ETV Bharat / city

Mission 2024: ବିଜେଡି ମୟ ବନାମ ବିଜେପିର ବିଜେଡି ମୁକ୍ତ, କଂଗ୍ରେସର 9ରୁ 90

author img

By

Published : Oct 4, 2022, 7:12 PM IST

Mission 2024: ବିଜେଡି ମୟ ବନାମ ବିଜେପିର ବିଜେଡି ମୁକ୍ତ, କଂଗ୍ରେସର 9 ରୁ 90
Mission 2024: ବିଜେଡି ମୟ ବନାମ ବିଜେପିର ବିଜେଡି ମୁକ୍ତ, କଂଗ୍ରେସର 9 ରୁ 90

ଆଗାମୀ 2024ରେ ସରକାର ଗଢିବା ନେଇ ବିଜେଡି-ବିଜେପି-କଂଗ୍ରେସର ଦମ୍ଭୋକ୍ତି । ଏହାକୁ ନେଇ ଶାସକ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲୀ କହିଛନ୍ତି, "ନିର୍ବାଚନରେ ବିଜେଡି ମୟ ହେବ ରାଜ୍ୟ ।" ବିଜେପି କହିଛି ବିଜେଡି ମୁକ୍ତ ହେବ ଓଡ଼ିଶା । ସେପଟେ 9ରୁ 90 ହେବ ବୋଲି ଭବିଷ୍ୟବାଣୀ କରିଛି କଂଗ୍ରେସ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଦୁଇ ଦିନିଆ ଦଳୀୟ କାର୍ଯ୍ୟକ୍ରମ ପରେ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ହଠାତ ବଢିଛି ରାଜ୍ୟରେ ରାଜନୈତିକ ପାରା । ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ । ସରକର ଗଠନ ନେଇ ସବୁ ଦଳ କଲେଣି ଦାବି । ନିର୍ବାଚନର ଢେର ପୂର୍ବରୁ ରାଜ୍ୟରେ ରାଜନୈତିକ ଦଳଙ୍କ ଏଭିଳ ସମରସଜ୍ଜା ଦେଖି ଏହା ନିଶ୍ଚିତ ଯେ, ଲଢେଇ ହେବ କର ବା ମରର ।

Mission 2024: ବିଜେଡି ମୟ ବନାମ ବିଜେପିର ବିଜେଡି ମୁକ୍ତ, କଂଗ୍ରେସର 9 ରୁ 90

କାରଣ ଆଗାମୀ 2024 ରେ ସରକାର ଗଢିବା ନେଇ ବିଜେଡି-ବିଜେପି-କଂଗ୍ରେସ ଦମ୍ଭୋକ୍ତି ବାଢିଛନ୍ତି । ଏହାକୁ ନେଇ ଶାସକ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲୀ କହିଛନ୍ତି ନିର୍ବାଚନରେ ବିଜେଡି ମୟ ହେବ ରାଜ୍ୟ । ବିଜେପି କହିଛି ବିଜେଡି ମୁକ୍ତ ହେବ ଓଡ଼ିଶା । ସେପଟେ 9ରୁ 90 ହେବ ବୋଲି ଭବିଷ୍ୟବାଣୀ କରିଛି କଂଗ୍ରେସ । ପ୍ରଶାନ୍ତ କହିଛନ୍ତି, "ବିଜୁ ଜନତା ଦଳର ପ୍ରଶିକ୍ଷଣ ଦଳୀୟ ରାଜନୀତିରେ ଏକ ଉଦାହରଣ । ସମସ୍ତ ଛାମୁଆ ସଂଗଠନ ଓ ଜନପ୍ରତିନିଧି ପ୍ରଶିକ୍ଷଣ ନେଇଛନ୍ତି । ପଦଯାତ୍ରାରେ ଶାଣିତ ଭାବେ ଲୋକଙ୍କ ପାଖରେ ଶାସନ ଓ ପ୍ରଶାସନର ବାର୍ତ୍ତା ଓ ଦଳର ବାର୍ତ୍ତା ପହଞ୍ଚାଯିବ ।"

ସେପଟେ ଗତ ଅଗଷ୍ଟରେ ଗୃହମନ୍ତ୍ରୀ ଅମିତ ଶାହ ଓ ତୁହାକୁ ତୁହା କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପରେ ବଳ ଗୋଟାଉଛି ବିଜେପି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗୁରୁବାଣୀରେ ଆକ୍ଟିଭ ହୋଇଛି ଗେରୁଆ ଶିବିର । 2024ରେ ଶଙ୍ଖ ଫଟେଇ ରାଜ୍ୟରେ ପଦ୍ମ ଫୁଟାଇବାକୁ ଅଣ୍ଟା ଭିଡ଼ିଛି ବିଜେପି । ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ କୁଶାସନକୁ ନେଇ ଗାଁ ଗାଁକୁ ଯିବାକୁ ରଣନୀତି ପ୍ରସ୍ତୁତ କରୁଛି ଏହି ରାଷ୍ଟ୍ରୀୟ ଦଳ । ରାଜ୍ୟରେ ବିକାଶ ପାଇଁ ବିଜେଡ଼ି ମୁକ୍ତ ଓଡିଶା ଗଠନ କରିବାକୁ ପ୍ରୟାସ କରାଯିବ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

ସେହିଭଳି ବିଜେଡି-ବିଜେପି ବୟାନବାଜି ଭିତରେ ଧସେଇ ପସିଛି ରାଜ୍ୟ କଂଗ୍ରେସ । ଉଭୟ ଦଳଙ୍କୁ ଘେରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଶରତ କହିଛନ୍ତି, "ବିଜେପି କ୍ଷମତାକୁ ଆସିବା ନେଇ ପୂର୍ବଥର ମଧ୍ୟ ଘେଷଣା କରିଥିଲା, ଏଥର ମଧ୍ୟ କରିଛି । କିନ୍ତୁ ଜନତା ଜାଣିଛନ୍ତି ଏଥିରେ କିଛି ସତ୍ୟତା ନାହିଁ । ବିଜେପି ଓ ବିଜେଡିର ମେଣ୍ଟ ସରକାର 9 ବର୍ଷ ଶାସନ କରିଥିଲେ, ଉଭୟ ସରକାର ରାଜ୍ୟର ବିକାଶ ପାଇଁ କଣ କରିଛନ୍ତି ସମସ୍ତେ ଜାଣିଛନ୍ତି । ବିଜେଡି ଯେତେ ଶକ୍ତି ପଦର୍ଶନ କଲେ ବି କିଛି ଫାଇଦା ମିଳିବନି । ଦୀର୍ଘ 22 ବର୍ଷ ହେଲା ସରକାରରେ ଥିଲେ ବି ରାଜ୍ୟରେ ଆଖିଦୃଶିଆ ବିକାଶ ହୋଇନାହିଁ । 2024ରେ ଜନସାଧାରଣଙ୍କ ଆଶୀର୍ବାଦରେ କଂଗ୍ରେସ 9ରୁ 90 ସିଟ ହାସଲ କରି ରାଜ୍ୟରେ ସରକାର କରିବ ।"

ଅନ୍ୟପଟେ 2024 ନିର୍ବାଚନ ନେଇ ରଣନୀତି, ସଂଗଠନ ଶକ୍ତି ବଢାଇବାରେ ଲାଗିଛନ୍ତି 3 ଦଳ । ଏପରି ସ୍ଥଳେ ଆଗାମୀ ନିର୍ବାଚନରେ ରାଜ୍ୟବାସୀ କେଉଁ ଦଳକୁ ଭରସା କରୁଛନ୍ତି ଏବେ ତାରି ଉପରେ ନଜର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.