ETV Bharat / city

Odisha Assembly: ମମିତା ମେହେର ହତ୍ୟାକାଣ୍ଡ, ଗିରଫ ଦୁଇ ଅଭିଯୁକ୍ତ ହିଁ ସମ୍ପୃକ୍ତ କହିଲେ ଗୃହରାଷ୍ଟ୍ର ମନ୍ତ୍ରୀ

author img

By

Published : Jul 4, 2022, 7:48 PM IST

Odisha Assembly
Odisha Assembly

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲରେ କାହାର ସମ୍ପୃକ୍ତି ରହିଛି ? ବିଧାନସଭାରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ଅଧିକ ପଢନ୍ତୁ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲରେ କେବଳ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେଶ୍ୟାମ ତାଣ୍ଡି ସମ୍ପୃକ୍ତ ଅଛନ୍ତି । ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ନାହିଁ । ଆଜି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ।

ମନ୍ତ୍ରୀ କହିଛନ୍ତି, "କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ କେବଳ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେଶ୍ୟାମ ଚଣ୍ଡୀଙ୍କ ସମ୍ପୃକ୍ତି ରହିଛି । ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ନାହିଁ । ଉଭୟଙ୍କ ବିରୋଧରେ ଚାର୍ଜଶିଟ ଦାଖଲ ହୋଇଛି।"

ଉଭୟ ଅଭିଯୁକ୍ତ ଗୋବିନ୍ଦ ଓ ରାଧେ ଏବେ ବିଚାରଧୀନ କଏଦୀ ଭାବେ କଣ୍ଟାବାଞ୍ଜି ଜେଲରେ ଅଛନ୍ତି । ତେବେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଗୋବିନ୍ଦ ସାହୁ ଅନ୍ତରୀଣ ଜାମିନ ଥିବା ମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.