ETV Bharat / city

ପରୀ ପ୍ରସଙ୍ଗ ପ୍ରଥମେ କଂଗ୍ରେସ ହିଁ ଲୋକଲୋଚନକୁ ଆଣିଛି: ନିରଞ୍ଜନ

author img

By

Published : Nov 30, 2020, 3:57 PM IST

ରାଜ୍ୟରେ ପରୀ ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ପରସ୍ପର ପ୍ରତି ଅକ୍ଷେପ ପ୍ରତିଆକ୍ଷେପ ଆରମ୍ଭ ହୋଇଯାଇଛି । ପରୀ ଘଟଣା କଂଗ୍ରେସ ହିଁ ଲୋକଲୋକଚନୁ ଆଣିଛି ବୋଲି ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏ ଭିଡିଓ ମଧ୍ୟମରେ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

pari issue
ପରୀ ପ୍ରସଙ୍ଗ ପ୍ରଥମେ କଂଗ୍ରେସ ହିଁ ଲୋକଲୋଚନକୁ ଆଣିଛି : ନିରଞ୍ଜନ

ଭୁବନେଶ୍ବର: ନୟାଗଡର ୫ ବର୍ଷୀୟ ଝିଅ ପରୀ ହତ୍ୟାକାଣ୍ଡକୁ ନେଇ ସବୁ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ରାଜନୈତିକ ବୟାନବାଜି ବି ଜୋରଧରିଛି । ଗତକାଲି ବିଜେପି ପକ୍ଷରୁ କଂଗ୍ରେସ ପ୍ରତି ଦିଆଯାଇଥିବା ମନ୍ତବ୍ୟର କଡା ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ପରୀ ପ୍ରସଙ୍ଗ ପ୍ରଥମେ କଂଗ୍ରେସ ହିଁ ଲୋକଲୋଚନକୁ ଆଣିଛି : ନିରଞ୍ଜନ

ପିସିସି ସଭାପତି ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ପରୀ ପ୍ରସଙ୍ଗ ପ୍ରଥମେ କଂଗ୍ରେସ ଦଳ ହିଁ ଉଠାଇଥିଲା । ନୟାଗଡରେ ଏହି ପ୍ରସଙ୍ଗକୁ ନେଇ ଦଳ ପକ୍ଷରୁ ସତ୍ୟାଗ୍ରହ କରାଯାଇଥିଲା । ସେତେବେଳେ ବିଜେପି କେଉଁଠି ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏବେ ବିଜେପି କଂଗ୍ରେସ ଉପରେ ଯେଉଁ ଆରୋପ ଲଗାଉଛି ତାହା ହାସ୍ୟାସ୍ପଦ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ରାଜ୍ୟର ରାୟଗଡାର ଇତିଶ୍ରୀ ଘଟଣା, କୋରାପୁଟ ସସ୍ମିତା ଘଟଣା ଓ ମାଲକାନଗିରିରେ ପୋଲିସ କ୍ୟାଣ୍ଟନରେ ଗଣଧର୍ଷଣ ଘଟଣା ଓ ନବରଙ୍ଗପୁର କଷାଗୁମୁଡା ନାବାଳିକା ଦୁଷ୍କର୍ମ ଘଟଣା ତଥା ମହିଳା ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଉପରେ କଂଗ୍ରେସ ଦଳ ହିଁ ପ୍ରଥମେ ଆନ୍ଦୋଳନକୁ ଓହ୍ଲାଇଥିଲା ବୋଲି କହିଛନ୍ତି ।

ସେପଟେ ବିଜେପି ବିଧାୟକ ଦଳ ଟିମ ପକ୍ଷରୁ ଆଜି ନୟାଗଡରେ ପରୀର ଗ୍ରାମ ଯଦୁପୁର ଗସ୍ତ କରିଛନ୍ତି । ସେହିପରି ଦିଲ୍ଲୀରେ ବିଜେପି ନେତା ତଥା ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି । ପରୀର ପରିବାରକୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ନିବେଦନ କରିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.