁ ଏଠାରେ ହୋମ ଗ୍ରାଉଣ୍ଡ ହେଉନି ।

ଅନ୍ୟପଟେ ଦିନିକିଆ ମ୍ୟାଚ ପାଇଁ ତ ଏକପ୍ରକର ଷ୍ଟାଡିଅମ ପ୍ରସ୍ତୁତ ରହିଛି । କେବେଳ ବିସିସିଆଇ ନୂଆ ଟିମ ନିଯୁକ୍ତ ହେଲା ପରେ ପାଣ୍ଠି ଆସିବା ଆରମ୍ଭ ହେବ ଏବଂ ବଦଳିଯିବ ବାରବାଟି ଷ୍ଟାଡିଅମ ସ୍ଥିତି । ତାପରେ ଗୋଟେ ପରେ ଗୋଟେ ମ୍ୟାଚ ବାରଵାଟି ରେ ଖେଳାଯିବ ।



Body:ବାଇଟ: ସଞ୍ଜୟ ବେହେରା( ଓସିଏ ସମ୍ପାଦକ )


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.