ETV Bharat / city

କେନ୍ଦ୍ରକୁ କଂଗ୍ରେସର କଟାକ୍ଷ: ଭରିନିଅ ପେଟ୍ରୋଲ, ନିର୍ବାଚନ ପରେ ପୁଣି ବଢିବ ଦର

author img

By

Published : Mar 7, 2022, 7:37 PM IST

କେନ୍ଦ୍ରକୁ କଂଗ୍ରେସର କଟାକ୍ଷ: ଭରିନିଅ ପେଟ୍ରୋଲ, ନିର୍ବାଚନ ପରେ ପୁଣି ବଢ଼ିବ ଦର
କେନ୍ଦ୍ରକୁ କଂଗ୍ରେସର କଟାକ୍ଷ: ଭରିନିଅ ପେଟ୍ରୋଲ, ନିର୍ବାଚନ ପରେ ପୁଣି ବଢ଼ିବ ଦର

୫ଟି ରାଜ୍ୟରେ ନିର୍ବାଚନୀ ଫଳାଫଳ ପରେ ପୁନଃ ପେଟ୍ରୋଲ ଦର ପୁଣି ବୃଦ୍ଧି ପାଇବ । ନିର୍ବାଚନୀ ଫଳାଫଳ ପରେ ଏଭଳି ପେଟ୍ରୋଲ ଦର ପୁଣି ବୃଦ୍ଧି ପାଇବା ନେଇ ଆକଳନ କରି କଟାକ୍ଷ କରିଛନ୍ତି ବିରୋଧୀ କଂଗ୍ରେସ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ୫ଟି ରାଜ୍ୟରେ ନିର୍ବାଚନୀ ଫଳାଫଳ ପରେ ପୁନଃ ପେଟ୍ରୋଲ ଦର ପୁଣି ବୃଦ୍ଧି ପାଇବ । ଏ କଥା ଆମେ କହୁନାହୁଁ । ନିର୍ବାଚନୀ ଫଳାଫଳ ପରେ ଏଭଳି ପେଟ୍ରୋଲ ଦର ପୁଣି ବୃଦ୍ଧି ପାଇବା ନେଇ ଆକଳନ କରି କଟାକ୍ଷ କରିଛନ୍ତି ବିରୋଧୀ କଂଗ୍ରେସ । ନିର୍ବାଚନ ପୂର୍ବରୁ ପେଟ୍ରୋଲ ଅପ୍ରତ୍ୟାଶିତ ଭାବରେ ବୃଦ୍ଧି ପାଇଥିଲା । ତେବେ ନିର୍ବାଚନ ପ୍ରଚାର ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଦର କିଛି ମାତ୍ରାରେ ହ୍ରାସ ପାଇଥିଲା ।

ଏହାକୁ ନେଇ ଜାତୀୟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ରକୁ କଟାକ୍ଷ କରି ଦେଶବାସୀଙ୍କ ପାଇଁ ଟ୍ବିଟ୍‌ କରିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ଯେ, "ଫଟାଫଟ ଆପଣଙ୍କ ପେଟ୍ରୋଲ ଟାଙ୍କି ଫୁଲ୍‌ କରି ନିଅନ୍ତୁ । ମୋଦି ସରକାରଙ୍କ ନିର୍ବାଚନୀ ଅଫର ଶେଷ ହେବାକୁ ଯାଉଛି ।"

  • फटाफट Petrol टैंक फुल करवा लीजिए।

    मोदी सरकार का ‘चुनावी’ offer ख़त्म होने जा रहा है। pic.twitter.com/Y8oiFvCJTU

    — Rahul Gandhi (@RahulGandhi) March 5, 2022 " class="align-text-top noRightClick twitterSection" data=" ">

ଏଠାରେ ରାହୁଲ ଗାନ୍ଧୀ ଆଶଙ୍କା କରିଛନ୍ତି ଯେ ୫ଟି ରାଜ୍ୟରେ ନିର୍ବାଚନ ଶେଷ ହେବାପରେ ପେଟ୍ରୋଲ ଦର ପୁଣି ବୃଦ୍ଧି ପାଇବ । ପେଟ୍ରୋଲ ଦରବୃଦ୍ଧିକୁ ନେଇ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଅନେକ ଥର ଟାର୍ଗେଟ କରିଥିଲେ ବିରୋଧୀ । ବର୍ତ୍ତମାନ ମଧ୍ୟ ଯେଉଁ ହାରରେ ପେଟ୍ରୋଲ ଦର ବୃଦ୍ଧି ପାଇଥିଲା, ସେହି ହାରରେ ପେଟ୍ରୋଲ ଦର ହ୍ରାସ ହୋଇନାହିଁ ।

କେବଳ ରାହୁଲ ଗାନ୍ଧୀ ନୁହନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ସମାନ ଟ୍ବିଟ୍‌ କି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ନିରଞ୍ଜନ ଟ୍ବିଟ୍‌ କରି କହିଛନ୍ତି ଯେ, "ଓଡ଼ିଶାର ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆପଣ ପେଟ୍ରୋଲ ଭରିବାକୁ ଚିନ୍ତା କରୁଛନ୍ତି କି ? ଆଜି ଭରନ୍ତୁ ଅଥବା ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ!"

  • ଓଡ଼ିଶାର ମୋର ପ୍ରିୟ ଭାଇ ଓ ଭଉଣୀମାନେ,
    ଆପଣ ପେଟ୍ରୋଲ ଭରିବାକୁ ଚିନ୍ତା କରୁଛନ୍ତି କି? ଆଜି ଭରନ୍ତୁ ଅଥବା ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ! #FuelLoot pic.twitter.com/MOEFrFlJN0

    — Niranjan Patnaik (@NPatnaikOdisha) March 7, 2022 " class="align-text-top noRightClick twitterSection" data=" ">

ରାହୁଲଙ୍କ ଅନୁରୂପ ନିରଞ୍ଜନ ମଧ୍ୟ ୫ ରାଜ୍ୟରେ ନିର୍ବାଚନ ଶେଷ ହେବାପରେ ପେଟ୍ରୋଲ ବୃଦ୍ଧିହେବା ନେଇ ଆଶଙ୍କା କରିଛନ୍ତି । ପଞ୍ଜାବ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆରେ ବିଧାନାସଭା ନିର୍ବାଚନ ଜାରି ରହିଛି । ମାର୍ଚ୍ଚ ୧୦ ତାରିଖରେ ଭୋଟ ଗଣତି ହେବ । ଏହାପରେ ପେଟ୍ରୋଲ ଦର ହୁହୁ ହୋଇ ବୃଦ୍ଧି ପାଇବା ଆଶଙ୍କା କରିଛନ୍ତି ବିରୋଧୀ ।

ଏହାପୂର୍ବରୁ ମଧ୍ୟ ଦରବୃଦ୍ଧିକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଥିଲେ । ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ କର ଶୁଳ୍କ ହ୍ରାସ କରି ଦରବୃଦ୍ଧି ନିୟନ୍ତ୍ରଣ କରି ପାରିବେ ବୋଲି ବିରୋଧୀ ବାରମ୍ବାର କହି ଆସିଛନ୍ତି । ତେବେ ଏନେଇ ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଇଥିବା ନଜିର ନାହିଁ । ଯାହା ଫଳରେ ଉଭୟ ଜାତୀୟ ଓ ରାଜ୍ୟ ସ୍ତରରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ଜାତୀୟ କଂଗ୍ରେସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.