ETV Bharat / city

କମୁନି କୋରୋନା ଗ୍ରାଫ, ଶୀର୍ଷ ସଂକ୍ରମିତ 5 ରାଜ୍ୟ ଭିତରେ ଓଡିଶା

author img

By

Published : Jul 13, 2021, 5:36 PM IST

କମୁନି କୋରୋନା ଗ୍ରାଫ, ଶୀର୍ଷ ସଂକ୍ରମିତ 5 ରାଜ୍ୟ ଭିତରେ ଓଡିଶା
କମୁନି କୋରୋନା ଗ୍ରାଫ, ଶୀର୍ଷ ସଂକ୍ରମିତ 5 ରାଜ୍ୟ ଭିତରେ ଓଡିଶା

ଶୀର୍ଷ ସଂକ୍ରମିତ 5 ରାଜ୍ୟ ଭିତରେ ଓଡିଶା ରହିଥିବା ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ମହାରାଷ୍ଟ୍ର ଓ କେରଳ ସମେତ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ଓଡିଶାରେ ସବୁଠୁ ଅଧିକ ପଜିଟିଭ ମାମଲା ସାମ୍ନାକୁ ଆସୁଛି । ଅଧିକ ପଢନ୍ତୁ...

ଭୁବନେଶ୍ବର: ଦେଶରେ ଧୀରେ ଧୀରେ କମିବାରେ ଲାଗିଛି କୋରୋନା ସଂକ୍ରମଣ । ହେଲେ କିଛି ରାଜ୍ୟରେ ଉପରମୁହାଁ ରହିଛି କୋରୋନା ଗ୍ରାଫ । ଶୀର୍ଷ ସଂକ୍ରମିତ 5 ରାଜ୍ୟ ଭିତରେ ଓଡିଶା ରହିଥିବା ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

ଏପଟେ କେରଳ ଓ ମହାରାଷ୍ଟ୍ରରେ କୋରୋନା ସଂକ୍ରମଣରେ ପୁଣି ବୃଦ୍ଧି ବଢାଇଛି ଚିନ୍ତା । ଉଭୟ ରାଜ୍ୟରେ ଦେଶର 50 ପ୍ରତିଶତରୁ ଊର୍ଦ୍ଧ୍ବ ନୂଆ ମାମଲା ରେଜିଷ୍ଟର ହୋଇଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଦେଶରେ ବର୍ତ୍ତମାନ 4.31 ଲକ୍ଷ ସକ୍ରିୟ ମାମଲା ରହିଛି । ଏହାସହ ସୁସ୍ଥ ହାର ରହିଛି 97.3 ପ୍ରତିଶତ । ଦେଶର 73ଟି ଜିଲ୍ଲାରେ ପ୍ରତ୍ୟେକ ଦିନ 100ରୁ ଅଧିକ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହେଉଛି ।

କେରଳ ଓ ମହାରାଷ୍ଟ୍ର ସମେତ 5 ରାଜ୍ୟ ଏବେ ବି କୋରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି । ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଓଡିଶାରେ ସବୁଠୁ ଅଧିକ ପଜିଟିଭ ମାମଲା ସାମ୍ନାକୁ ଆସିଛି । ଏହାସହିତ ମଣିପୁର, ମିଜୋରାମ, ତ୍ରିପୁରା ଓ ଅରୁଣାଚଳପ୍ରଦେଶରେ ମଧ୍ୟ ନୂଆ ମାମଲାରେ ବୃଦ୍ଧି ପରିଲକ୍ଷିତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.