ETV Bharat / city

ବାଲେଶ୍ଵର-ମୟୂରଭଞ୍ଜ ଗଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ

author img

By

Published : Aug 22, 2022, 10:23 PM IST

Updated : Aug 22, 2022, 10:39 PM IST

Etv Bharat
Etv Bharat

ସୁବର୍ଣ୍ଣରେଖା ନଦୀରେ ବନ୍ୟା ଯୋଗୁଁ ଉତ୍ତର ଓଡ଼ିଶାର ମୟୂରଭଞ୍ଜ ଓ ବାଲେଶ୍ଵର ଜିଲ୍ଲା ପ୍ରବଳ ମାତ୍ରାରେ ପ୍ରଭାବିତ ହୋଇଛି । କେବଳ ମାନବ ସମ୍ପଦ ନୁହେଁ ପଶୁ ସମ୍ପଦ ବିପଦରେ ପଡ଼ିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଉଭୟ ଜିଲ୍ଲାକୁ ଯାଇଛନ୍ତି 3 ବରିଷ୍ଠ ଅଧିକାରୀ ।

ଭୁବନେଶ୍ବର: ସୁବର୍ଣ୍ଣରେଖା ନଦୀରେ ବନ୍ୟା ଯୋଗୁଁ ଉତ୍ତର ଓଡ଼ିଶାର ମୟୂରଭଞ୍ଜ ଓ ବାଲେଶ୍ଵର ଜିଲ୍ଲା ପ୍ରବଳ ମାତ୍ରାରେ ପ୍ରଭାବିତ ହୋଇଛି । କେବଳ ମାନବ ସମ୍ପଦ ନୁହେଁ ପଶୁ ସମ୍ପଦ ବିପଦରେ ପଡ଼ିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଉଭୟ ଜିଲ୍ଲାକୁ ଯାଇଛନ୍ତି 3 ବରିଷ୍ଠ ଅଧିକାରୀ । ପ୍ରବଳ ବର୍ଷା ଓ ବନ୍ୟାସ୍ଥିତିରେ ମତ୍ସ୍ୟ ଓ ପ୍ରାଣୀସଂପଦର ସୁରକ୍ଷା ଓ ବନ୍ୟା ପରିଚାଳନା ପାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଏହି ଅଧିକାରୀଙ୍କୁ ବାଲେଶ୍ଵର ଓ ମୟୂରଭଞ୍ଜକୁ ପଠାଯାଇଛି ।

ମତ୍ସ୍ୟ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଶଶିକାନ୍ତ ଆଚାର୍ଯ୍ୟଙ୍କୁ ବାଲେଶ୍ଵର ଓ ଜୋଆଚିମ୍ ଲାକ୍ରାଙ୍କୁ ମୟୂରଭଞ୍ଜ ଜିଲ୍ଲା ଦାୟିତ୍ଵରେ ରଖାଯାଇଛି । ଅଧିକାରୀ ଦ୍ଵୟ ବନ୍ୟାସ୍ଥିତିର ଆକଳନ କରି ମତ୍ସ୍ୟ ସଂପଦର ସୁରକ୍ଷା ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗ ଦ୍ୱାରା ଜାରି କରାଯାଇଥିବା ବନ୍ୟା ପରିଚାଳନାର ମାର୍ଗଦର୍ଶିକାର କ୍ଷେତ୍ର ଅଧିକାରୀମାନେ ଅନୁପାଳନକୁ ନିଶ୍ଚିତ କରିବା ସହ ସମସ୍ତ କାର୍ଯ୍ୟ ତଦାରଖ କରିବେ ।

ନିୟମିତ ବ୍ୟବଧାନରେ ବନ୍ୟାର ସ୍ଥିତି ସଂପର୍କରେ ମଧ୍ୟ ବିଭାଗକୁ ଅବଗତ କରାଇବା ନିମନ୍ତେ ଅଧିକାରୀ ଦ୍ଵୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହ ଯୁଗ୍ମ ନିର୍ଦ୍ଦେଶକ ପବିତ୍ର କୁମାର ବେହେରାଙ୍କୁ ନିର୍ଦ୍ଦେଶାଳୟର କଣ୍ଟ୍ରୋଲ ରୁମ ତଦାରଖ ଦାୟିତ୍ଵରେ ରଖାଯାଇଛି ।

ସେହିପରି ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଡ . ସଂଜୟ କୁମାର ପଣ୍ଡାଙ୍କୁ ବାଲେଶ୍ଵର ଜିଲ୍ଲାର ବନ୍ୟା ରିଲିଫ୍ କାର୍ଯ୍ୟ ତଦାରଖ କରିବା ନିମନ୍ତେ ତୁରନ୍ତ ବାଲେଶ୍ଵର ସିଡିଭିଓଙ୍କ କାର୍ଯ୍ୟାଳୟକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Aug 22, 2022, 10:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.