ETV Bharat / city

କୋରୋନା ମୁକାବିଲା: ରାଜ୍ୟର ସମସ୍ତ ସହରାଞ୍ଚଳ ସଟଡ଼ାଉନ

author img

By

Published : May 1, 2021, 9:14 AM IST

Updated : May 1, 2021, 12:01 PM IST

କୋରୋନା ମୁକାବିଲା: ରାଜ୍ୟର ସମସ୍ତ ସହରାଞ୍ଚଳ ସଟଡ଼ାଉନ
କୋରୋନା ମୁକାବିଲା: ରାଜ୍ୟର ସମସ୍ତ ସହରାଞ୍ଚଳ ସଟଡ଼ାଉନ

ରାଜ୍ୟରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ସପ୍ତାହନ୍ତ ସଟଡାଉନ ଶନିବାର ଲାଗୁ କରାଯାଇଛି । ଅଧିକ ପଢନ୍ତୁ...

ଭୁବନେଶ୍ବର: ଆଜିଠୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ ଆରମ୍ଭ ହୋଇଛି । ସାରା ରାଜ୍ୟରେ ସଂକ୍ରମଣ ଏବେ ସୁନାମିର ରୂପ ନେଇଛି । ଶନିବାର ସରକାରୀ ରିପୋର୍ଟ ରାଜ୍ୟରେ ସର୍ବକାଳୀନ ରେକର୍ଡ ସଂଖ୍ୟକ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସଂକ୍ରମଣକୁ ରୋକିବା ପାଇଁ ସପ୍ତାହର ପ୍ରତି ଶନିବାର ଓ ରବିବାରକୁ ରାଜ୍ୟ ସରକାର ସଟଡ଼ାଉନ ଘୋଷଣା କରିଥିବାରୁ ଏହି ନିୟମକୁ ପ୍ରଶାସନ କଡାକଡି ଲାଗୁ କରିଛି ।

କୋରୋନା ମୁକାବିଲା: ରାଜ୍ୟର ସମସ୍ତ ସହରାଞ୍ଚଳ ସଟଡ଼ାଉନ

ତେବେ ଗତବର୍ଷର ସମସ୍ତ ରେକର୍ଡ ଭାଙ୍ଗି ୧୦ ହଜାର ଅତିକ୍ରମ କରିଛି ଦୈନିକ ସଂକ୍ରମଣ ସଂଖ୍ୟା । ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ସର୍ବାଧିକ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୧୦,୪୧୩ ଜଣ ସଂକ୍ରମଣ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୭୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବରରେ ସଟଡାଉନର ପ୍ରଭାଵ ରହିଛି । ପୋଲିସ ପକ୍ଷରୁ ବିଭିନ୍ନ ଚେକ ପୋଷ୍ଟ କରାଯାଇଛି ଅର୍ଥାତ କଡାକଡି କରାଯାଇଛି ଚେକିଂ । ଅମାନିଆଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି ପୋଲିସ । ବିଏମସି ପକ୍ଷରୁ ଚଢ଼ାଉ ଜୋରଦାର କରାଯାଉଥିବା ଦେଖିବାକୁ ମିଳିଛି ।

ସେପଟେ ରାଜ୍ୟର ସମସ୍ତ ସହରାଞ୍ଚଳର ହେଡକ୍ବାର୍ଟରକୁ ମଧ୍ୟ ବନ୍ଦ କରାଯାଇଛି । କୋଭିଡ ନିୟମକୁ କଡାକଡି ଲାଗୁ କରିବା ପାଇଁ ପ୍ରଶାସନ ଉଦ୍ୟମ ଜାରି ରଖିଛି । ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ପ୍ରଶାସନ ଚଢାଉ କରୁଛି । ଏହାସହିତ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ମାସ୍କ ପିନ୍ଧିବା ସହିତ କୋଭିଡ ନିୟମକୁ କଡାକଡି ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated :May 1, 2021, 12:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.