ETV Bharat / city

ଗଣେଶ ପୂଜା ପାଇଁ ଦୈତନଗରୀ ପୂଜା କମିଟିର ପ୍ରସ୍ତୁତି ବୈଠକ

author img

By

Published : Aug 13, 2022, 1:05 PM IST

ଚଳିତବର୍ଷ ଧୁମଧାମରେ ଗଣେଶଙ୍କ ପୂଜା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଦୈତନଗରୀ କଟକ ଓ ଭୁବନେଶ୍ବରର ବିଭିନ୍ନ ଗଣେଶ ପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ

ଗଣେଷ ପୂଜା ପାଇଁ ସଜବାଜ, ଦୈତନଗରି ଗଣେଶ ପୂଜା କମିଟିର ପ୍ରସ୍ତୁତି ବୈଠକ
ଗଣେଷ ପୂଜା ପାଇଁ ସଜବାଜ, ଦୈତନଗରି ଗଣେଶ ପୂଜା କମିଟିର ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ଆସୁଛି ବିଘ୍ନ ବିନାଶକ ଗଣେଶଙ୍କ ପୂଜା । ଚଳିତବର୍ଷ ଧୁମଧାମରେ ପୂଜା ପାଇଁ ଦୈତନଗରୀ କଟକ ଓ ଭୁବନେଶ୍ବରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଭିନ୍ନ ଗଣେଶ ପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବିଧାୟକ ତଥା ପୂଜା କମିଟିର ମୁଖ୍ୟ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ । ଏହା ସହ ଅନୁଷ୍ଠାନର ସଭାପତି ସରୋଜ ସିଂହ, ମନୋରଞ୍ଜନ ଦାସଙ୍କ ସହ ଅନ୍ୟାନ୍ୟ କର୍ମକର୍ତ୍ତା ମଧ୍ୟ ସାମିଲ ହୋଇଥିଲେ ।

ଗଣେଷ ପୂଜା ପାଇଁ ସଜବାଜ, ଦୈତନଗରି ଗଣେଶ ପୂଜା କମିଟିର ପ୍ରସ୍ତୁତି ବୈଠକ

ସଭାପତି ସରୋଜ ସିଂହ କହିଛନ୍ତି, "କଟକ ଓ ଭୁବନେଶ୍ବରରେ କିପରି ଭାବରେ ଗଣେଶ ପୂଜାକୁ ଧୁମଧାମରେ ପାଳନ ହେବା ସହ ସୁରକ୍ଷିତ ଭାବେ ସମାପନ ହେବ, ସେ ନେଇ ବୈଠକରେ ଆଲୋଚନା ହୋଇଛି । ଏଥର ଦୈତନଗରୀର ବିଭିନ୍ନ କ୍ଳବକୁ ମଧ୍ୟ ଯୋଡା ଯାଇଛି । ଏଥର ଜାକଜମକରେ ପୂଜା ପାଳନ କରାଯିବା ସହ ନୂତନ ପ୍ରତିଭାକୁ ଲୋକଲୋଚନକୁ ଅଣାଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏହାସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବାକୁ ଲକ୍ଷ୍ୟ ରହିଛି ।"

ପୂଜା କମିଟିର ମୁଖ୍ୟ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି, "ଗଣେଶ ପୂଜା ସାଧାରଣତଃ ଶିକ୍ଷାନୁଷ୍ଠାନରେ ହୋଇଥାଏ ବୋଲି ଧାରଣା ରହିଛି । କିନ୍ତୁ ଏହାକୁ ଯେପରି ମହାରାଷ୍ଟ୍ରରେ ଆନନ୍ଦ ଉଲ୍ଲାସର ସହକାରେ ପାଳନ କରାଯାଏ, ଠିକ ସେପରି ଆମର ମଧ୍ୟ ହୋଇପାରିବ । କଟକ ଓ ଭୁବନେଶ୍ବରକୁ ଦୁଇଟି ନଗରୀ ଭାବେ ସବୁବେଳେ ଆମେ ଗ୍ରହଣ କରି ଆସିଛେ । କିନ୍ତୁ ଯଦି ଏହାକୁ ମିଶାଇ ଗୋଟେ ମନରେ ଆମେ ଗଣେଶ ପୂଜା ପାଳନ କରିବା, ତେବେ ଏହାଏକ ବିରାଟ ସମ୍ଭାବନା ସୃଷ୍ଟି କରିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.