ETV Bharat / city

ରାଜ୍ୟରେ ଦୈନିକ ଏକ ଲକ୍ଷ ଛୁଇଁ ପାରୁନି ଟୀକାକରଣ

author img

By

Published : Mar 8, 2022, 9:36 PM IST

Odisha covid vaccination graph gradualy decreasing below one lakh per day
ରାଜ୍ୟରେ ଦୈନିକ ଏକ ଲକ୍ଷ ଛୁଇଁ ପାରୁନି ଟୀକାକରଣ

ରାଜ୍ୟରେ ଧିମେଇଛି କୋଭିଡ ଟୀକାକରଣ । ଦୈନିକ 4 ଲକ୍ଷ ଟୀକାକରଣ ବଦଳରେ ବର୍ତ୍ତମାନ 1 ଲକ୍ଷ ବି ଛୁଇଁ ପାରୁନି ଦୈନିକ ଟୀକାକରଣ। ଟିକାକରଣ ପାଇଁ ଲୋକମାନେ ଆସୁନଥିବା ବେଳେ ସଂକ୍ରମଣ କମିଯାଇଥିବା କାରଣରୁ ଟୀକା ନେବାକୁ ଆସୁନଥିବା ଦେଖାଯାଇଛି। ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ଧିମେଇଛି କୋଭିଡ ଟୀକାକରଣ । ଦୈନିକ 4 ଲକ୍ଷ ଟୀକାକରଣ ବଦଳରେ ବର୍ତ୍ତମାନ 1 ଲକ୍ଷ ବି ଛୁଇଁ ପାରୁନି ଦୈନିକ ଟୀକାକରଣ। ଟିକାକରଣ ପାଇଁ ଲୋକମାନେ ଆସୁନଥିବା ବେଳେ ସଂକ୍ରମଣ କମିଯାଇଥିବା କାରଣରୁ ଟୀକା ନେବାକୁ ଆସୁନଥିବା ଦେଖାଯାଇଛି। ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ନିମ୍ନଗାମୀ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 6 କୋଟି 16 ଲକ୍ଷ 28ହଜାର 509ଡୋଜ ଟୀକା ନେଇଥିବାବେଳେ ପ୍ରଥମ ଡୋଜ ନେଇଛନ୍ତି 3 କୋଟି 28 ଲକ୍ଷ 62 ହଜାର 441 ଓ ଦ୍ବିତୀୟ ଡୋଜ 2 କୋଟି 79 ଲକ୍ଷ 40ହଜାର 322ଜଣ ନେଇଛନ୍ତି ।

Odisha covid vaccination graph gradualy decreasing below one lakh per day
ରାଜ୍ୟରେ ଦୈନିକ ଏକ ଲକ୍ଷ ଛୁଇଁ ପାରୁନି ଟୀକାକରଣ

ସେହିପରି ପ୍ରିକସନ ଡୋଜ ନେଇଛନ୍ତି 8ଲକ୍ଷ 25 ହଜାର 746 ଜଣ। ଆଜି(ମଙ୍ଗଳବାର) ରାଜ୍ୟରେ 1839ଟି ଟିକାକାରଣ କେନ୍ଦ୍ରରେ ଟୀକାକରଣ କରାଯାଉଛି। ରାଜ୍ୟରେ 7 ଦିନ ମଧ୍ୟରେ ଦିଆଯାଇଥିବା ଟୀକାକରଣର ତଥ୍ୟ- ମାର୍ଚ୍ଚ 1 ତାରିଖରେ ରାଜ୍ୟରେ ଟୀକାକରଣ କରାଯାଇଥିଲା ଉଭୟ ସହର ଏବଂ ଗ୍ରାମାଞ୍ଚଳରେ 40 ହଜାର 97, ମାର୍ଚ୍ଚ 2 ତାରିଖରେ 81 ହଜାର 220, ମାର୍ଚ୍ଚ 3 ତାରିଖରେ 93 ହଜାର 517, ମାର୍ଚ୍ଚ 4 ତାରଖରେ 82 ହଜାର 626, ମାର୍ଚ୍ଚ 5 ତାରିଖରେ 82 ହଜାର 171, ମାର୍ଚ୍ଚ 6 ତାରିଖରେ 44 ହଜାର 361 ଓ ମାର୍ଚ୍ଚ 7 ତାରିଖରେ 73 ହଜାର 704 ଡୋଜ ନେଇଛନ୍ତି ।

ତେବେ ରାଜ୍ୟରେ ଟୀକାକରଣକୁ ଅଧିକ ତ୍ବରାନିତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଛନ୍ତି। ମାତ୍ର ଦୈନିକ ଟୀକାକରଣ ବର୍ତ୍ତମାନ ସମୟରେ 1 ଲକ୍ଷ ବି ହୋଇପାରୁନାହିଁ । ରାଜ୍ୟରେ ସଂକ୍ରମଣ କମିବା ସହ ଲୋକମାନେ ଟୀକା ନେବାକୁ ଆସୁନାହାନ୍ତି । ଯାହା ଫଳରେ ଦୈନିକ ଟିକାକରଣ ସଂଖ୍ୟା କମ ହେଉଥିବା କୁହାଯାଉଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.