ETV Bharat / city

ଜାତୀୟସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା, ରାଜ୍ୟରୁ ଦୁଇ ବିଦ୍ୟାର୍ଥୀ ପୁରସ୍କୃତ

author img

By

Published : Sep 17, 2022, 12:03 PM IST

ଶ୍ରେଷ୍ଠ ପ୍ରଦର୍ଶନ ଲାଗି ନବମ ଜାତୀୟସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତାରେ ଦୁଇ ଓଡିଆଙ୍କୁ ପୁରସ୍କୃତ । ଅଧିକ ପଢନ୍ତୁ

ଜାତୀୟସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା, ରାଜ୍ୟରୁ ଦୁଇ ବିଦ୍ୟାର୍ଥୀ ପୁରସ୍କୃତ
ଜାତୀୟସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା, ରାଜ୍ୟରୁ ଦୁଇ ବିଦ୍ୟାର୍ଥୀ ପୁରସ୍କୃତ

ଭୁବନେଶ୍ବର: ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ନବମ ଜାତୀୟସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା(National Exhibition and Project Competition)ରେ ଓଡିଶାର ଦୁଇ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି । ଶ୍ରେଷ୍ଠ ପ୍ରଦର୍ଶନ ଲାଗି କଲ୍ୟାଣୀ ସାହୁ ଓ ଶ୍ରେୟାଂଶ ବିକାଶ ମିଶ୍ରଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଶୁକ୍ରବାର ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଉଦଯାପିତ ହୋଇଛି ।

ଜାତୀୟସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା, ରାଜ୍ୟରୁ ଦୁଇ ବିଦ୍ୟାର୍ଥୀ ପୁରସ୍କୃତ
ଜାତୀୟସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା, ରାଜ୍ୟରୁ ଦୁଇ ବିଦ୍ୟାର୍ଥୀ ପୁରସ୍କୃତ

କଲ୍ୟାଣୀ ସାହୁ ବରଗଡ଼ ଜିଲ୍ଲାର ମୁରାପଲ୍ଲି ସ୍ଥିତ ଦେଓଲି ନୋଡାଲ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ହୋଇଥିବା ବେଳେ ସେ ହସ୍ପିଟାଲରେ ରୋଗୀ ଏବଂ ବୟସ୍କ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଏକ ଅତ୍ୟାଧୁନିକ ବେଡ୍ ପ୍ରସ୍ତୁତ କରି ପୁରସ୍କୃତ ହୋଇଛନ୍ତି । କଲ୍ୟାଣୀଙ୍କ ନିର୍ମିତ ଏହି ବେଡ଼କୁ ଅତି ସହଜରେ ଉପର ଓ ତଳକୁ କରିହେବା ସହ ଏଥରେ ଅଟୋମେଟିକ୍ ବେଶିନର ସୁବିଧା ମଧ୍ୟ ରହିଛି । ସେହିଭଳି ବିଦ୍ୟୁତ୍‌ ସଂଯୋଗ ନଥିଲେ ମଧ୍ୟ ଏଥିରେ ଥିବା ଏଲିଡି ଆର ସେନସର ପରିଚାଳିତ ହୋଇପାରିବ । ଫଳରେ ଚାଲି ନପାରୁଥିବା ରୋଗୀ ମାନେ ଏଥିରେ ବହୁତ ଉପକୃତ ହୋଇପାରିବେ । ଧାରଣ ଲୋକଙ୍କ ହିତରେ ଆସିବା ଭଳି ଜିନିଷ ଉଦ୍ଭାବନ କରିବାକୁ ଲକ୍ଷ୍ୟ ରଖିଛନ୍ତି କଲ୍ୟାଣୀ ।

ଏହା ମଦ୍ୟ ପଢନ୍ତୁ-୧୨୧୩ଟି ମାଟି ଚା ଗ୍ଲାସରେ ବାଲୁକାକଳା କରି ମୋଦିଙ୍କୁ ନିଆରା ଶୁଭେଚ୍ଛା ଦେଲେ ସୁଦର୍ଶନ

ଜାତୀୟସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା, ରାଜ୍ୟରୁ ଦୁଇ ବିଦ୍ୟାର୍ଥୀ ପୁରସ୍କୃତ
ଜାତୀୟସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା, ରାଜ୍ୟରୁ ଦୁଇ ବିଦ୍ୟାର୍ଥୀ ପୁରସ୍କୃତ

ପୁରସ୍କୃତ ହୋଇଥିବା ଆଉ ଜଣେ ଓଡ଼ିଆ ହେଉଛନ୍ତି ଭୁବନେଶ୍ୱରର ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଶ୍ରେୟାଂଶ ବିକାଶ ମିଶ୍ର । ଜାତୀୟସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତାରେ ଦେଶରୁ ମୋଟ ୫୫୬ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ୬୦ ଜଣଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରକେ ଓଡିଶାର କଲ୍ୟାଣୀ ସାହୁ ଓ ଶ୍ରେୟାଂଶ ବିକାଶ ମିଶ୍ର ସ୍ଥାନ ପାଇଛନ୍ତି । ଏହି ପୁରସ୍କାର ପାଇବା ପରେ ଉଭୟଙ୍କ ପରିବାର ସଦସ୍ୟ ଓ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ବେଶ ଖୁସି ଅଛନ୍ତି । ଉଭୟଙ୍କ ପ୍ରତିକ୍ରିୟା ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.