ETV Bharat / city

କପି କରାଇ ଦେଇ ନଥିଲେ ସାର, ମରଣାନ୍ତକ ଆକ୍ରମଣ କଲା ଛାତ୍ର

author img

By

Published : Jul 3, 2020, 10:54 PM IST

student-attack-teacher-at-bhubaneswer
କପି କରାଇ ଦେଇ ନଥିଲେ ସାର, ମରଣାନ୍ତକ ଆକ୍ରମଣ କଲା ଛାତ୍ର

ପରୀକ୍ଷା ବେଳେ କପି କରାଇ ନ ଦେବାରୁ ସାରଙ୍କ ଉପରେ ଥିଲା ରାଗ। ଆଉ ସେଇ ରାଗ ୬ ମାସ ପରେ ସୁଝାଇବାକୁ ଯାଇ ସାରଙ୍କୁ ମରଣାନ୍ତକ ଆକ୍ରମଣ ।

ଭୁବନେଶ୍ବର: ୬ ମାସର ତଳର ରାଗ ସୁଝାଇ ଛାତ୍ର ଗିରଫ । ପରୀକ୍ଷା ବେଳେ କପି କରାଇ ନ ଦେବାରୁ ସାରଙ୍କ ଉପରେ ଥିଲା ରାଗ। ଆଉ ସେଇ ରାଗ ୬ ମାସ ପରେ ସୁଝାଇବାକୁ ଯାଇ ସାରଙ୍କୁ ମରଣାନ୍ତକ ଆକ୍ରମଣ । ଶାବଳରେ ମୁଣ୍ଡକୁ ମାରି କରିଛି ଲୁହ ଲୁହାଣ। ଏମିତି ଏକ ଘଟଣା ଘଟିଛି ଇନଫୋସିଟି ଥାନା ଅଞ୍ଚଳରେ ।

କପି କରାଇ ଦେଇ ନଥିଲେ ସାର, ମରଣାନ୍ତକ ଆକ୍ରମଣ କଲା ଛାତ୍ର

ଯାହାକୁ ନେଇ ରଙ୍ଗମାଟିଆର ଛାତ୍ର ସୋମନାଥ ସୁତାର ଓରଫ ରାଜାକୁ ଗିରଫ କରିଛି ଇନଫୋସିଟି ଥାନା ପୋଲିସ । ଧାରା ୪୫୨, ୩୦୭, ୨୯୪, ୫୦୬ରେ ଗିରଫ କରି ତାକୁ କୋର୍ଟ ଚାଲାଣ କରାଯାଇଛି । ତେବେ ଆକ୍ରମଣ ସମୟର ସିସିଟିଭରେ ଜଣାପଡୁଛି କିଭଳି ମରଣାନ୍ତକ ଆକ୍ରମଣ କରିଛି ଦୁର୍ବୁତ। ସୂଚନା ମୁତାବକ ପଟିଆ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ୬ ମାସ ତଳେ ଯୁକ୍ତ ୩ ବିଜ୍ଞାନ ଦ୍ୱିତୀୟ ବର୍ଷର ପରୀକ୍ଷା ଚାଲିଥିଲା l ଏତିକି ବେଳେ ଆକ୍ରମଣକାରୀ ଛାତ୍ର ଜଣକ ସେହି ସମୟରେ ପରୀକ୍ଷା ସେଣ୍ଟରରେ କପି କରୁଥିବାବେଳେ ଅଧକ୍ଷ ପ୍ରଶାନ୍ତ ରାଉତ ତାକୁ ରେଡ ହ୍ୟାଣ୍ଡରେ ଧରିଥିଲେ l ସେହି ଦିନଠାରୁ ଅଧ୍ୟକ୍ଷଙ୍କ ଉପରେ ଛାତ୍ର ଜଣକ ପ୍ରତିଶୋଧ ପରାୟଣ ହୋଇଥିଲା । ମଙ୍ଗଳବାର ସକାଳ ସାଢେ ୧୦ଟା ବେଳେ କଲେଜ ଅଧ୍ୟକ୍ଷ କଲେଜରେ ଥିବା ବେଳେ ଛାତ୍ର ଜଣକ କଲେଜକୁ ଆସି ଆକ୍ରମଣ କରିଥିଲା l ଅଧ୍ୟକ୍ଷ ଏବେ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି l ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.