ETV Bharat / city

ବାତ୍ୟା ୟସକୁ ଦୃଷ୍ଟିରେ ରଖି ଆଉ 6ଟି ଜିଲ୍ଲାରେ ବନ୍ଦ ରହିବ ଟୀକାକରଣ ଓ ଟେଷ୍ଟିଂ

author img

By

Published : May 25, 2021, 9:12 PM IST

ଓଡିଶା ଆଡକୁ ମୁହାଁଉଛି ବାତ୍ୟା ୟସ । ଏନେଇ ରାଜ୍ୟରେ ବନ୍ଦ ରହିବ ଟୀକାକରଣ ଓ ଟେଷ୍ଟିଂ । ଅଧିକ ପଢନ୍ତୁ...

ବାତ୍ୟା ୟାସକୁ ଦୃଷ୍ଟିରେ ରଖି ଆଉ 6 ଟି ଜିଲ୍ଲାରେ ବନ୍ଦ ରହିବ ଟୀକାକରଣ ଓ ଟେଷ୍ଟିଂ
ବାତ୍ୟା ୟାସକୁ ଦୃଷ୍ଟିରେ ରଖି ଆଉ 6 ଟି ଜିଲ୍ଲାରେ ବନ୍ଦ ରହିବ ଟୀକାକରଣ ଓ ଟେଷ୍ଟିଂ

ଭୁବନେଶ୍ବର: ବାତ୍ୟା ୟସକୁ ନେଇ 6ଟି ଜିଲ୍ଲା ଗୁଡିକରେ ଆସନ୍ତା 26 ରୁ 27 ତାରିଖ ପର୍ଯ୍ୟନ୍ତ ଟୀକାକରଣ ସମେତ ଟେଷ୍ଟ ମଧ୍ୟ ବନ୍ଦ ରହିବା ସହ ଡୋର ଟୁ ଡୋର୍ ସର୍ଭେକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ବନ୍ଦ ରହିଥିବା ଜିଲ୍ଲାଗୁଡିକ ମଧ୍ୟ୍ୟରେ ରହିଛି କଟକ, ପୁରୀ, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ ଓ ଖୋର୍ଦ୍ଧା। ଏହାସହ ଏହି ଜିଲ୍ଲା ଗୁଡିକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଭାବରେ ବାତ୍ୟାକୁ ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବାତ୍ୟା ୟାସକୁ ଦୃଷ୍ଟିରେ ରଖି ଆଉ 6 ଟି ଜିଲ୍ଲାରେ ବନ୍ଦ ରହିବ ଟୀକାକରଣ ଓ ଟେଷ୍ଟିଂ
ବାତ୍ୟା ୟାସକୁ ଦୃଷ୍ଟିରେ ରଖି ଆଉ 6 ଟି ଜିଲ୍ଲାରେ ବନ୍ଦ ରହିବ ଟୀକାକରଣ ଓ ଟେଷ୍ଟିଂ

ସେପଟେ ସାମୁଦ୍ରିକ ଝଡ଼ ୟସର ଲ୍ୟାଣ୍ଡ ଫଲ ନେଇ ଭୁବନେଶ୍ବରରେ ଟୀକାକରଣକୁ ବାତିଲ କରିଛି ବିଏମସି । ବାତ୍ୟା ୟସ ପ୍ରଭାବରେ ସାରା ରାଜ୍ୟରେ ଏହାର ପ୍ରକୋପ ଅନୁଭୂତ ହେବାରେ ଲାଗିଛି ।

ଆସନ୍ତାକାଲି ସ୍ଥଳ ଭାଗ ଛୁଇଁବ ବାତ୍ୟା । ତେବେ ଲ୍ୟାଣ୍ଡ ଫଲ ସମୟରେ ଏହାର ଭୟଙ୍କର ପ୍ରଭାବ ନେଇ ରାଜ୍ୟସରକାରଙ୍କ ପକ୍ଷରୁ ଯୁଦ୍ଧ କାଳୀନ ଭିତ୍ତିରେ ଜାରି ରହିଛି ମୁକାବିଲା କାର୍ଯ୍ୟ । ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଅର୍ଥାତ ୨୬ ତାରିଖ ଟୀକାକରଣକୁ ବାତିଲ କରି ଆସନ୍ତା 29 ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଯେଉଁ ନାଗରିକମାନେ ୨୬ ତାରିଖ ପାଇଁ ନିଜର ସ୍ଲଟ ବୁକ କରିଥିଲେ, ସେମାନେ ଚଳିତ ମାସ ୨୯ ତାରିଖରେ ଏହି ସ୍ଲଟ ଟେ ଟୀକା ନେଇପାରିବେ । ଏନେଇ ବିଏମସି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

ବାତ୍ୟା ୟାସକୁ ଦୃଷ୍ଟିରେ ରଖି ଆଉ 6 ଟି ଜିଲ୍ଲାରେ ବନ୍ଦ ରହିବ ଟୀକାକରଣ ଓ ଟେଷ୍ଟିଂ
ବାତ୍ୟା ୟାସକୁ ଦୃଷ୍ଟିରେ ରଖି ଆଉ 6 ଟି ଜିଲ୍ଲାରେ ବନ୍ଦ ରହିବ ଟୀକାକରଣ ଓ ଟେଷ୍ଟିଂ

ଅନ୍ୟପଟେ ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ମୟୂରଭଞ୍ଜ ଓ କେନ୍ଦୁଝରରେ ମଧ୍ୟ କରୋନା ଟେଷ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.