ETV Bharat / city

ଆଗକୁ ରାଜ୍ୟରେ ବଢିବ ତାପମାତ୍ରା, ଉପକୂଳରେ କୁହୁଡି

author img

By

Published : Feb 22, 2021, 4:45 PM IST

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ସହ ଆଗକୁ ତାପମାତ୍ରା ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଅଧିକ ପଢନ୍ତୁ ...

ଆଗକୁ ରାଜ୍ୟରେ ବଢିବ  ତାପମାତ୍ର, ଉପକୂଳରେ କୁହୁଡି
ଆଗକୁ ରାଜ୍ୟରେ ବଢିବ ତାପମାତ୍ର, ଉପକୂଳରେ କୁହୁଡି

ଭୁବନେଶ୍ବର : ରାଜ୍ୟରେ ରାତ୍ରି ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ ଆଗକୁ ତାପମାତ୍ରା ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ଅର୍ଥାତ ମଙ୍ଗଳବାର ମଧ୍ୟରେ ଉପକୂଳ ଜିଲ୍ଲାଗୁଡିକରେ କୁହୁଡି ଦେଖାଦେବ । ଉତ୍ତର ଉପକୂଳ ଜିଲ୍ଲା ବାଲେଶ୍ବର ,ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା,ଯାଜପୁର ଖୋର୍ଦ୍ଧା ଏବଂ ଅନୁଗୁଳ ଜିଲ୍ଲାରେ ସ୍ବଳ୍ପ ମାତ୍ରାରେ କୁହୁଡି ଦେଖା ଦେବ।

ଆଗକୁ ରାଜ୍ୟରେ ବଢିବ ତାପମାତ୍ର, ଉପକୂଳରେ କୁହୁଡି

ଗତ ୨୪ ଘଣ୍ଟାରେ ଉପକୂଳ ଓଡିଶାରେ ତାପମାତ୍ରା ୨ ଡିଗ୍ରୀ ପାଖାପାଖି ଖସିଛି, ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ସ୍ବାଭାବିକ ତାପମାତ୍ରା ରେକର୍ଡ କରାଯାଇଛି।ଫୁଲବାଣୀ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୧.୦ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଭୁବନେଶ୍ବରରେ ୧୬.୨ ଡିଗ୍ରୀ ରେକର୍ଡ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.