ETV Bharat / city

ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପକୁ ସଚେତନ ନାଗରିକ ମଞ୍ଚର ବିରୋଧ

author img

By

Published : Sep 1, 2021, 11:18 AM IST

ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପକୁ ସଚେତନ ନାଗରିକ ମଞ୍ଚର ବିରୋଧ
ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପକୁ ସଚେତନ ନାଗରିକ ମଞ୍ଚର ବିରୋଧ

ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପକୁ ସଚେତନ ନାଗରିକ ମଞ୍ଚର ବିରୋଧ । ଖରସ୍ରୋତା ବଞ୍ଚିଲେ ଭିତରକନିକା ବଞ୍ଚିବ ନାରା ଲଗାଇ ବିରୋଧ କରିଛନ୍ତି ନାଗରିକ ମଞ୍ଚ । ଅଧିକ ପଢନ୍ତୁ...

ଭୁବନେଶ୍ବର: ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପକୁ ସଚେତନ ନାଗରିକ ମଞ୍ଚର ବିରୋଧ । ଏହି ପାନୀୟ ଜଳ ପ୍ରକଳ୍ପ ଯୋଗୁଁ ଭିତରକନିକା ଜୈବ ବିବିଧତା ବିପନ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଯାହାର ତୀବ୍ର ବିରୋଧ କରିଛନ୍ତି ସଚେତନ ନାଗରିକ ମଞ୍ଚ । ଖରସ୍ରୋତା ବଞ୍ଚିଲେ ଭିତରକନିକା ବଞ୍ଚିବ ନାରା ଲଗାଇ ବିରୋଧ କରିଛନ୍ତି ନାଗରିକ ମଞ୍ଚ ।

ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପକୁ ସଚେତନ ନାଗରିକ ମଞ୍ଚର ବିରୋଧ

ସଂଗଠନ ପକ୍ଷରୁ ଲୋୟର ପିଏମଜି ଠାରେ ଏହି ପ୍ରକଳ୍ପକୁ ସରକାରଙ୍କ ଅଦୂରଦର୍ଶୀ ନିଷ୍ପତି ଭାବେ ନେଉଥିବା ବେଳେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭିତରକନିକାରେ ଲୁଣା ଏବଂ ମଧୁର ଜଳର ଏକ ବିଶେଷ ସମୀକରଣ ଦ୍ବାରା ସୃଷ୍ଟି ହୋଇଥିବା ଜୈବ ବିବିଧତା, ମଧୁର ଜଳର ଅଭାବ ହେତୁ ଆଗକୁ ନଷ୍ଟ ହେବାର ସମ୍ଭାବନା ରହିଛି । ତେଣୁ ସରକାର ଏହି ପ୍ରକଳ୍ପକୁ ତୁରନ୍ତ ବନ୍ଦ କରନ୍ତୁ ଏବଂ ଏକ ବିଶେଷଜ୍ଞ କମିଟି ଦ୍ବାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ କରନ୍ତୁ ବୋଲି ସଂଘ ଦାବି କରିଛି ।

ଭିତରକନିକା ଯାହା ଭାରତର ଦ୍ବିତୀୟ ସର୍ବବୃହତ ହେନ୍ତାଳ ବଣ ଭାବେ ପରିଚିତ । ଏହା ବିଭିନ୍ନ ପ୍ରକାର ପଶୁ ପକ୍ଷୀ ଓ ପ୍ରଜାତିଙ୍କ ମାଧ୍ୟମରେ ଏକ ବିବିଧତା ସୃଷ୍ଟି କରିଛି । ଏହି ହେନ୍ତାଳବଣ ଓଡିଶାକୁ ଅନେକ ମହାବାତ୍ୟାରୁ ରକ୍ଷା କରିଛି । ତେବେ ଖରସ୍ରୋତାରୁ ମଧୁର ଜଳକୁ ଅନ୍ୟତ୍ର ସ୍ଥାନାନ୍ତର ହେଉଥିବାରୁ ଏହା ସିଧାସଳଖ ଭିତରକନିକା ଜୈବ ବିବିଧତା ଉପରେ ପ୍ରଭାବ ପକାଇବ । ତେଣୁ ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ ବିଭିନ୍ନ ପରିବେଶବିତ ଏବଂ ବୁଦ୍ଧିଜୀବୀ ଏହାକୁ ବିରୋଧ କରୁଥିବାବେଳେ, ପରିବେଶବିତ ଶ୍ରୀକାନ୍ତ ନାୟକ ଗତ ୨୧ଦିନ ଧରି ଆମରଣ ଅନଶନରେ ଅଛନ୍ତି ।

ସରକାର ବଳ ପୂର୍ବକ ପ୍ରଥମେ ତାଙ୍କୁ ଅନଶନ ସ୍ଥଳରୁ ଉଠାଇ ନେବା ପରେ କେନ୍ଦ୍ରାପଡା ଏବଂ କଟକ ବଡ଼ ମେଡିକାଲ ସ୍ତାନାନ୍ତର ଅତ୍ୟନ୍ତ ନିନ୍ଦନୀୟ । ତେଣୁ ରାଜ୍ୟ ସରକାର ଜଳ ସଂରକ୍ଷଣ ପାଇଁ ସେପରି କିଛି ଆଖି ଦୃଶିଆ ପଦକ୍ଷେପ ନେଇ ପାରୁନାହାନ୍ତି । ବିଭିନ୍ନ ନଦୀରୁ ଜଳକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯିବା ଫଳରେ ସ୍ଥାନୀୟ ଲୋକଙ୍କ ଜୀବିକା ହରାଇବେ ବୋଲି କହିଛନତି ସଂଘ ସଦସ୍ୟ କାହ୍ନୁଚରଣ ବେଉରା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତଙ୍କ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.