ETV Bharat / city

ଅସହ୍ୟ ହେଲା ଯୌତୁକ ନିର୍ଯାତନା: ଗର୍ଭବତୀ କଲେ ଆତ୍ମହତ୍ୟା, ସ୍ବାମୀ-ଦିଅର ଗିରଫ

author img

By

Published : Sep 23, 2022, 7:49 AM IST

ଅସହ୍ୟ ହେଲା ଯୌତୁକ ନିର୍ଯାତନା : ଗର୍ଭବତୀ କଲେ ଆତ୍ମହତ୍ୟା, ସ୍ବାମୀ ଦିଅର ଗିରଫ
ଅସହ୍ୟ ହେଲା ଯୌତୁକ ନିର୍ଯାତନା : ଗର୍ଭବତୀ କଲେ ଆତ୍ମହତ୍ୟା, ସ୍ବାମୀ ଦିଅର ଗିରଫ

ଗର୍ଭବତୀ ମହିଳାଙ୍କ ମୃତଦେହକୁ ପୋଲିସ ସେବା ଭବନ ପଛପଟୁ ପୋଲିସ ଉଦ୍ଧାର କରିବା ଘଟଣାରେ ସ୍ବାମୀ ଓ ଦିଅର ଗିରଫ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ରାଜଧାନୀ ଗର୍ଭବତୀ ମହିଳାଙ୍କ ଆତ୍ମହତ୍ୟା ଘଟଣାରେ ସ୍ବାମୀ-ଦିଅର ଗିରଫ । ଗତ ବୁଧବାର ମହିଳା ଜଣଙ୍କ ଆତ୍ମହତ୍ୟା କରିଥିଲେ । ତଦନ୍ତ ପରେ ଯୌତୁକ ନିର୍ଯାତନା ଅଭିଯୋଗରେ ସ୍ବାମୀ ଦିଅରକୁ ଗିରଫ କରିଛି କମିଶନରେଟ ପୋଲିସ । ମୃତ ମହିଳା ହେଉଛନ୍ତି ସୁମିତ୍ରା କାଟିଆ ତାଙ୍କ ଘର ନୟାଗଡ଼ ଜିଲ୍ଲାରେ । ଗତ ବୁଧବାର ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରିଥିଲା । ଉଭୟଙ୍କୁ IPCର ଧାରା 306ରେ ଗିରଫ କରି କୋର୍ଟଚାଲାଣ କରିଛି କମିଶନରେଟ ପୋଲିସ ।

ସୂଚନାନୁସାରେ, ବୁଧବାର କ୍ୟାପିଟାଲ ଥାନା ପୋଲିସ ସେବା ଭବନ ପଛପଟୁ ଗର୍ଭବତୀ ମହିଳା ସୁମିତ୍ରାଙ୍କ ମୃତଦେହକୁ ଉଦ୍ଧାର କରିଥିଲା ପୋଲିସ । ମୃତ ମହିଳାଙ୍କ ଘର ନୟାଗଡ଼ରେ । ଏ ସମ୍ପର୍କରେ ଝିଅ ଘର ପରିବାର ଲୋକ‌ କହିଥିଲେ, ''ଏହା ଏକ ହତ୍ୟାକାଣ୍ଡ । ସୁମିତ୍ରାଙ୍କ ସ୍ୱାମୀ ଓ ଦିଅର ମିଶି ହତ୍ୟା କରିଥିବା’’ ଝିଅର ପରିବାର ଲୋକେ କହିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ..... ରାଜଧାନୀରେ ଦିନକରେ 3 ସୁଇସାଇଡ: ବିଷ ପିଇଲେ ପ୍ରେମୀ ଯୁଗଳ, ଝୁଲିପଡ଼ିଲେ ଗର୍ଭବତୀ

ଗତ ୨ ବର୍ଷ ତଳେ ଉଭୟଙ୍କ ବାହାଘର ହୋଇଥିଲା । ବାହାଘର ପରେ ଆମ ଝିଅକୁ ଯୌତୁକ ପାଇଁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା। ଯୌତୁକ ନଦେଇପାରିବାରୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତ ମହିଳା ସୁମିତ୍ରାଙ୍କ ପରିବାର ଲୋକେ । ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଚଳାଇଥିବା ବେଳେ ଗୁରୁବାର ସ୍ବାମୀ ଓ ଦିଅରଙ୍କୁ ଗିରଫ କରିଛି ।

ଏବେ ଏହି ଘଟଣା ଆଉ କେଉଁ ଦିଗକୁ ନେବ ତାକୁ ନେଇ ଚାଲିଛି ଖୋଳତାଡ଼ । ତେବେ ମୃତ ମହିଳାଙ୍କ ସ୍ୱାମୀ ଏକ ବୈଷୟିକ କଲେଜରେ ପିଅନ ଭାବେ କାର୍ଯ୍ୟ କରନ୍ତି । ସେପଟେ ଏହି ଘଟଣା ପଛରେ ଆଉ କିଏ ସମ୍ପୃକ୍ତ ଥାଇପାରନ୍ତି ବୋଲି ତାହାର ତଦନ୍ତ କରୁଛି । ଅନ୍ୟପକ୍ଷରେ ଆଇପିସିର ଧାରା 302, 304b, 498a, 34, 4 dowry prohibition actରେ ଉଭୟ ସ୍ବାମୀ-ଦିଅରକୁ ଗିରଫ କରିଛି ପୋଲିସ ।

ଗତ ବୁଧବାର ରାଜଧାନୀରେ ଗୋଟିଏ ଦିନରେ ରାଜଧାନୀରେ ୩ ଆତ୍ମହତ୍ୟା ଖବର ଆସିବାପରେ ଚିନ୍ତା ବଢ଼ିଥିଲା ପୋଲିସର । ଗୋଟିଏ ପରକୀୟାପ୍ରୀତି ପାଇଁ ପ୍ରେମୀ ଯୁଗଳଙ୍କ ସୁଇସାଇଡ ଖବର ପହଞ୍ଚି ଥିବା ବେଳେ ଅନ୍ୟଟି ଗର୍ଭବତୀ ମହିଳାଙ୍କ ଆତ୍ମହତ୍ୟା । ତେବେ ଏବେ ବି ପୋଲିସ ଏହି ୩ଟି ଆତ୍ମହତ୍ୟାର କାରଣ ଖୋଜୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.