ETV Bharat / city

Odisha Corona Report: ଦିନକରେ ୧୭୧୨ ସଂକ୍ରମିତ, ୨୨ ମୃତ

author img

By

Published : Feb 9, 2022, 9:59 AM IST

Updated : Feb 9, 2022, 10:38 AM IST

ଦିନକରେ ୧୭୧୨ ସଂକ୍ରମିତ, ୨୨ ମୃତ
ଦିନକରେ ୧୭୧୨ ସଂକ୍ରମିତ, ୨୨ ମୃତ

ଗତକାଲି ସଂକ୍ରମଣ 1500 ତଳକୁ ଖସିଥିବା ବେଳେ ଆଜି ଏହା ବୃଦ୍ଧି ହୋଇଛି । ଗତ ୨୪ ଘଣ୍ଟାରେ ୧୭୧୨ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ କମୁଛି ବଢୁଛି କୋରୋନା ସଂକ୍ରମଣ । ଗତକାଲି ୧୫୦୩ ସଂକ୍ରମିତ ଥିବାବେଳେ ଆଜି ଏହା ବୃଦ୍ଧି ହୋଇଛି । ଗତ ୨୪ ଘଣ୍ଟାରେ ୧୭୧୨ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୩୨୩ କିଶୋର କିଶୋରୀ ରହିଥିବା ବେଳେ ୯୯୭ କ୍ବାରେଣ୍ଟାଇନ ସେଣ୍ଟର ଓ ୭୧୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏହା ସହ ଦିନକରେ ଆଉ ୨୨ ଜଣ ଜଣଙ୍କ ଜୀବନ ନେଇଛି କିଲର କୋରୋନା । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୭୯୬କୁ ବୃଦ୍ଧି ହୋଇଛି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୭ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୭୯, ବାଲେଶ୍ବରରୁ ୫୪ , ବରଗଡରୁ ୧୭, ଭଦ୍ରକରୁ ୨୨, ବଲାଙ୍ଗୀରରୁ 3୧, ବୌଦ୍ଧରୁ ୨୯, କଟକରୁ ୧୦୪, ଦେବଗଡରୁ ୪୬, ଢେଙ୍କାନାଳରୁ 4୯, ଗଜପତିରୁ ୪୩, ଗଞ୍ଜାମରୁ ୧୦, ଜଗତସିଂହପୁରରୁ 4୮, ଯାଜପୁରରୁ 5୩, ଝାରସୁଗୁଡାରୁ ୨୯, କଳାହାଣ୍ଡିରୁ 4୯, କନ୍ଧମାଳରୁ ୩୧, କେନ୍ଦ୍ରାପଡାରୁ ୪୬, କେନ୍ଦୁଝରରୁ ୫୨, କୋରାପୁଟରୁ ୧୧୮, ମାଲକାନଗିରିରୁ ୩, ମୟୂରଭଞ୍ଜରୁ ୫୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ନବରଙ୍ଗପୁରରୁ ୨୬, ନୟାଗଡରୁ ୪5, ନୂଆପଡାରୁ ୩୯, ପୁରୀରୁ 4୦, ରାୟଗଡାରୁ ୩୪, ସମ୍ବଲପୁରରୁ 56, ସୋନପୁରରୁ 54, ସୁନ୍ଦରଗଡରୁ 147 ଓ ଷ୍ଟେଟପୁଲରୁ 48 ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୧ ହଜାର, ୫୨୩ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 12,45,026 ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ୧୭୬୪୭ ସକ୍ରିୟ ମାମଲା ରହିଛି ।

ସ୍ବାସ୍ଥ୍ୟ ବିଭାଗର ଜାରି ହୋଇଥିବା ରିପୋର୍ଟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪ଜଣ ଆକ୍ରାନ୍ତ ଆଖି ବୁଜିଥିବାବେଳେ ଅନୁଗୋଳରୁ ୨ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ବଲାଙ୍ଗୀର, ଢେଙ୍କାନାଳ, କନ୍ଧମାଳ, ଜଗତସିଂହପୁର, ମୟୂରଭଞ୍ଜ ଓ ସୁନ୍ଦରଗଡରୁ ଜଣେ ଆକ୍ରାନ୍ତ ଆଖି ବୁଜିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Feb 9, 2022, 10:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.