ETV Bharat / city

ଲଘୁଚାପ ଜନିତ ଲଗାଣ ବର୍ଷାରେ ଉବୁଟୁବୁ ଆଠଗଡ଼

author img

By

Published : Sep 15, 2021, 6:16 AM IST

ଜିଲ୍ଲାରେ ରେକର୍ଡ ସଂଖ୍ୟକ ବର୍ଷା । ବନ୍ୟାଜଳ ପସି ଆସିବାରୁ ବିଭିନ୍ନ ନଦୀ ଫୁଲି ଉଠିବା ସହ କୃତ୍ରିମ ବନ୍ୟାର ଭ୍ରମ ଦେଖିବାକୁ ମିଳିଛି କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ । ଅଧିକ ପଢନ୍ତୁ..

ଳଘୁଚାପ ଜନିତ ଲଗାଣ ବର୍ଷା,  ଆଠଗଡ଼ ସ୍ଥିତି ବେହାଲ
ଳଘୁଚାପ ଜନିତ ଲଗାଣ ବର୍ଷା, ଆଠଗଡ଼ ସ୍ଥିତି ବେହାଲ

କଟକ: ଲଗାଣ ବର୍ଷାରେ ଆଠଗଡ କିଛି ଅଞ୍ଚଳରେ ସ୍ଥିତି ବେହାଲ । ଆଠଗଡ ବ୍ଲକ ଗୋପୀନାଥପୁର ଠାରେ କଣ୍ଟିଆ ନଦୀ ଗୁଡିକ ଅତ୍ୟାଧିକ ପାଣି ଆସିବା ଫଳରେ ବିଭିନ୍ନ ସ୍ଥାନ ଗୁଡିକ ଉଛୁଳିବା ଯୋଗୁଁ ତରଡିଙ୍ଗ, ବାଇଲୋ ୨ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ସେପଟେ ଶହ ଶହ ଏକର ଚାଷଜମି ମଧ୍ୟ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି । ତେବେ ବାଇଲୋ ନୂଆଗାଁ ଶବରସାହି ରାସ୍ତା ଉପରେ 4ଫୁଟର ବନ୍ୟା ଜଳ । ତରଡିଙ୍ଗ ଯୋରନ୍ଦାକୁ ସଂଯୋଗ କରୁଥିବା ସାତପା ଗଡା ଉପରେ 4ଫୁଟର ବନ୍ୟା ଜଳ ପ୍ରବାହିତ ଯୋଗୁଁ ସଂପୂର୍ଣ୍ଣ ଯୋଗାଯୋଗ ବିଛିନ୍ନ ହୋଇଛି ।

ଳଘୁଚାପ ଜନିତ ଲଗାଣ ବର୍ଷା, ଆଠଗଡ଼ ସ୍ଥିତି ବେହାଲ

ତେବେ ବିଭିନ୍ନ ଗାଁ ଓ ଘର ମାନଙ୍କରେ ବନ୍ୟା ପାଣି ପଶିବା ଯୋଗୁଁ ଲୋକମାନେ କେଉଁଠି ଛାତ ଉପରେ ତ କେଉଁଠି ଉଚ୍ଚ ଯାଗା ଦେଖି ଲୋକମାନେ ଆଶ୍ରୟ ନେଇଛନ୍ତି । ସେହିଭଳି ପୁରୁଣା କଟକ ସମ୍ବଲପୁର ରାସ୍ତାର ଦହିସରା ମାଧପୁର ଠାରେ ୪ ଫୁଟ ସହିତ ନିଧିପୁର ଗଡାରେ ୪ଫୁଟର ବନ୍ୟାଜଳ ପ୍ରବାହିତ ଯୋଗୁଁ ଯାତାୟାତ ସଂପୂର୍ଣ୍ଣ ଠପ୍ । ଆଠଗଡର ଅନେକ ୱାର୍ଡ ଏବେ ଜଳବନ୍ଦୀ ।

ସେପଟେ ଆଠଗଡ ବ୍ଳକ ଇଚ୍ଛାପୁର ଗାଁ ନିକଟରେ ସାପୁଆ ନଇରେ ଘାଇ ହେବା ଫଳରେ ଇଛାପୁର ଗାଁ ସମେତ ମାଟିକୋଟ, ଗୁଡୁପଡ଼ାଗାଁ ଭିତରେ ପାଣି ବେଳକୁ ବେଳ ନଇରେ ବଢୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏହାସହ ବ୍ଳକ ଅନ୍ତର୍ଗତ ରାଧାକୃଷ୍ଣ ପୁର ପଞ୍ଚାୟତ ଖଣ୍ଡୁଆଳି ଗାଁ ନିକଟ ରେଙ୍ଗାଲି କେନାଲରେ ଦୁଇଟି ଘାଇ ସୃଷ୍ଟି ହୋଇ ଶହ ଶହ ଏକର ଧାନ ଫସଲ ଜଳମଗ୍ନ ହୋଇଛି । ବର୍ତ୍ତମାନ ସୁଦ୍ଧା ବର୍ଷାର ପ୍ରଭାବ ଅଧିକରୁ ଅଧିକ ହେଉଥିବା ବେଳେ ସ୍ଥାନୀୟ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.