ETV Bharat / city

Odisha Corona Report: ଦିନକରେ ୧୧୪୮ ପଜିଟିଭ ଚିହ୍ନଟ

author img

By

Published : Feb 13, 2022, 9:43 AM IST

Odisha Corona Report: ଦିନକରେ ୧୧୪୮  ପଜିଟିଭ ଚିହ୍ନଟ
Odisha Corona Report: ଦିନକରେ ୧୧୪୮ ପଜିଟିଭ ଚିହ୍ନଟ

ଗତ ୨୪ ଘଣ୍ଟାରେ ୧୧୪୮ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୭,୨୬୨ରେ ପହଞ୍ଚିଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ପୁଣି ତଳକୁ ଖସିଲା କୋରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୧୪୮ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୨୪୪ କିଶୋର କିଶୋରୀ ରହିଥିବା ବେଳେ ୬୬୯ କ୍ବାରେଣ୍ଟାଇନ ସେଣ୍ଟର ଓ ୪୭୯ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୩ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୯୪, ବାଲେଶ୍ବରରୁ ୩୪, ବରଗଡରୁ ୧୨, ଭଦ୍ରକରୁ ୧୩, ବଲାଙ୍ଗୀରରୁ ୯, ବୌଦ୍ଧରୁ ୨୫, କଟକରୁ ୬୫, ଦେବଗଡରୁ ୨୮, ଢେଙ୍କାନାଳରୁ ୧୭, ଗଜପତିରୁ ୪୩, ଗଞ୍ଜାମରୁ ୧୩, ଜଗତସିଂହପୁରରୁ ୨୬, ଯାଜପୁରରୁ ୩୫, ଝାରସୁଗୁଡାରୁ ୧୩, କଳାହାଣ୍ଡିରୁ ୩୫, କନ୍ଧମାଳରୁ ୩୩, କେନ୍ଦ୍ରାପଡାରୁ ୨୭, କେନ୍ଦୁଝରରୁ ୨୨, କୋରାପୁଟରୁ ୫୬, ମାଲକାନଗିରିରୁ୭, ମୟୂରଭଞ୍ଜରୁ ୪୨ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ନବରଙ୍ଗପୁରରୁ ୧୮, ନୟାଗଡରୁ ୨୫, ନୂଆପଡାରୁ ୨୬, ପୁରୀରୁ ୧୯, ରାୟଗଡାରୁ ୪୪, ସମ୍ବଲପୁରରୁ ୪୬, ସୋନପୁରରୁ ୯, ସୁନ୍ଦରଗଡରୁ ୧୨୭ ଓ ଷ୍ଟେଟପୁଲରୁ ୩୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୭,୨୬୨ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.