ETV Bharat / city

ଓଡିଶା ହାଇକୋର୍ଟର ନୂଆ ବିଚାରପତି ହେଲେ ଜଷ୍ଟିସ ଏସ.ମୁରଲୀଧର

author img

By

Published : Dec 16, 2020, 6:08 PM IST

Updated : Dec 16, 2020, 7:11 PM IST

ଓଡିଶାର ନୂଆ ବିଚାରପତି ହେବେ ଜଷ୍ଟିସ ଏସ.ମୁରଲୀଧର
ଓଡିଶାର ନୂଆ ବିଚାରପତି ହେବେ ଜଷ୍ଟିସ ଏସ.ମୁରଲୀଧର

ବଦଳିଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ପଞ୍ଜାବ-ହରିଆଣା ହାଇକୋର୍ଟର ବିଚାରପତି ଡକ୍ଟର ଏସ. ମୁରଲୀଧରଙ୍କୁ ଓଡିଶା ହାଇକୋର୍ଟକୁ ବଦଳି କରାଯାଇଛି । ଅଧିକ ପଢନ୍ତୁ...

ଭୁବନେଶ୍ବର: ବଦଳିଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ଜଷ୍ଟିସ ମହମ୍ମଦ ରଫିକଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି ଜଷ୍ଟିସ ଏସ. ମୁରଲୀଧର । ପଞ୍ଜାବ-ହରିଆଣା ହାଇକୋର୍ଟର ବିଚାରପତି ଡକ୍ଟର ଏସ. ମୁରଲୀଧରଙ୍କୁ ଓଡିଶା ହାଇକୋର୍ଟକୁ ବଦଳି କରାଯାଇଛି ।

ଓଡିଶାର ନୂଆ ବିଚାରପତି ହେବେ ଜଷ୍ଟିସ ଏସ.ମୁରଲୀଧର
ଓଡିଶାର ନୂଆ ବିଚାରପତି ହେବେ ଜଷ୍ଟିସ ଏସ.ମୁରଲୀଧର

ତେବେ ଜଷ୍ଟିସ୍‌ ମହମ୍ମଦ ରଫିକ୍‌ଙ୍କୁ ମଧ୍ୟପ୍ରଦେଶର ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି କରାଯାଇଛି । ସୁପ୍ରିମକୋର୍ଟଙ୍କ କଲେଜିୟମ ଏନେଇ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଏକ ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି ।

ଓଡିଶାର ନୂଆ ବିଚାରପତି ହେବେ ଜଷ୍ଟିସ ଏସ.ମୁରଲୀଧର
ଓଡିଶାର ନୂଆ ବିଚାରପତି ହେବେ ଜଷ୍ଟିସ ଏସ.ମୁରଲୀଧର

ବିରାରପତି ଏସ ମୁରଲୀଧର 2006 ମସିହାରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ପରେ ତାଙ୍କୁ ପଞ୍ଜାବ-ହରିଆଣା ହାଇକୋର୍ଟକୁ ବଦଳି କରାଯାଇଥିଲା ।

ସୂଚନାଯୋଗ୍ୟ, ଚେନ୍ନାଇର ବିବେକାନନ୍ଦ କଲେଜରୁ ସେ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହେବା ପରେ ମାଡ୍ରାସ ବିଶ୍ବବିଦ୍ୟାଳୟରୁ ଏଲଏଲବି ପାସ କରିଥିଲେ । ବିଶ୍ବବିଦ୍ୟାଳୟରୁ ସେ ଏଲଏଲଏମ ପାସ କରି ପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ପିଏଚଡି କରିଥିଲେ ।

1984ରେ ବିଚାରପତି ମୁରଲୀଧର ଚେନ୍ନାଇରେ ଓକିଲାତି ଜୀବନ ଆରମ୍ଭ କରିଥିଲେ । ତତ୍କାଳୀନ ଅତିରିକ୍ତ ସଲିସିଟର ଜେନେରାଲ ଜି.ରାମସ୍ୱାମୀ ଙ୍କ ପାଖରେ ସେ କିଛି ବର୍ଷ ପ୍ରାକ୍ଟିସ କରିଥିବା ବେଳେ ସୁପ୍ରିମକୋର୍ଟର ବହୁ ଜନସ୍ୱାର୍ଥ ମାମଲାରେ ସେ ଆମିକସକ୍ୟୁରୀ ଭାବେ ନିଯୁକ୍ତି ପାଇଥିଲେ। ଜାତୀୟ ମାନବଧିକାର କମିଶନ ଏବଂ ଭାରତୀୟ ନିର୍ବାଚନ କମିଶନର ମଧ୍ୟ ସେ କାଉନସେଲ ରହିଥିଲେ ।

ଭୋପାଳ ଗ୍ୟାସ ଲିକ ଏବଂ ନର୍ମଦା ନଦୀବନ୍ଧ ବିସ୍ଥାପିତଙ୍କ ମାମଲା ଲଢି ଚର୍ଚ୍ଚାକୁ ଆସିଥିଲେ । 2006 ରେ ଦିଲ୍ଲୀ ହାଇକୋର୍ଟରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ରାୟ ପ୍ରଦାନ କରିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated :Dec 16, 2020, 7:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.