Investors Meet in Bengaluru: ବେଙ୍ଗାଲୁରୁରେ ହେବ ଓଡିଶା ନିବେଶକ ସମ୍ମିଳନୀ

author img

By

Published : Sep 20, 2022, 4:06 PM IST

Etv Bharat

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା 28 ତାରିଖରୁ 2 ଦିନିଆ ବେଙ୍ଗାଲୁରୁର ଗସ୍ତରେ ଯିବେ । ଏହି ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ଉଦ୍ୟୋଗପତିମାନଙ୍କୁ ସିଧାସଳଖ ଭେଟିବେ । ଏହା ସହ ସେମାନଙ୍କୁ ମେକ ଇନ ଓଡ଼ିଶା କନକ୍ଲେଭ - 2022 ପାଇଁ ଆମନ୍ତ୍ରଣ କରିବେ । ଅଧିକ ପଢନ୍ତୁ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା 28 ତାରିଖରୁ 2 ଦିନିଆ ବେଙ୍ଗାଲୁରୁ ଗସ୍ତରେ ଯିବେ । ଏହି ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ଉଦ୍ୟୋଗପତିମାନଙ୍କୁ ସିଧାସଳଖ ଭେଟିବେ । ଏହା ସହ ସେମାନଙ୍କୁ ମେକ ଇନ ଓଡ଼ିଶା କନକ୍ଲେଭ-2022 ପାଇଁ ଆମନ୍ତ୍ରଣ କରିବେ ।

ବେଙ୍ଗାଲୁରୁରେ ହେବାରୁ ଥିବା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବେ । ବିଶେଷ କରି ଆଇଟି ଶିଳ୍ପ ଏବଂ ଅଟୋମୋବାଇଲ କ୍ଷେତ୍ରରେ ରାଜ୍ୟରେ ଯେପରି ଅଧିକ ପୁଞ୍ଜିନିବେଶ ହୋଇପାରିବ, ସେ ନେଇ ଆଲୋଚନା କରିବେ । ଏହା ବ୍ୟତୀତ ଖାଦ୍ୟ ପ୍ରକ୍ରିୟାକରଣ, ମେଟାଲ ଅଣ୍ଡ ମେଟାଲ ଡାଉନଷ୍ଟ୍ରିମ୍, ଲଜିଷ୍ଟିକ୍, ପ୍ଲାଷ୍ଟିକ, କେମିକାଲ କ୍ଷେତ୍ରରେ ନିବେଶ ନେଇ ଶିଳ୍ପପତିଙ୍କ ସହ ଆଲୋଚନା କରାଯିବ । ମୁଖ୍ୟମନ୍ତ୍ରୀଙ୍କ ସମେତ ଶିଳ୍ପ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶିଳ୍ପ ସଚିବଙ୍କ ସମେତ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ ମଧ୍ୟ ବେଙ୍ଗାଲୁରୁ ଗସ୍ତ କରିବେ ।

ଏହା ବି ପଢନ୍ତୁ- ଲଣ୍ଡନରୁ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଗତ ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ଭାରତୀୟ ଶିଳ୍ପ ବଜାରର ବଡ଼ ପ୍ଲେୟାର ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ଷ୍ଟେଟ ବ୍ୟାଙ୍କର ଅଧ୍ୟକ୍ଷ ଦିନେଶ କୁମାର ଖାନା, ୱାରେ ଇଞ୍ଜିନିୟର୍ସ ଲିମିଟେଡ଼ ଅଧ୍ୟକ୍ଷ ହିତେଶ ଯୋଶୀ, ଅପର ଇଣ୍ଡଷ୍ଟ୍ରିସ ଲିମିଟେଡ଼ ଅଧ୍ୟକ୍ଷ ଚୈତନ୍ୟ ଦେଶାଇ, ଜେଏମ ବକ୍ସି ଲିମିଟେଡ଼ ଅଧ୍ୟକ୍ଷ ଧ୍ରୁବ କୋଟାକଙ୍କୁ ଭେଟି ଆଲୋଚନା କରିଛନ୍ତି । ମୁମ୍ବାଇ ରୋଡ଼ ସୋ ଅତି ଉତ୍ସାହଜନକ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ଦିଲ୍ଲୀ ପରି ମୁମ୍ବାଇ ରୋଡ଼ ସୋ ମଧ୍ୟ ଅତି ଉତ୍ସାହଜନକ ହୋଇଛି । ଓଡ଼ିଶାରେ ପୁଞ୍ଜିନିବେଶ ଲାଗି ରୋଡ଼ ସୋ'ରେ ମିଳିଛି ଅନେକ ପ୍ରତିଶ୍ରୁତି । ମୁମ୍ବାଇ ରୋଡ଼ ସୋ ରେ 250 ଶିଳ୍ପ ପ୍ରତିନିଧିଙ୍କ ଲାଗି ରାଜ୍ୟ ସରକାର ବ୍ୟବସ୍ଥା କରିଥିଲେ । ମେକ ଇନ ଓଡ଼ିଶା ଲାଗି ଉତ୍ସାହ ବଢ଼ିଥିବାରୁ 200 ଅଧିକ ସିଟ ପକେଇବାକୁ ପଡ଼ିଲା । 456 କ୍ଷୁଦ୍ର, ମଧ୍ୟମ ଓ ବୃହତ ଶିଳ୍ପ ପ୍ରତିନିଧି ଆବେଦନ ଆସିଥିଲା ।

ଅନ୍ୟ ରାଜ୍ୟ ଯାହା ସହଯୋଗ ଦେଉଛନ୍ତି, ଓଡ଼ିଶା ତାଠାରୁ ଅଧିକ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ରାଜ୍ୟରେ ସ୍ଥିର ସରକାର, କଞ୍ଚାମାଲ, ଭିର୍ତ୍ତିଭୂମୀ, ବିଦ୍ୟୁତ ସର୍ପଲସ ଓ ଦକ୍ଷ ଯୁବକ ଯୁବତୀ ଅଛନ୍ତି । ଛୁଞ୍ଚି, ଟିଏମଟି ବାର, କ୍ଷୁଦ୍ରରୁ ମଧ୍ୟମ ଶିଳ୍ପ ରାଜ୍ୟ ସରକାର ଦ୍ବାରା ଖୋଲା ଅଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.