ETV Bharat / city

କୋରୋନା ରେଡ ଜୋନରୁ ମୁକୁଳିଲା ଓଡିଶା

author img

By

Published : Nov 20, 2020, 12:56 PM IST

Updated : Nov 20, 2020, 1:58 PM IST

ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତି ଖବର । ରେଡ ଜୋନରୁ ମୁକ୍ତ ହେଲା ଓଡିଶା । ସଂକ୍ରମଣ ହ୍ରାସ ପାଉଥିବାରୁ ଏବେ ସମସ୍ତ ଜିଲ୍ଲାରୁ ରେଡ ଜୋନ ହଟିଛି । ତେବେ ଏବେ ବି 4 ଜିଲ୍ଲା ୟେଲୋ ଜୋନରେ ରହିଛି । ଅଧିକ ପଢନ୍ତୁ...

କୋରୋନାର ରେଡ ଜୋନରୁ ମୁକ୍ତ ହେଲା ଓଡିଶା
କୋରୋନାର ରେଡ ଜୋନରୁ ମୁକ୍ତ ହେଲା ଓଡିଶା

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର । ରେଡ ଜୋନରୁ ମୁକ୍ତ ହେଲା ଓଡିଶା । ଗତକିଛି ଦିନ ଧରି କୋରୋନାର ଡାଉନ ଟ୍ରେଣ୍ଡ ଜାରି ରହିଥିବାରୁ ସମସ୍ତ ଜିଲ୍ଲା ଏବେ ରେଡ ଜୋନରୁ ହଟିଛି । ରାଜ୍ୟରେ ପ୍ରଥମ କରି ମାର୍ଚ୍ଚ 15 ତାରିଖରେ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିଲା । ସେପ୍ଟେମ୍ବର ଯାଏଁ ଦୈନିକ ସଂକ୍ରମଣ ବଢିବାରେ ଲାଗିଥିଲା । ନଭେମ୍ବରରୁ ସଂକ୍ରମଣ ଖସିବା ଆରମ୍ଭ କରିଛି । ତେବେ ଆଗକୁ ଶୀତ ବଢିବାକୁ ଥିବାବେଳେ ପୁଣି ସଂକ୍ରମଣ ବଢିପାରେ ନେଇ ମୁଖ୍ୟମନ୍ତ୍ରୀ ଆଶଙ୍କା କରିଛନ୍ତି ।

ରାଜ୍ୟରେ କୋରୋନାକୁ ମହାମାରୀକୁ ନିୟନ୍ତ୍ରଣକୁ ସରକାର ଓ ପ୍ରଶାସନିକ ସ୍ତର ପକ୍ଷରୁ କଡା ଅଭିଯାନ ଜାରି ରହିଛି । କଡା କଟକଣା ଓ ନିୟମ ଆଗରେ କୋରୋନାକୁ ଆଂଶିକ ହରେଇବାରେ ସଫଳ ହୋଇପାରିଛନ୍ତି । ଖୋର୍ଦ୍ଧା, କଟକ, ମୟୂରଭଞ୍ଜ ଓ ସୁନ୍ଦରଗଡ ୟେଲୋ ଜୋନରେ ରହିଛି । ବଳକା ଅନ୍ୟ ଜିଲ୍ଲା ଅରେଞ୍ଜ ଜୋନରେ ।

ସରକାରୀ ତଥ୍ୟ ଅନୁସାରେ, ରାଜ୍ୟରେ ମୋଟ 3 ଲକ୍ଷ 12 ହଜାର 545 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହଳଦିଆ ଜୋନରେ ରହିଥିବା ଖୋର୍ଦ୍ଧା ଜିଲ୍ଲାରେ 50 ହଜାର 995 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 746 ମାମଲା ସକ୍ରିୟା ରହିଛି । କଟକରେ 27 ହଜାର 606 ଜଣ ଆକ୍ରାନ୍ତ ରହିଥିବାବେଳେ ସେଥିମଧ୍ୟରୁ 628 ଟି ସକ୍ରିୟ ରହିଛି । ମୟୂରଭଞ୍ଜରେ 12 ହଜାର 728 ଜଣ ସଂକ୍ରମିତଙ୍କ ମଧ୍ୟରୁ 573 ଜଣଙ୍କ ଏବେ ବି ଚିକିତ୍ସିତ ହେଉଛନ୍ତି ।ସୁନ୍ଦରଗଡରେ 12 ହଜାର 785ଟି କୋରୋନା ମାମଲା ଚିହ୍ନଟ ହୋଇଛି । ସେଥି ମଧ୍ୟରୁ 702 ଟି ମାମଲା ସକ୍ରିୟ ରହିଛି ।

ଅନ୍ୟପଟେ, ରାଜ୍ୟର କୋରୋନ ମାନଚିତ୍ରରେ କୌଣସି ଜିଲ୍ଲାରେ ସକ୍ରିୟ ସଂଖ୍ୟା 1 ହଜାର ଉପରେ ନାହିଁ । ଆଜି 757 ନୂତନ ପଜିଟିଭ ଚିହ୍ନଟ ହେବା ସହ 16 ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated :Nov 20, 2020, 1:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.