ETV Bharat / city

Odisha Corona Death Report: ଆଉ ୧୬ ଆକ୍ରାନ୍ତ ମୃତ

author img

By

Published : Feb 17, 2022, 10:24 AM IST

ଆଖି ବୁଜିଲେ ଆଉ ୧୬ ଆକ୍ରାନ୍ତ
ଆଖି ବୁଜିଲେ ଆଉ ୧୬ ଆକ୍ରାନ୍ତ

ରାଜ୍ୟରେ କିଛି ଦିନ ହେବ ଉପରମୁହାଁ ରହିଛି କୋରୋନା ଜନିତ ମୃତ୍ୟୁସଂଖ୍ୟା । ରିପୋର୍ଟ ଅନୁସାରେ ଆଜି (ଗୁରୁବାର) ରାଜ୍ୟରେ ଆଉ ୧୬ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ କମୁଛି ସଂକ୍ରମଣ କମୁନି ମୃତ୍ୟୁସଂଖ୍ୟା । ଉପରମୁହାଁ ରହିଛି କୋରୋନା ଜନିତ ମୃତ୍ୟୁସଂଖ୍ୟା । ଦୈନିକ ୨୦କୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଥିବା ଦୁଇଦିନ ହେବ ୨୦ରୁ ଏହା ସାମାନ୍ୟ ଖସିଛି । ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଗତକାଲି ୧୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି (ବୁଧବାର) ରାଜ୍ୟରେ ଆଉ ୧୬ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ମୃତ୍ୟୁ ରିପୋର୍ଟକୁ ଆଧାର କରି ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮୯୬୧କୁ ବୃଦ୍ଧି ହୋଇଛି ।

ରିପୋର୍ଟ ଅନୁସାରେ ଆଜିର ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଭଦ୍ରକ, କଟକ, କେନ୍ଦୁଝର ଓ ଢେଙ୍କାନାଳରୁ ୨ଜଣ ଲେଖାଏଁ ଆକ୍ରାନ୍ତ ଓ ବଲାଙ୍ଗୀରରୁ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।

ପ୍ରକାଶ ଥାଉ କି, ରାଜ୍ୟରେ ୨୪ ଘଣ୍ଟାରେ ୮୮୬ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ୧୨ ଲକ୍ଷ ୮୦ ହଜାର ୭୮୪ରେ ପହଞ୍ଚିଥିବା ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କିଛି ଦିନ ହେବେ ବାହାରୁଥିବା ପଜିଟିଭ ସଂଖ୍ୟା କମିଛି ହେଲେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.