ଲଣ୍ଡନରୁ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

author img

By

Published : Sep 20, 2022, 10:13 AM IST

Updated : Sep 20, 2022, 11:07 AM IST

ଲଣ୍ଡନରୁ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ତିନି ଦିନିଆ ଲଣ୍ଡନ ଗସ୍ତ ସାରି ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ଶେଷକୃତ୍ୟରେ ସାମିଲ ହେବାକୁ ସେ ଲଣ୍ଡନ ଯାଇଥିଲେ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଲଣ୍ଡନରୁ ଫେରିଲେ ରାଷ୍ଟ୍ରପତି । ତିନି ଦିନିଆ ଲଣ୍ଡନ ଗସ୍ତ ସାରି ଆଜି(ମଙ୍ଗଳବାର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଲ୍ଲୀରେ ପହଞ୍ଚିଛନ୍ତି (President Draupadi Murmu arrives in Delhi) । ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ଶେଷକୃତ୍ୟରେ ସାମିଲ ହେବା ପାଇଁ ସେ ଗତ ଶନିବାର ଲଣ୍ଡନ ଯାଇଥିଲେ । ସେଠାରେ ସେ ଭାରତ ସରକାରଙ୍କ ପକ୍ଷରୁ ଦିବଙ୍ଗତ ମହାରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରାଷ୍ଟ୍ରପତି ମୁର୍ମୁଙ୍କ ସହ ବୈଦେଶିକ ସଚିବ ସଚିବ ବିନୟ କ୍ବାତ୍ରା ମଧ୍ୟ ଲଣ୍ଡନ ଗସ୍ତ କରିଥିଲେ ।

ଗତକାଲି(ସୋମବାର) ମହାରାଣୀ ଏଲିଜାବେଥଙ୍କ ଅନ୍ତ୍ୟେଷ୍ଟି କ୍ରିୟା ରାଜକୀୟ ସମ୍ମାନ ସହ ସମ୍ପନ୍ନ ହୋଇଛି । ବିଭିନ୍ନ ଦେଶରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିବଙ୍ଗତ ରାଣୀଙ୍କୁ ଶ୍ରଦ୍ଧାଞ୍ଜି ଅର୍ପଣ କରି ବ୍ରିଟେନର ନୂଆ ରାଜା ଚାର୍ଲ୍ସଙ୍କୁ ଭେଟିଥିଲେ । ଏହାସହିତ ରବିବାର ସନ୍ଧ୍ୟାରେ ବିଶ୍ବନେତାମାନଙ୍କ ପାଇଁ ରାଜା ତୃତୀୟ ଚାଲର୍ସଙ୍କ ଦ୍ବାରା ବକିଙ୍ଗହାମ ପ୍ୟାଲେସରେ ଆୟୋଜିତ ରିସେପ୍ସନରେ ମଧ୍ୟ ଯୋଗ ଦେଇଥିଲେ ।

ଲଣ୍ଡନ ଗସ୍ତ କାଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟିଥିଲେ(President Murmu meets Bangladesh PM)। ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ହସିନାଙ୍କ ସହ ତାଙ୍କ ଭଉଣୀ ଶେଖ ରେହାନା ମଧ୍ୟ ରାଷ୍ଟ୍ରପତି ମୁର୍ମୁଙ୍କ ସହ ସାକ୍ଷାତ କରିଥିଲେ । ଏଲିଜାବେଥଙ୍କ ଶେଷକୃତ୍ୟ ସମ୍ପନ୍ନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଏହି ସାକ୍ଷାତକାର ହୋଇଥିଲା । ସେହିପରି ମୁର୍ମୁ ଲଣ୍ଡନରେ ତାଞ୍ଜାନିଆ ରାଷ୍ଟ୍ରପତି ସମିଆ ସୁଲୁହ ହାସନଙ୍କୁ (Samia Suluhu Hassan) ମଧ୍ୟ ସାକ୍ଷାତ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ଶୋକାକୁଳ ପରିବେଶରେ ରାଣୀ ଏଲିଜାବେଥଙ୍କ ଶେଷକୃତ୍ୟ ସମ୍ପନ୍ନ

ମହାରାଣୀ ଏଲିଜାବେଥ ଦ୍ବିତୀୟ ବ୍ରିଟେନରେ ସର୍ବାଧିକ କାଳ ଶାସନ କରିଥିଲେ । ଗତ ସେପ୍ଟେମ୍ବର 8 ତାରିଖରେ ରାଣୀ ଏଲିଜାବେଥଙ୍କର ପରଲୋକ ହୋଇଥିଲା । ସ୍କଟଲାଣ୍ଡର ବାଲମୋରାଲ କ୍ୟାସେଲରେ 96 ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ରାଣୀ ଏଲିଜାବେଥ । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ ତାଙ୍କର ପରଲୋକ ଘଟିଥିଲା । ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ସାମିଲ ହେବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ, କାନାଡା ପ୍ରଧାନମନ୍ତ୍ରୀ ଓ ଭାରତର ରାଷ୍ଟ୍ରପତିଙ୍କ(President Draupadi Murmu) ସମେତ ବିଶ୍ବର ପ୍ରାୟ ୨ ହଜାର ନେତା ଲଣ୍ଡନ ଯାଇଥିଲେ ।

Last Updated :Sep 20, 2022, 11:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.