ETV Bharat / city

ଧର୍ମେନ୍ଦ୍ରଙ୍କ DMF ଟାର୍ଗେଟ ପରେ ସୁବାସଙ୍କ CSR ଚାଲ

author img

By

Published : Jan 7, 2022, 9:03 PM IST

ରାଜ୍ୟ ସରକାର DMFକୁ ସଠିକ ଭାବେ ପରିଚାଳନା କରୁନଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ । ଅଧିକ ପଢ଼ନ୍ତୁ

ଧର୍ମେନ୍ଦ୍ରଙ୍କ DMF ଟାର୍ଗେଟ ପରେ ସୁବାସଙ୍କ CSR ଚାଲ
ଧର୍ମେନ୍ଦ୍ରଙ୍କ DMF ଟାର୍ଗେଟ ପରେ ସୁବାସଙ୍କ CSR ଚାଲ

ଭୁବନେଶ୍ବର: ରାଜ୍ୟ ସରକାର DMF(District Mineral Fund)କୁ ସଠିକ ଭାବେ ପରିଚାଳନା କରୁନଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର DMFକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ । DMF ତଥ୍ୟ ନରଖି କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ସଂସ୍ଥାର CSR ବାବଦରେ ଓଲଟି ପ୍ରଶ୍ନ କରିଛନ୍ତି ସାଂସଦ ସୁବାସ ସିଂ ।

ଧର୍ମେନ୍ଦ୍ରଙ୍କ DMF ଟାର୍ଗେଟ ପରେ ସୁବାସଙ୍କ CSR ଚାଲ

ବିଜେଡି ସାଂସଦ ସୁବାସ ସିଂ କହିଛନ୍ତି ଯେ, "CSRକୁ ନେଇ ରାଜ୍ୟ ଦୁଃଖରେ ଅଛି । ଏହି ପ୍ରସଙ୍ଗ ନେଇ ଦଳ ସଂସଦରେ ଉଠାଇଥିଲା । ପାରାଦ୍ୱୀପ ପୋର୍ଟ 750ରୁ 1000 କୋଟି ଟଙ୍କା ଲାଭ କରୁଛି । ପୋର୍ଟ ଅଧୀନରେ ଥିବା ରାସ୍ତା ମରାମତି ହୋଇପାରୁନାହିଁ । ପୋର୍ଟ ପକ୍ଷରୁ ଏହାକୁ ମରାମତି କରାଯାଇ ପାରୁ ନାହିଁ । ସେହି ଟଙ୍କା ସବୁ ପିଏମ କେୟାର୍ସକୁ ଯାଉଛି । ଧୂଳି, କୋଇଲା ଗୁଣ୍ଡ ରାଜ୍ୟବାସୀ ନେବେ । ଲାଭ ପୋର୍ଟ ନେବ ।"

ପୋର୍ଟ ଅଧିନରେ ଥିବା ହସ୍ପିଟାଲ ଓ ସ୍ୱଚ୍ଛ ପାଣି କଥା କିଏ ବୁଝିବ ବୋଲି ସୁବାସ ପ୍ରଶ୍ନ କରିଛନ୍ତି । କେତେ ସିଏସଆର ଫଣ୍ଡ ବ୍ୟବହାର ହୋଇଛି ଏହାର ଉତ୍ତର କେନ୍ଦ୍ରମନ୍ତ୍ରୀ ଦିଅନ୍ତୁ ବୋଲି ସେ କହିଛନ୍ତି । ରାଜ୍ୟର 12 ଟି ଜିଲ୍ଲାରେ DMF କାର୍ଯ୍ୟକାରୀ ହେଉଛି । ସେଥିରେ ଥିବା ସମସ୍ୟା ସମାଧାନ କରିବା ପାଇଁ କମ୍ପାନୀ ସହ ମିଶି ସରକାର କାର୍ଯ୍ୟ କରୁଛନ୍ତି । ଓଡ଼ିଶାର ଏ ସବୁ କାର୍ଯ୍ୟରେ ବହୁତ ଆଗରେ ଅଛି ବୋଲି ସୁବାସ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.