ETV Bharat / city

ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାର ପ୍ରଶ୍ନ ଉଠୁନି: କଂଗ୍ରେସ

author img

By

Published : Jun 24, 2022, 1:14 PM IST

Updated : Jun 24, 2022, 2:37 PM IST

ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାର ପ୍ରଶ୍ନ ଉଠୁନି: କଂଗ୍ରେସ
ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାର ପ୍ରଶ୍ନ ଉଠୁନି: କଂଗ୍ରେସ

ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାର ପ୍ରଶ୍ନ ଉଠୁନାହିଁ । ଏପରି କହିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢନ୍ତୁ

ଭୁବନେଶ୍ବର: ବିଜେପି ନେତୃତ୍ବାଧୀନ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଆଦୌ ସମର୍ଥନ କରିବନି କଂଗ୍ରେସ । ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ କାହିଁକି ସମର୍ଥନ କରିବ ? ଏହା ଇମୋସନାଲ କାର୍ଡ ନୁହେଁ, ଏଇଟା ରାଷ୍ଟ୍ରପତି ନିର୍ବାଚନ । କଂଗ୍ରେସ ଏକ ଜାତୀୟ ଦଳ ଓ ବିଜେପି ମଧ୍ୟ । ବିଜେପି ନେତୃତାଧୀନ NDA ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛି । ବିରୋଧୀ ଅନ୍ୟ ଜଣଙ୍କୁ ପ୍ରାର୍ଥୀ କରିଛନ୍ତି । ତେଣୁ କଂଗ୍ରେସ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ଦଳ ତାଙ୍କୁ ସମର୍ଥନ କରିବ ।

ମୁର୍ମୁଙ୍କୁ ଦଳ ସମର୍ଥନ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ସଫା ସଫା କହିଛନ୍ତି ରାଜ୍ୟ କଂଗ୍ରେସ ସଭାପତି(PCC) ଶରତ ପଟ୍ଟନାୟକ । ଓଡିଶାର ପୂର୍ବତନ ମନ୍ତ୍ରୀ ତଥା ମୟୂରଭଞ୍ଜର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀ କରିଛି ଏନଡିଏ । ଦ୍ରୌପଦୀଙ୍କ ପ୍ରାର୍ଥିତ୍ବକୁ ବିଭିନ୍ନ ରାଜ୍ୟର ରାଜନୈତିକ ଦଳମାନେ ପସନ୍ଦ କରୁଛନ୍ତି ।

ଏପରିକି ବିଜେଡି ସୁପ୍ରିମୋ ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମୁର୍ମୁଙ୍କ ସମର୍ଥନ କରିବା ସହ ଦଳ, ମତ ନିର୍ବିଶେଷରେ ଏହି ଓଡିଆ ଝିଅଙ୍କୁ ସମର୍ଥନ କରିବାକୁ ଅପିଲ୍ କରିଛନ୍ତି । କିନ୍ତୁ ଦ୍ରୌପଦୀ ମୁର୍ମୁଙ୍କୁ ଆଦୌ ସମର୍ଥନ କରିବ ନାହିଁ ବୋଲି ରୋକଠୋକ୍ ମନା କହିଛନ୍ତି ରାଜ୍ୟ କଂଗ୍ରେସ ମୁଖିଆ । ପୂର୍ବରୁ ଦଳର ବରିଷ୍ଠ ନେତା ନରସିଂହ ମିଶ୍ର ଏହା ସ୍ପଷ୍ଟ କରିଥିବାବେଳେ, ଏବେ ପିସିସି ସଭାପତି ମଧ୍ୟ ସମାନ କଥା ଦୋହରାଇଛନ୍ତି ।

ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାର ପ୍ରଶ୍ନ ଉଠୁନି: କଂଗ୍ରେସଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାର ପ୍ରଶ୍ନ ଉଠୁନି: କଂଗ୍ରେସ
Last Updated :Jun 24, 2022, 2:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.