ETV Bharat / city

ବ୍ରହ୍ମଗିରିରେ ନିର୍ବାଚନୀ ହିଂସା: ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେପି ଟିମ

author img

By

Published : Feb 16, 2022, 8:45 PM IST

ବ୍ରହ୍ମଗିରିରେ ନିର୍ବାଚନୀ ହିଂସା ପାଇଁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ଦାୟୀ । ଏଭଳି ଅଭିଯୋଗ ଆଣିଛନ୍ତି ବିଜେପି ନେତ୍ରୀ ଉପାସନା ମହାପାତ୍ର । ବ୍ରହ୍ମଗିରିକୁ କଳଙ୍କିତ କରିବାକୁ କିଛି ଗୋଷ୍ଠୀ ଉଦ୍ୟମ କରିଛନ୍ତି। ଅଧିକ ପଢନ୍ତୁ

ବ୍ରହ୍ମଗିରିରେ ନିର୍ବାଚନୀ ହିଂସା : ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେପି ଟିମ
ବ୍ରହ୍ମଗିରିରେ ନିର୍ବାଚନୀ ହିଂସା : ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେପି ଟିମ

ଭୁବନେଶ୍ବର : ବ୍ରହ୍ମଗିରିରେ ନିର୍ବାଚନୀ ହିଂସା ପାଇଁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ଦାୟୀ । ଏଭଳି ଅଭିଯୋଗ ଆଣିଛନ୍ତି ବିଜେପି ନେତ୍ରୀ ଉପାସନା ମହାପାତ୍ର । ବ୍ରହ୍ମଗିରିକୁ କଳଙ୍କିତ କରିବାକୁ କିଛି ଗୋଷ୍ଠୀ ଉଦ୍ୟମ କରିଛନ୍ତି।

ବ୍ରହ୍ମଗିରିରେ ନିର୍ବାଚନୀ ହିଂସା : ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେପି ଟିମ

ଏହାବି ପଢନ୍ତୁ : ବିଜେଡି ନାଁରେ ବିଜେପିର ସାଙ୍ଘାତିକ ଅଭିଯୋଗ, ନିର୍ବାଚନ କମିଶନଙ୍କୁ ଭେଟିଲା ଟିମ

ବୁଧବାର ପଞ୍ଚାୟତ ନିର୍ବାଚନ ଚାଲିଥିବାବେଳେ ପରାଜୟର ଭୟରେ ଶାସକ ଦଳର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ଏସବୁ କରିଛନ୍ତି । ବିଜେପି କର୍ମୀମାନେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ଆମ ବିଜେପିର ୫ ଜଣିଆ ଟିମ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ତ ହୋଇ ସ୍ମାରକ ପତ୍ର ଦେବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛୁ ବୋଲି କହିଛନ୍ତି ବିଜେପି ନେତ୍ରୀ ଉପାସନା ମହାପାତ୍ର ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.