ETV Bharat / city

Odisha Corona Report: ଦିନକରେ ୧୪୫ ସଂକ୍ରମିତ ଚିହ୍ନଟ

author img

By

Published : Mar 5, 2022, 10:23 AM IST

Odisha Corona Report: ଦିନକରେ ୧୪୫  ସଂକ୍ରମିତ ଚିହ୍ନଟ
Odisha Corona Report: ଦିନକରେ ୧୪୫ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୪୫ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୫,୭୬୦ ରେ ପହଞ୍ଚିଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ତଳ ମୁହାଁ କୋରୋନାର ଦୈନିକ ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟାରେ ୧୪୫ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୩୭ କିଶୋର କିଶୋରୀ ରହିଥିବା ବେଳେ ୮୪ କ୍ବାରେଣ୍ଟାଇନ ସେଣ୍ଟର ଓ ୬୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୫ ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୫, ବାଲେଶ୍ବରରୁ ୧୨, ଭଦ୍ରକରୁ ୧, ବଲାଙ୍ଗୀରରୁ ୨, ବୌଦ୍ଧରୁ ୪, କଟକରୁ ୪, ଦେବଗଡରୁ ୧, ଗଜପତିରୁ ୧୬, ଯାଜପୁରରୁ ୪, ଝାରସୁଗୁଡାରୁ ୮, କଳାହାଣ୍ଡିରୁ ୧, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୩, କୋରାପୁଟରୁ୨, ମୟୂରଭଞ୍ଜରୁ ୪, ନବରଙ୍ଗପୁରରୁ ୪, ନୂଆପଡାରୁ ୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ସମ୍ବଲପୁରରୁ ୫, ସୁନ୍ଦରଗଡରୁ ୧୬ ଓ ଷ୍ଟେଟପୁଲରୁ୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୫,୭୬୦ ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.