ETV Bharat / city

ମୃତ୍ୟୁ ପରେ ବି ଅମର, ଦୁନିଆ ଦେଖିବ ରାଇମୋହନଙ୍କ ଆଖି

author img

By

Published : Jun 24, 2022, 7:22 PM IST

ମୃତ୍ୟୁ ପରେ ବି ଅମର, ଚକ୍ଷୁ ଦାନ କଲେ ରାଇମୋହନ
ମୃତ୍ୟୁ ପରେ ବି ଅମର, ଚକ୍ଷୁ ଦାନ କଲେ ରାଇମୋହନ

ମୃତ୍ୟୁ ପରେ ବି ଅମର ଓଲିଉଡ଼ର ବର୍ଷିୟାନ ଅଭିନେତା ରାଇମୋହନ । ମୃତ୍ୟୁ ପରେ ତାଙ୍କ ଚକ୍ଷୁଦାନ କରିଛନ୍ତି ପରିବାର । ଅଧିକ ପଢନ୍ତୁ

ଭୁବନେଶ୍ବର: ମୃତ୍ୟୁ ପରେ ଅମର ହୋଇ ରହିବ ଲୋକପ୍ରିୟ ଖଳନାୟକ ରାଇମୋହନ ପରିଡ଼ାଙ୍କ ଆଖି । ଦୁଇ ଆଖି ଦାନ କରିଛନ୍ତି ରାଇମୋହନଙ୍କ ପରିବାର । ଆଜି କ୍ୟାପିଟାଲ ହସ୍ପିଟାଲରେ ବିଧିବଦ୍ଧ ଭାବରେ ଆଖି ଦାନ କରିଛନ୍ତି ପରିବାର । ଆଜି ରାଇମୋହନ ନିଜ ପ୍ରାଚୀ ବିହାର ବାସଭବନରେ ଆତ୍ମହତ୍ୟା କରିବା ପରେ ପରିବାର ତାଙ୍କ ଚକ୍ଷୁ ଦାନ କରିଛନ୍ତି ।

ଆତ୍ମହତ୍ୟା ପରେ ରାଇଙ୍କ ଚକ୍ଷୁ ଦାନ କଲେ ପରିବାର
ଆତ୍ମହତ୍ୟା ପରେ ରାଇଙ୍କ ଚକ୍ଷୁ ଦାନ କଲେ ପରିବାର

ଆଜି ଅପରାହ୍ନ ସମୟରେ ତାଙ୍କ ବାସଭବନରୁ ଝୁଲନ୍ତା ଅବସ୍ଥାରେ ରାଇମୋହନଙ୍କ ମୃତଦେହ ମିଳିଥିଲା । ପରିବାର ରାଇଙ୍କ ଠାରୁ ଶେଷ ମେସେଜ 'BYE' ପାଇବା ପରେ ତୁରନ୍ତ ତାଙ୍କ ବାସଭବନରେ ପହଞ୍ଚିଥିଲେ । ସେଠାରେ ରାଇମୋହନଙ୍କୁ ଝୁଲନ୍ତା ଅବସ୍ଥାରେ ପାଇଥିଲେ ପରିବାର । ଏହାପରେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ତାଙ୍କ ମୃତଦେହକୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା । ସେଠାରେ ପରିବାର ରାଇଙ୍କ ଚକ୍ଷୁଦାନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.