ETV Bharat / city

ବିଜେଡି ନାଁରେ ବିଜେପିର ସାଙ୍ଘାତିକ ଅଭିଯୋଗ, ନିର୍ବାଚନ କମିଶନଙ୍କୁ ଭେଟିଲା ଟିମ

author img

By

Published : Feb 16, 2022, 7:36 PM IST

ନିର୍ବାଚନ କମିଶନଙ୍କୁ ଭେଟିଲେ ବିଜେପି ଟିମ । ପାଟଣାଗଡ଼ ବାଗଡୋର ପଞ୍ଚାୟତର 14 ନମ୍ବର ଜୋନ ପ୍ରିଜାଇଡ଼ିଙ୍ଗ ଅଫିସର ଏସ ମହାଲିଙ୍ଗ ଭୋଟରଙ୍କୁ ବିଜେଡି ଚିହ୍ନରେ ମୋହର ମାରିବାକୁ କହୁଥିବା ପ୍ରମାଣ ନିର୍ବାଚନ କମିଶନଙ୍କ ନିକଟରେ ରଖିଲା ବିଜେପି । ଅଧିକ ପଢନ୍ତୁ

ନିର୍ବାଚନ କମିଶନଙ୍କୁ ଭେଟିଲେ ବିଜେପି ଟିମ
ନିର୍ବାଚନ କମିଶନଙ୍କୁ ଭେଟିଲେ ବିଜେପି ଟିମ

ଭୁବନେଶ୍ବର: ନିର୍ବାଚନ କମିଶନଙ୍କୁ ଭେଟିଲେ ବିଜେପି ଟିମ । ପାଟଣାଗଡ଼ ବାଗଡୋର ପଞ୍ଚାୟତର 14 ନମ୍ବର ଜୋନ ପ୍ରିଜାଇଡ଼ିଙ୍ଗ ଅଫିସର ଏସ ମହାଲିଙ୍ଗ ଭୋଟରଙ୍କୁ ବିଜେଡି ଚିହ୍ନରେ ମୋହର ମାରିବାକୁ କହୁଥିବା ପ୍ରମାଣ ନିର୍ବାଚନ କମିଶନଙ୍କ ନିକଟରେ ରଖିଲା ବିଜେପି । ଆଜି(ବୁଧବାର) ଭୋଟ ସରିବା ପରେ ସମସ୍ତ ଷ୍ଟ୍ରଙ୍ଗରୁମକୁ 24 ଘଣ୍ଟିଆ ସିସିଟିଭି ସର୍ଭିଲାନ୍ସରେ ରଖିବାକୁ ବିଜେପି ଦାବି କରିଛି ।

ବିଜେଡି ନାଁରେ ବିଜେପିର ସାଙ୍ଘାତିକ ଅଭିଯୋଗ, ନିର୍ବାଚନ କମିଶନଙ୍କୁ ଭେଟିଲା ଟିମ

ଏହାବି ପଢନ୍ତୁ : ମାଛଗାଁରେ ନିର୍ବାଚନୀ ହିଂସା: 2 ଗୁରୁତର, 4 ଗିରଫ

ତିରୁପତି ପାଣିଗ୍ରାହୀ ବୁଥ କ୍ୟାପଚର କରିବା ପାଇଁ ଲୋକଙ୍କୁ ପ୍ରବର୍ତ୍ତାଇବାର ଭିଡିଓକୁ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବା ସହ ଗିରଫ ପାଇଁ ବିଜେପିର ଦାବି କରିଛି । ଅନ୍ୟପଟେ କଣାସରେ ସାମ୍ବାଦିକ ମାନଙ୍କୁ ମରଣାନ୍ତକ ଆକ୍ରମଣ ଓ ବ୍ରହ୍ମଗିରିରେ ଵାଲାଟ ବକ୍ସ ଦୁବୃର୍ତ୍ତମାନେ ଉଠାଇ ନେଇଥିବା ପ୍ରସଙ୍ଗରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.