ETV Bharat / city

କମିଛି ବନ୍ୟାଜଳ ତଥାପି ଅନେକ ଗାଁ ଜଳବନ୍ଦୀ

author img

By

Published : Sep 2, 2020, 3:39 PM IST

କମିଛି ବନ୍ୟାଜଳ କିନ୍ତୁ ଅନେକ ଗାଁ ଜଳବନ୍ଦୀ
କମିଛି ବନ୍ୟାଜଳ କିନ୍ତୁ ଅନେକ ଗାଁ ଜଳବନ୍ଦୀ

ଆଠଗଡ ନିର୍ବାଚନ ମଣ୍ଡଳୀର ମଞ୍ଚେଶ୍ବର ଗ୍ରାମ ପଞ୍ଚାୟତରେ ରାସ୍ତାରେ ବହୁଛି ପାଣି । ପାଣିର ସ୍ରୋତ କମିଛି ତଥାପି ଅନେକ ଗାଁ ଏବେ ବି ଜଳବନ୍ଦୀ ରହିଛି । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉକ୍ତ ପଞ୍ଚାୟତ ବୁଲି ତଳିଆ ଅଞ୍ଚଳ ଲୋକୁଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରିତ କରିବା ସହ ରିଲିଫ ବ୍ୟବସ୍ଥା କରିଛନ୍ତି । ଅଧିକ ପଢନ୍ତୁ...

କଟକ: ସିଲଭରସିଟିରେ ତାଣ୍ଡବ ରଚିଛି ବନ୍ୟା । ହୀରାକୁଦରୁ ଗେଟ ବନ୍ଦ ହେବାପରେ ଏବେ ଜଳସ୍ତର ଧୀରେ ଧୀରେ କମିବାରେ ଲାଗିଛି । ତେବେ ଏବେ ବିଭିନ୍ନ ଅଞ୍ଚଳର ଗାଁ ଗୁଡିକ ଜଳବନ୍ଦୀ ହୋଇ ରହିଛି ।

କମିଛି ବନ୍ୟାଜଳ କିନ୍ତୁ ଅନେକ ଗାଁ ଜଳବନ୍ଦୀ

କଟକ ଜିଲ୍ଲା ଆଠଗଡ ନିର୍ବାଚନ ମଣ୍ଡଳୀର ମଞ୍ଚେଶ୍ବର ଗ୍ରାମ ପଞ୍ଚାୟତରେ ରାସ୍ତାରେ ବହୁଛି ପାଣି । ପାଣିର ସ୍ରୋତ କମିଛି ତଥାପି ଅନେକ ଗାଁ ଏବେ ବି ଜଳବନ୍ଦୀ ରହିଛି । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉକ୍ତ ପଞ୍ଚାୟତ ବୁଲି ତଳିଆ ଅଞ୍ଚଳ ଲୋକୁଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରିତ କରିଛନ୍ତି । ଏହାଛଡା ରିଲିଫ ବ୍ୟବସ୍ଥା କରିଥିବା ନେଇ ସ୍ଥାନୀୟ ସରପଞ୍ଚ କହିଛନ୍ତି । ଏହି ପଞ୍ଚାୟତରେ 11 ଟି ଗ୍ରାମ ଜଳମଗ୍ନ ହୋଇରହିଛି । ସମସ୍ତ ଚାଷ ଜମି ବନ୍ୟା ପାଣିରେ ଜଳମଗ୍ନ ହୋଇରହିଛି ଏବଂ ବ୍ୟାପକ ପରିମାଣରେ କ୍ଷୟକ୍ଷତି ହୋଇଛି । ଗତକାଲି ରାସ୍ତାରେ 2 ଫୁଟରୁ ଅଧିକ ପାଣି ଯାଉଥିଲା କିନ୍ତୁ ଆଜି ରାସ୍ତାରେ ବନ୍ୟା ପାଣି ହ୍ରାସ ପାଇଛି ।

କଟକରୁ ପ୍ରଭୂକଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.