ETV Bharat / city

ଫାଇନାଲ ମ୍ୟାଚରେ ସାଇ ଏକାଡେମୀ ଚାମ୍ପିଅନ

author img

By

Published : Mar 26, 2021, 10:34 PM IST

ଫାଇନାଲ ମ୍ୟାଚରେ ସାଇ ଏକାଡେମୀ ଚାମ୍ପିୟନ
ଫାଇନାଲ ମ୍ୟାଚରେ ସାଇ ଏକାଡେମୀ ଚାମ୍ପିୟନ

ପ୍ରଥମ ହକି ଇଣ୍ଡିଆ ଜୁନିଅର ମହିଳା ଏକାଡେମୀ ଜାତୀୟ ଚାମ୍ପିଅନସିପରେ ସାଇ ଏକାଡେମୀ ବିଜୟୀ ହୋଇଛି। ଫାଇନାଲ ମ୍ୟାଚରେ ସାଇ ଏକାଡେମୀ ଓ ମଧ୍ୟପ୍ରଦେଶ ଏକାଡେମୀ ମଧ୍ୟରେ ଟକ୍କର ହୋଇଥିଲା। ଅଧିକ ପଢ଼ନ୍ତୁ...

ଭୁବନେଶ୍ବର: ପ୍ରଥମ ହକି ଇଣ୍ଡିଆ ଜୁନିଅର ମହିଳା ଏକାଡେମୀ ଜାତୀୟ ଚାମ୍ପିଅନସିପର ସାଇ ଏକାଡେମୀ ବିଜୟୀ ହୋଇଛି। ଫାଇନାଲ ମ୍ୟାଚରେ ସାଇ ଏକାଡେମୀ ଓ ମଧ୍ୟପ୍ରଦେଶ ଏକାଡେମୀ ମଧ୍ୟରେ ଟକ୍କର ହୋଇଥିଲା। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ମଧ୍ୟପ୍ରଦେଶ ଏକାଡେମୀକୁ 2-1 ଗୋଲରେ ମାତ ଦେଇ ଚାମ୍ପିୟନ ହୋଇଛି। ଏହି ପ୍ରତିଯୋଗିତାର ସବ ଜୁନିଅର ବର୍ଗରେ ମଧ୍ୟ ସାଇ ଏକାଡେମୀ ଚାମ୍ପିୟନ ହୋଇଛି।

ଫାଇନାଲ ମ୍ୟାଚରେ ସାଇ ଏକାଡେମୀ ଚାମ୍ପିୟନ

ସେପଟେ ଏହି ପ୍ରତିଯୋଗିତାରେ ଓଡିଶା ନାଭଲ ଟାଟା ହାଇପରଫର୍ମାନ୍ସ ସେଣ୍ଟରକୁ ତୃତୀୟ ସ୍ଥାନରେ ରହି ସନ୍ତୁଷ୍ଟ ହେବାକୁ ପଡ଼ିଛି। ପ୍ରଥମ ହକି ଇଣ୍ଡିଆ ଜୁନିଅର ମହିଳା ଏକାଡେମୀ ଜାତୀୟ ଚାମ୍ପିୟନସପରେ ମୋଟ 14 ଟି ଦଳ ଟାଇଟଲ ହାତେଇବା ପାଇଁ ପ୍ରତିଦ୍ବନ୍ଦିତା କରିଥିଲେ।

ଫାଇନାଲ ମ୍ୟାଚରେ ସାଇ ଏକାଡେମୀ ଚାମ୍ପିୟନ
ଫାଇନାଲ ମ୍ୟାଚରେ ସାଇ ଏକାଡେମୀ ଚାମ୍ପିୟନ

ମାର୍ଚ୍ଚ 17 ତାରିଖ ଠାରୁ ଏହି ହକି ଇଣ୍ଡିଆ ଜୁନିଅର ସବ-ଜୁନିଅର ଓମେନ ଏକାଡେମୀ ନ୍ୟାସନାଲ ଚାମ୍ପିୟନସିପ ଆରମ୍ଭ ହୋଇ ଆଜି(ମାର୍ଚ୍ଚ 26 ତାରିଖ) ପର୍ଯ୍ୟନ୍ତ ଚାଲିଥିଲା। 10 ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ 24ଟି ଦଳ ଭାଗ ନେଇଥିଲେ। ପ୍ରତିଯୋଗିତାରେ ଜୁନିଅର ବିଭାଗରେ 14ଟି ଦଳ ଓ ସବ-ଜୁନିଅର ବିଭାଗରେ 10 ଦଳ ଭାଗ ନେଇ ପ୍ରାୟ 50ରୁ ଉର୍ଦ୍ଧ୍ବ ମ୍ୟାଚ ଖେଳିଥିଲେ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.