ETV Bharat / city

‘ସୁପାରିଶରେ ହେବନି ଖେଳାଳି ଚୟନ’

author img

By

Published : Nov 27, 2019, 9:36 PM IST

OCA secretary sanjay behera felicitated in bbsr
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

କ୍ଲବ କ୍ରିକେଟରେ ଆଉ ଚଳିବନି ସୁପାରିଶ୍ । ଉପଯୁକ୍ତ ପ୍ରାର୍ଥୀଙ୍କୁ ଦିଆଯିବ ସୁଯୋଗ । ଏହି ଲକ୍ଷ୍ୟ ରଖିଛନ୍ତି ଓଡିଶା କ୍ରିକେଟ ଆସୋସିଏସନର ସମ୍ପାଦକ ସଞ୍ଜୟ ବେହେରା ।

ଭୁବନେଶ୍ବର: ରାଜ୍ୟରେ ଥିବା କ୍ଲବ କ୍ରିକେଟରେ ଏବେ ବି ସୁପାରିଶରେ ଖେଳାଳି ଚୟନ ହେଉଛନ୍ତି । ଏଥିରେ କୌଣସି ସ୍ବଚ୍ଛତା ରହୁନଥିବା ବେଳେ ଯୋଗ୍ୟ ପ୍ରାର୍ଥୀ ନିଜ ହକ୍ ପାଇବାରୁ ବଞ୍ଚିତ ହେଉଛନ୍ତି । ଏଥିରେ ପରିବର୍ତ୍ତନ ଆଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଓଡିଶା କ୍ରିକେଟ ଆସୋସିଏସନର ସମ୍ପାଦକ ସଞ୍ଜୟ ବେହେରା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଭୁବନେଶ୍ୱର ଆଥଲେଟିକ ଆସୋସିଏସନ ପକ୍ଷରୁ ନବନିର୍ବାଚିତ ଓସିଏ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଅବସରରେ ସଞ୍ଜୟ କହିଛନ୍ତି, ରାଜ୍ୟରେ କ୍ଲବ କ୍ରିକେଟ ନିମନ୍ତେ ଥିବା କ୍ରୀଡ଼ାବିତ ଚୟନ ପ୍ରକ୍ରିୟାରେ ସେ ଜମାରୁ ସନ୍ତୁଷ୍ଟ ନୁହଁନ୍ତି । ତେଣୁ ଏଥିରେ ପରିବର୍ତ୍ତନ ଆଣିବା ସହିତ ସ୍ୱଚ୍ଛତା ବଜାୟ ରଖିବା ଉଦ୍ଦେଶ୍ୟରେ ଡିଜିଟାଲ ମାଧ୍ୟମରେ ସଫ୍ଟୱେର ବ୍ୟବହାର କରି ପିଲାମାନଙ୍କର ସମ୍ପୂର୍ଣ୍ଣ ପ୍ରଦର୍ଶନକୁ ବିଚାରକୁ ନିଆଯାଇ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯିବ । ତେଣୁ ଏଥି ପାଇଁ ସହଯୋଗ କରିବା ସହିତ ପିଲାମାନଙ୍କ ଭବିଷ୍ୟତକୁ ପ୍ରାଥମିକତା ଦେବାକୁ ସେ ଅନ୍ୟ ଆସୋସିଏସନର କର୍ମକର୍ତ୍ତାମାନଙ୍କୁ କହିଛନ୍ତି ।

ଏହି ଅବସରରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଓଡ଼ିଶାରେ ଦ୍ଵିତୀୟ କ୍ରିକେଟ ଷ୍ଟାଡିୟମ ନେଇ ସରକାରଙ୍କ ସହିତ ଆଲୋଚନା ଜାରି ରହିଛି ବୋଲି କହିଥିଲେ । ସରକାର ଏନେଇ ସକାରାତ୍ମକ ଥିବାବେଳେ ନିଜ କାର୍ଯ୍ୟକାଳ ସମୟରେ ଏହାକୁ ପୂରଣ କରିବା ଦିଗରେ ଚେଷ୍ଟା କରିବେ ବୋଲି କହିଛନ୍ତି । ସେହିପରି ରାଜ୍ୟରେ ଗୋଟିଏ କ୍ରିକେଟ ଏକାଡେମୀ ଥିବାବେଳେ କ୍ରିକେଟର ବିକାଶ ନିମନ୍ତେ ରାଜ୍ୟରେ ଆହୁରି 4ରୁ 6ଟି ଏକାଡେମୀ କରିବା ପାଇଁ ଯୋଜନା ଥିବା କହିଛନ୍ତି ।


ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ



Intro:ରାଜ୍ୟରେ ଥିବା କ୍ଲବ କ୍ରିକେଟରେ ଆଜି ବି ସୁପାରିଶ ଅନୁଯାୟୀ ଖେଳାଳି ଚୟନ ଭଳି ବ୍ୟବସ୍ଥା ଚାଲୁ ରହିଛି।ଯେଉଁଥିରେ କୌଣସି ସ୍ୱଚ୍ଛତା ରହୁ ନଥିବାବେଳେ ଉପଯୁକ୍ତ ଯୋଗ୍ୟତା ଥିବା କ୍ରୀଡ଼ାବିତ ମାନେ ସେମାନଙ୍କ ଦକ୍ଷତା ପ୍ରତିପାଦନ କରିବାରୁ ବଞ୍ଚିତ ହେଉଛନ୍ତି।ଯେଉଁଥିରେ ଆଗାମୀ ଭବିଷ୍ୟତରେ ପରିବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ଓଡିଶା କ୍ରିକେଟ ଆସୋସିଏସନର ସମ୍ପାଦକ ସଞ୍ଜୟ ବେହେରା।


Body:ଭୁବନେଶ୍ୱର ଆଥଲେଟିକ ଆସୋସିଏସନ ପକ୍ଷରୁ ନବନିର୍ବାଚିତ ଓସିଏ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ଅବସରରେ ଶ୍ରୀ ବେହେରା ଆହୁରି ଉଲ୍ଲେଖ କରିଛନ୍ତି କି ରାଜ୍ୟରେ କ୍ଲବ କ୍ରିକେଟ ନିମନ୍ତେ ଥିବା କ୍ରୀଡ଼ାବିତ ଚୟନ ପ୍ରକ୍ରିୟାରେ ସେ ଜମାରୁ ସନ୍ତୁଷ୍ଟ ନୁହଁନ୍ତି।ତେଣୁ ଏଥିରେ ପରିବର୍ତ୍ତନ ଆଣିବା ସହିତ ସ୍ୱଚ୍ଛତା ବଜାୟ ରଖିବା ଉଦେଶ୍ୟରେ ଡିଜିଟାଲ ମାଧ୍ୟମରେ ସଫ୍ଟୱେର ବ୍ୟବହାର କରି ପିଲାମାନଙ୍କର ଓଭର ଅଲ ପରଫର୍ମାନ୍ସ କୁ ବିଚାରକୁ ନିଆଯାଇ ଚୟନ କରାଯିବ ବୋଲି ସେ କହିଛନ୍ତି।ଯେଉଁଥିପାଇଁ କାର୍ଯ୍ୟ ଚାଲିଛି।ତେଣୁ ଏଥି ପାଇଁ ସହଯୋଗ କରିବା ସହିତ ପିଲାମାନଙ୍କ ଭବିଷ୍ୟତ କୁ ପ୍ରାଥମିକତା ଦେବାକୁ ସେ ଅନ୍ୟ ଆସୋସିଏସନର କର୍ମକର୍ତ୍ତାମାନଙ୍କୁ କହିଛନ୍ତି।
ଏହି ଅବସରରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଓଡ଼ିଶାରେ ଦ୍ଵିତୀୟ କ୍ରିକେଟ ଷ୍ଟାଡିୟମ ନେଇ ସରକାରଙ୍କ ସହିତ ଆଲୋଚନା ଜାରି ରହିଛି।ସରକାର ଏନେଇ ସକାରାତ୍ମକ ଥିବାବେଳେ ନିଜ କାର୍ଯ୍ୟକାଳ ସମୟରେ ଏହାକୁ ପୂରଣ କରିବା ଦିଗରେ ଚେଷ୍ଟା କରିବେ ବୋଲି କହିଛନ୍ତି।ସେହିପରି ରାଜ୍ୟରେ ଗୋଟିଏ କ୍ରିକେଟ ଏକାଡେମୀ ଥିବାବେଳେ କ୍ରିକେଟ ର ବିକାଶ ନିମନ୍ତେ ରାଜ୍ୟରେ ଆହୁରି 4ରୁ 6ଟି ଏକାଡେମୀ କରିବା ପାଇଁ ଯୋଜନା ଥିବା କହିଛନ୍ତି।
ଆଜିର ଏହି ସମ୍ବର୍ଦ୍ଧନା ସଭାରେ ଆଥଲେଟିକ ଆସୋସିଏସନର ସଭାପତି ସୁରେଶ ଚନ୍ଦ୍ର ରାଉତରାୟ ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଯୋଗଦେଇଥିଲେ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ



Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.