ETV Bharat / city

Odisha Corona Death Report: ଦିନକରେ ଆଖି ବୁଜିଲେ ୨୨ ଆକ୍ରାନ୍ତ

author img

By

Published : Feb 13, 2022, 8:42 AM IST

ଦିନକରେ ଆଖି ବୁଜିଲେ ୨୨ ଆକ୍ରାନ୍ତ
ଦିନକରେ ଆଖି ବୁଜିଲେ ୨୨ ଆକ୍ରାନ୍ତ

ରାଜ୍ୟରେ ଉପରମୁହାଁ ରହିଛି କୋରୋନା ଜନିତ ମୃତ୍ୟୁସଂଖ୍ୟା । ରିପୋର୍ଟ ଅନୁସାରେ ଆଜି(ରବିବାର) ରାଜ୍ୟରେ ଆଜି ଆଉ ୨୨ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ମୃତ୍ୟୁରେ ବ୍ରେକ ଲାଗୁନାହିଁ । ଉପରମୁହାଁ ରହିଛି କୋରୋନା ଜନିତ ମୃତ୍ୟୁସଂଖ୍ୟା । ଲଗାତାର ବଢୁଛି କୋରୋନା ଜନିତ ମୃତ୍ୟୁସଂଖ୍ୟା । ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଆଜି (ରବିବାର) ରାଜ୍ୟରେ ଆଜି ଆଉ ୨୨ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ମୃତ୍ୟୁ ରିପୋର୍ଟକୁ ଆଧାର କରି ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮୮୮୪କୁ ବୃଦ୍ଧି ହୋଇଛି ।

ରିପୋର୍ଟ ଅନୁସାରେ ଆଜିର ମୃତକଙ୍କ ମଧ୍ୟରେ ବାଲେଶ୍ବରରୁ ସର୍ବାଧିକ ୮ ଜଣେ ଆକ୍ରାନ୍ତ ଆଖି ବୁଜିଛନ୍ତି । ସୁନ୍ଦରଗଡରୁ ୪ ଓ ଗଞ୍ଜାମରୁ ୩ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି । ସେହିପରି ଖୋର୍ଦ୍ଧାରୁ ୨ ଜଣ, ଅନୁଗୋଳ, ଜଗତସିଂହପୁର, କେନ୍ଦୁଝର,କେନ୍ଦ୍ରପଡା ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.