ETV Bharat / city

ଓଡ଼ିଆ ବୈଜ୍ଞାନିକଙ୍କ କମାଲ: ଷ୍ଟେଜ୍‍-3ରେ କର୍କଟ ରୋଗକୁ ଭଲ କରିବାକୁ ଉଦ୍ଭାବନ କଲେ ଔଷଧ

author img

By

Published : Jun 27, 2022, 6:24 PM IST

ଓଡ଼ିଆ ବୈଜ୍ଞାନିକଙ୍କ କମାଲ: ଷ୍ଟେଜ୍‍-3ରେ କର୍କଟ ରୋଗକୁ ଭଲ କରିବାକୁ ଉଦ୍ଭାବନ କଲେ ଔଷଧ
ଓଡ଼ିଆ ବୈଜ୍ଞାନିକଙ୍କ କମାଲ: ଷ୍ଟେଜ୍‍-3ରେ କର୍କଟ ରୋଗକୁ ଭଲ କରିବାକୁ ଉଦ୍ଭାବନ କଲେ ଔଷଧ

ଷ୍ଟେଜ୍‍-3ରେ କର୍କଟ ରୋଗ ରୋଗକୁ ଭଲ କରିବା ପାଇଁ ଜିନ୍‍ ଆବିଷ୍କାର ଏବଂ ଔଷଧ ଉଦ୍ଭାବନ କରିଛନ୍ତି ଓଡ଼ିଆ ବୈଜ୍ଞାନିକ ଡାକ୍ତର ସନ୍ଦୀପ ମିଶ୍ର । ଲ୍ୟାବରେ ମୂଷା ଉପରେ ଔଷଧର ପରୀକ୍ଷଣ ସଫଳ ହେବା ପରେ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ସମଗ୍ର ବିଶ୍ବରେ ଉଦବେଗ ଜନକ ଭାବରେ ଗତି କରୁଛି ସ୍ତନ କର୍କଟ । ଏହି ସ୍ତନ କର୍କଟ ରୋଗର ନିଦାନ ଓ ଚିକିତ୍ସା କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି ଜଣେ ଓଡ଼ିଆ ବୈଜ୍ଞାନିକ। ଭୁବନେଶ୍ବର ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‍ଏସ୍‍)ର ସିନିୟର୍‍ ମଲିକ୍ୟୁଲାର୍‍ ଅଙ୍କୋଲୋଜିଷ୍ଟ ଡା.ସନ୍ଦୀପ ମିଶ୍ର ସ୍ତନ କର୍କଟର ଟ୍ୟୁମର ଦମନକାରୀ ଜିନ୍‍ ଆବିଷ୍କାର କରିଛନ୍ତି । ସେହିପରି ସ୍ତନ କର୍କଟ ରୋଗରୁ ସୁରକ୍ଷା ଦେଉଥିବା ଔଷଧ ଉଦ୍ଭାବନ ମଧ୍ୟ ହୋଇଛି । ଏହା ମାନବ ପରୀକ୍ଷଣ ନିମନ୍ତେ କେନ୍ଦ୍ର ସରକାରଙ୍କ ସ୍ବୀକୃତି ଲାଭ କରିଛନ୍ତି । ଡାକ୍ତର ମିଶ୍ର ସ୍ତନ କର୍କଟ ରୋଗୀଙ୍କ ପାଇଁ ଔଷଧ ଉଦ୍ଭାବନ କରିବା ସହିତ ଏହାର କାରଣ ସମ୍ପର୍କରେ ଦୀର୍ଘ 20 ବର୍ଷ ହେଲା ଗବେଷଣା ଚଳାଇଛନ୍ତି । ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ଗବେଷଣା ପାଇଁ ପାଣ୍ଠି ଯୋଗାଇ ଦେଇଛନ୍ତି । ନିକଟରେ ଡା. ମିଶ୍ର ସ୍ତନ କର୍କଟର ସଫଳ ଚିକିତ୍ସା ପାଇଁ ଡିଜେଡ୍‍ଏନ୍‍ଇପିଏ(DZNEPA) ଓ ଏମ୍‍ଏଲ୍‍ଏନ୍‍(MLN) 4924 ଔଷଧ ଆବିଷ୍କାର କରିଛନ୍ତି । ଲ୍ୟାବରେ ମୂଷା ଉପରେ ଏହି ଔଷଧର ପରୀକ୍ଷଣ ସଫଳ ହେବା ପରେ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଛି ।

ଓଡ଼ିଆ ବୈଜ୍ଞାନିକଙ୍କ କମାଲ: ଷ୍ଟେଜ୍‍-3ରେ କର୍କଟ ରୋଗକୁ ଭଲ କରିବାକୁ ଉଦ୍ଭାବନ କଲେ ଔଷଧ

ଏମ୍ସ, ଭୁବନେଶ୍ବର ସହିତ ମିଳିତ ଭାବେ ମାନବ ପରୀକ୍ଷଣ ଆରମ୍ଭ ହେବ । ଏଥିସହ ସର୍ବଭାରତୀୟ ସ୍ତରରେ ମଧ୍ୟ ଔଷଧର ମାନବ ପରୀକ୍ଷଣ ଆରମ୍ଭ ହେବାକୁ ଯାଉଛି । ଏହି ପରୀକ୍ଷଣ ସଫଳ ହେଲେ ଏକ ମାରାତ୍ମକ ବ୍ୟାଧିର ସହଜ ଉପଚାର ପାଇଁ ପଥ ପରିଷ୍କାର ହେବ । ଡାକ୍ତର ମିଶ୍ର କହିଛନ୍ତି, “ଦୀର୍ଘ ଦିନ ହେଲା ସ୍ତନ କର୍କଟ ଏବଂ ଏହାର ଔଷଧ ନେଇ ଗବେଷଣା ଚାଲିଥିଲା । ଆବିଷ୍କାର ହୋଇଥିବା ଦୁଇ ଔଷଧ ମଧ୍ୟରୁ ଗୋଟିଏର ମାନବ ପରୀକ୍ଷଣ ପାଇଁ ଭାରତ ସରକାର ଅନୁମତି ପ୍ରଦାନ କରିଛନ୍ତି । ଏହି ଔଷଧ ଦ୍ବାରା ଷ୍ଟେଜ୍‍-3ରେ ଥିବା ସ୍ତନ କର୍କଟ ରୋଗର ସଫଳ ଚିକିତ୍ସା ହୋଇପାରିବ । ସ୍ତନ କର୍କଟର ମୁଖ୍ୟ ଉପାଦାନ କୁହାଯାଉ ଥିବା ଟ୍ୟୁମର ଦମନକାରୀ ଅଣୁ ଯଥା, ଇଆରଆରବି ଏବଂ ଏମ୍‍ଆଇସିଓଏ ଉପରେ ଅଧ୍ୟୟନ କରାଯାଇଛି । ସ୍ତନ କର୍କଟରେ ଟ୍ୟୁମର ଦମନକାରୀ ଜିନ୍‍ ଆବିଷ୍କାରକୁ ବିଶ୍ୱର ବିଭିନ୍ନ ଖ୍ୟାତନାମା ଗବେଷଣା ସଂସ୍ଥାଙ୍କ ପକ୍ଷରୁ ସ୍ବୀକୃତି ପ୍ରଦାନ କରାଯାଇଛି । ଖୁବଶୀଘ୍ର ସଫଳ ମାନବ ପରୀକ୍ଷଣ ପରେ ବଜାରରେ ଏହା ଉପଲବ୍ଧ ହେବ। ସେ ଓଡ଼ିଶାରେ ନିଜ ଗବେଷଣା ଜାରି ରଖିବେ ।”

ଏପଟେ କ୍ୟାପିଟାଲ ହସ୍ପିଟାଲର କ୍ୟାନ୍ସର ବିଭାଗର ଡାକ୍ତର ନୀହାର ସାମଲ କହିଛନ୍ତି ଯେ, ‘‘ଦିନକୁ ଦିନ ମହିଳାଙ୍କୁ ସ୍ତନ କର୍କଟ ବଢିବାରେ ଲାଗିଛି । ଯଦି ରାଜ୍ୟରେ ଏଭଳି କିଛି ଔଷଧ ପ୍ରସ୍ତୁତ ହେଉଛି, ଏହା ସ୍ଵାଗତଯୋଗ୍ୟ । ନିଶ୍ଚିତ ଭାବରେ ଏହାର ପ୍ରଭାବ ପଡିବ । କ୍ୟାପିଟାଲ ହସ୍ପିଟାଲକୁ ଦୈନିକ 80ରୁ ଅଧିକ କ୍ୟାନ୍ସର ରୋଗୀ ଆସୁଛନ୍ତି । ସେଥିମଧ୍ୟରୁ 15ରୁ 20 ଜଣ ରୋଗୀ ସ୍ତନ କର୍କଟରେ ପୀଡିତ । ଯଦି ଠିକ ଭାବରେ ଚିକିସା ହୋଇଥିବ ତେବେ ସେମାନେ କିଛି ମାତ୍ରାରେ ସୁସ୍ଥ ହୋଇପାରିବେ ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.