ରାଜଧାନୀରେ ଦିନକରେ 3 ସୁଇସାଇଡ: ବିଷ ପିଇଲେ ପ୍ରେମୀ ଯୁଗଳ, ଝୁଲିପଡ଼ିଲେ ଗର୍ଭବତୀ

author img

By

Published : Sep 22, 2022, 9:41 AM IST

ରାଜଧାନୀରେ ଏକାଦିନରେ 3 ସୁଇସାଇଡ: ବିଷ ପିଇଲେ ପ୍ରେମୀ ଯୁଗଳ, ଝୁଲିପଡ଼ିଲେ ଗର୍ଭବତୀ ମହିଳା

ରାଜଧାନୀରେ ଏକାଦିନରେ 3 ସୁଇସାଇଡ । ବିଷ ପିଇ ଏକାଠି ଜୀବନ ହାରିଲେ ପ୍ରେମୀଯୁଗଳ । ସେହିପରି ଜଣେ ଗର୍ଭବତୀ ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଅଶୁଭ ବୁଧବାର ! ଗୋଟିଏ ଦିନରେ ରାଜଧାନୀରେ ୩ ଆତ୍ମହତ୍ୟା । ବିଷ ପିଇଲେ ପ୍ରେମୀ ଯୁଗଳ, ଝୁଲିପଡ଼ିଲେ ଗର୍ଭବତୀ ମହିଳା । ବିଷ ପିଇ ଏକାଠି ଜୀବନ ହାରିଲେ ପ୍ରେମୀଯୁଗଳ । ପରକୀୟାପ୍ରୀତି ପାଇଁ ପ୍ରେମୀ ଯୁଗଳଙ୍କ ସୁଇସାଇଡ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଭରତପୁର ଫୁଲେଶ୍ୱରୀ ବସ୍ତିରେ । ଏଠାରୁ ଉଦ୍ଧାର ହୋଇଛି ଦୁଇଟି ମୃତଦେହ । ମୃତକ ହେଲେ ସୋମନାଥ ସାହୁ ଓ ସୁଲୋଚନା ନାୟକ । ଉଭୟଙ୍କ ପରକୀୟା ପ୍ରୀତିକୁ ଘର ଲୋକେ ବିରୋଧ କରିବାରୁ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ପ୍ରେମୀ ଯୁଗଳ ।

ଏ ସମ୍ପର୍କରେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେ‌ହ ୨ଟିକୁ ଉଦ୍ଧାର କରି ଏମସକୁ ପଠାଇଛି । ପରେ ସେଠାରେ ଉଭୟଙ୍କର ପୋଷ୍ଟମର୍ଟମ କରାଯାଇଛି । ପୋଷ୍ଟମର୍ଟମରୁ ସୁଇସାଇଡ ଅସ୍ପଷ୍ଟ ହେଲେ ଭିସେରା ତଦନ୍ତ କରାଯିବ । ତେବେ ରିପୋର୍ଟ ଆସିବା ପରେ ଜଣାପଡିବ ଘଟଣାର ସତ୍ୟତା । ସେହିପରି କ୍ୟାପିଟାଲ ଥାନା ପୋଲିସ ସେବା ଭବନ ପଛପଟୁ ଜଣେ ଗର୍ଭବତୀ ମହିଳାଙ୍କ ମୃତଦେହକୁ ବୁଧବାର ଉଦ୍ଧାର କରିଛି ପୋଲିସ । ମୃତ ମହିଳାଙ୍କ ନାଁ ସୁମିତ୍ରା କାଟିଆ, ଘର ନୟାଗଡ଼ । ମହିଳାଙ୍କ ବେକରେ ରଶି ଲାଗିଥିବା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଥିଲା ପୋଲିସ ।

ଏହାପରେ ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା ସୁମିତ୍ରାଙ୍କ ମୃତଦେହ । ଏ ସମ୍ପର୍କରେ ଝିଅ ଘର ପରିବାର ଲୋକ‌ କହିଛନ୍ତି, ''ଏହା ଏକ ହତ୍ୟାକାଣ୍ଡ ସୁମିତ୍ରାଙ୍କ ସ୍ୱାମୀ ଓ ଦିଅର ମିଶି ହତ୍ୟା କରିଥିବା’’ ଝିଅର ପରିବାର ଲୋକେ ଆଣିଛନ୍ତି ଅଭିଯୋଗ ।

ବାହାଘର ପରେ ଆମ ଝିଅକୁ ଯୌତୁକ ପାଇଁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା । ଯୌତୁକ ନଦେଇ ପାରିବାରୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ତେବେ ମୃତ ମହିଳାଙ୍କ ସ୍ୱାମୀ ଏକ ବୈଷୟିକ କଲେଜରେ ପିଅନ ଭାବେ କାର୍ଯ୍ୟ କରନ୍ତି । ଗତ ୨ ବର୍ଷ ତଳେ ଉଭୟଙ୍କ ବାହାଘର ହୋଇଥିଲା । ଏବେ ଏହି ୩ ଆତ୍ମହତ୍ୟାକୁ ନେଇ ତଦନ୍ତ କରୁଛି ପୋଲିସ । କାହିଁକି ପ୍ରେମୀ ଯୁଗଳ ଏଭଲି ନିଷ୍ପତ୍ତି ନେଲେ ତାକୁ ନେଇ ଚାଲିଛି ତଦନ୍ତ । ସେପଟେ ଗର୍ଭବତୀ ମହିଳାଙ୍କ ଏଭଳି ଚରମ ନିଷ୍ପତ୍ତିକୁ ନେଇ ପୋଲିସର ଚାଲିଛି ତନାଘନା । ଏହି ଘଟଣା ଏବେ କେଉଁ ଦିଗକୁ ନେବ ତାକୁ ନେଇ ଚାଲିଛି ଖୋଳତାଡ଼ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.