ETV Bharat / city

ଓଡିଶା ଭିଜିଲାନ୍ସ ଇତିହାସରେ ରେକର୍ଡ, ପ୍ରତାପ ସାମଲଙ୍କ ୧୫ କୋଟି ଆୟବର୍ହିଭୂତ ସମ୍ପତ୍ତି ଠାବ

author img

By

Published : Nov 10, 2021, 4:29 PM IST

Updated : Nov 10, 2021, 7:17 PM IST

ଓଡିଶା ଭିଜିଲାନ୍ସ ଇତିହାସରେ ରେକର୍ଡ : ପ୍ରତାପ ସାମଲଙ୍କ ୧୫କୋଟି ଆୟବର୍ହିଭୂତ ସମ୍ପତ୍ତି ଠାବ
ଓଡିଶା ଭିଜିଲାନ୍ସ ଇତିହାସରେ ରେକର୍ଡ : ପ୍ରତାପ ସାମଲଙ୍କ ୧୫କୋଟି ଆୟବର୍ହିଭୂତ ସମ୍ପତ୍ତି ଠାବ

ଆୟ ଠାରୁ ଏକ ହଜାର ପ୍ରତିଶତ ଅଧିକ ଠୁଳ କରିଥିଲେ ପ୍ରତାପ ସାମଲ। ଫଳରେ ଓଡିଶା ପୋଲିସ ହାଉସିଂ ଓ୍ବେଲଫେୟାର କର୍ପୋରେସନ (OPHWC)ର ଡେପୁଟି ମାନେଜର ଗିରଫ। ଅଧିକ ପଢନ୍ତୁ...

ଭୁବନେଶ୍ବର: ଆୟ ଠାରୁ ୧୦୦୦ ପ୍ରତିଶତ ଅଧିକ ଠୁଳ କରିଥିଲେ ପ୍ରତାପ ସାମଲ। ଏନେଇ ଓଡିଶା ପୋଲିସ ହାଉସିଂ ଓ୍ବେଲଫେୟାର କର୍ପୋରେସନ ଡେପୁଟି ମାନେଜର ଗିରଫ। ସର୍ଚ୍ଚ ବେଳେ 14 କୋଟି 87 ଲକ୍ଷ 41 ହଜାର 194 ଟଙ୍କା ଠାବ କରିଛି ଭିଜିଲାନ୍ସ । ଯେଉଁଥିରେ ରହିଛି ୨୫ଟି ପ୍ଲଟ । ଯାହାର ଦାମ ୩ କୋଟି ୪୧ ଲକ୍ଷ ୫୮ ହଜାର ୪୧୨ ଟଙ୍କା ରହିଛି । ଗୋଠପାଟଣାରେ ଏକ ୫ ମହଲା ବିଲଡିଂ ରହିଛି । ଯାହାର ଦାମ ୩ କୋଟି ୮୯ ଲକ୍ଷ ହେବ । ସେହିପରି ନୟାପଲୀ ସମେତ ଭଦ୍ରକରେ ମଧ୍ୟ ଠାବ ହୋଇଛି ବିଲଡିଂ । ଏକ କୋଟି ୬୧ ଲକ୍ଷ ୩୫ହଜାର ବ୍ୟାଙ୍କ ଡିପୋଜିଟ ସହ ୫୭ ଲକ୍ଷର ଇନସୁରାନ୍ସ ଡିପୋଜିଟ ଠାବ କରିଛି ଭିଜିଲାନ୍ସ ।

ଓଡିଶା ଭିଜିଲାନ୍ସ ଇତିହାସରେ ରେକର୍ଡ, ପ୍ରତାପ ସାମଲଙ୍କ ୧୫ କୋଟି ଆୟବର୍ହିଭୂତ ସମ୍ପତ୍ତି ଠାବ

ଏନେଇ ଭିଜିଲାନ୍ସ ପ୍ରତାପ ସାମଲଙ୍କୁ ଗିରଫ କରିବା ସହ ତାଙ୍କୁ ଆଜି କୋର୍ଟ ଚାଲାଣ କରିଛି। ମଙ୍ଗଳବାର ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଭୁବନେଶ୍ୱର ସମେତ ବାଲେଶ୍ବର, ଭଦ୍ରକର ମୋଟ ୧୦ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଜଣେ ଆଡିସିନାଲ ଏସପିଙ୍କ ନେତୃତ୍ବରେ ୫ଜଣ ଡିଏସପି ଓ ୭ଜଣ ଇନସ୍ପେକ୍ଟର ଛାନଭିନ କରୁଛନ୍ତି। ଡେପୁଟି ମ୍ୟାନେଜର ଥିବାରୁ ପୋଲିସ ହାଉସିଂ କର୍ପୋରେସନରେ ଅନେକ ଦୁର୍ନୀତିରେ ସମ୍ପୃକ୍ତ ଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated :Nov 10, 2021, 7:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.