ETV Bharat / city

ପଶ୍ଚିମ ଓଡିଶାରେ ସ୍ବାସ୍ଥ୍ୟସେବା ପାଇଁ 25 କୋଟି ଆର୍ଥିକ ଅନୁଦାନ

author img

By

Published : May 12, 2021, 10:11 PM IST

WODC chairman25 corer allocation for infra & urgent equipments
25 କୋଟି ଆର୍ଥିକ ଅନୁଦାନ ଘୋଷଣା କଲେ ଡବ୍ଲୁଓଡିସି ଅଧ୍ୟକ୍ଷ

ପଶ୍ଚିମ ଓଡିଶାରେ କୋରୋନା ମୁକାବିଲାରେ ମେଡିକାଲ ଉପକରଣର ଜରୁରୀ ସାମଗ୍ରୀ ଓ ଭିତ୍ତିଭୂମି ପାଇଁ 25 କୋଟି ଘୋଷଣା କରିଛନ୍ତି WODC ଅଧ୍ୟକ୍ଷ ଅସିତ ତ୍ରୀପାଠି। ଏନେଇ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଟ୍ବିଟ କରି ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

ଭୁବନେଶ୍ବର: କୋରୋନା ମୁକାବିଲା ପାଇଁ ଆର୍ଥିକ ଅନୁଦାନ ଘୋଷଣା କଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ । କୋରୋନା ମୁକାବିଲାରେ ମେଡିକାଲ ଉପକରଣର ଜରୁରୀ ସାମଗ୍ରୀ ଓ ଭିତ୍ତିଭୂମି ପାଇଁ 25 କୋଟି ଘୋଷଣା କରିଛନ୍ତି WODC ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଏନେଇ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଟ୍ବିଟ କରି ସୂଚନା ଦେଇଛନ୍ତି ।

25 କୋଟି ଆର୍ଥିକ ଅନୁଦାନ ଘୋଷଣା କଲେ ଡବ୍ଲୁଓଡିସି ଅଧ୍ୟକ୍ଷ

ପଶ୍ଚିମ ଓଡିଶାର 10ଟି ଜିଲ୍ଲାରେ କୋରୋନା ମୁକାବିଲାର ଜରୁରୀ ସାମଗ୍ରୀ ଓ ଭିତ୍ତିଭୂମି ପାଇଁ 25 କୋଟି ଟଙ୍କା ଘୋଷଣା କରିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ମହାମାରୀ କୋରୋନାର ମୁକାବିଲା ପାଇଁ ସମସ୍ତ ସହାୟତା ପ୍ରଦାନ କରାଯାଉଛି । ପଶ୍ଚିମ ଓଡିଶା ବିକାଶ ପରିଷଦ ଜିଲ୍ଲା ପ୍ରଶାସନକୁ ଦୃଢ କରିବା ପାଇଁ ଏହି ଅନୁଦାନ ପ୍ରଦାନ କରିଛନ୍ତି । କୋରୋନା ମୁକାବିଲାରେ ଜରୁରୀକାଳୀନ ସାମଗ୍ରୀ ଯଥା ଅତିରିକ୍ତ ଆଇସିୟୁ, ଏଚଡିୟୁ ବେଡ, ଡାଇଗ୍ନୋଷ୍ଟିକ୍ ସାମଗ୍ରୀ, କୋଭଡ ହସ୍ପିଟାଲ, ସ୍ପେଶାଲ ଟେଷ୍ଟ ସାମଗ୍ରୀ, ଅକ୍ସିଜେନ ସାମଗ୍ରୀ ସମସ୍ତ ଜିନିଷ କ୍ରୟ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ସୂଚନାଥାଉକି ରାଜ୍ୟରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ରାଜ୍ୟରେ 10 ହଜାରରୁ ଊର୍ଦ୍ଧ୍ବ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ପଶ୍ଚିମ ଓଡିଶାର ଜିଲ୍ଲା ଗୁଡିକରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ବିଶେଷକ କରି ପଶ୍ଚିମ ଓଡିଶାର ଜିଲ୍ଲା ଗୁ଼ଡିକ ଛତିଶଗଡ ସୀମା ସହିତ ଲାଗି ରହିଥିବାରୁ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା କରାଯାଉଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.