ETV Bharat / city

କୋଟିଆ ବିବାଦ; ପ୍ରତିକ୍ରିୟା ରଖିଲେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି

author img

By

Published : Feb 19, 2021, 1:23 PM IST

Updated : Feb 19, 2021, 1:37 PM IST

ସୁଦାମ ମାରାଣ୍ଡି
ସୁଦାମ ମାରାଣ୍ଡି

କୋଟିଆ ପ୍ରସଙ୍ଗରେ ଉତ୍ତର ରଖିଲେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି । ଅଧିକ ପଢନ୍ତୁ...

ଭୁବନେଶ୍ବର: କୋଟିଆ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରତିକ୍ରିୟା ରଖିଛନ୍ତି । ମାମଲା ଏବେ ସୁପ୍ରିମକୋର୍ଟରେ ରହିଛି । ଆଶା କରୁଛି ଓଡିଶା ନ୍ୟାୟ ପାଇବ ବୋଲି ସେ କହିଛନ୍ତି ।

କୋଟିଆ ବିବାଦ

କଣ୍ଟାବାଞ୍ଜିର କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ବିଧାନସଭାରେ ପଚାରିଥିବା ଏକ ଅଣ ତାରକା ପ୍ରଶ୍ନରେ ଉତ୍ତର ରଖିଛନ୍ତି ମନ୍ତ୍ରୀ । ଓଡିଶା ଆନ୍ଧ୍ର ସୀମାରେ ଥିବା କେତେ ଖଣ୍ଡ କୋଟିଆ ପୁଞ୍ଜ ସମୂହ ଗାଁକୁ ଆନ୍ଧ୍ର ନିଜ ଅଞ୍ଚଳ ବୋଲି ଦାବି କରୁଛି । ରାଜ୍ୟ ସରକାର କୋଟିଆ ପୁଞ୍ଜର ବିକାଶ ପାଇଁ କି କି ପଦକ୍ଷେପ ନେଇଛନ୍ତି । ଆନ୍ଧ୍ର ତୁଳନାରେ ଓଡିଶା ଏହି ସୀମାନ୍ତ ଅଞ୍ଚଳରେ ବିକାଶ କରୁନଥିବା କଥା ସତ୍ୟ କି ବୋଲି ସାଲୁଜା ପଚାରିଥିଲେ । ଯାହାର ଉତ୍ତର ଦେଇଛନ୍ତି ମନ୍ତ୍ରୀ ।

କୋଟିଆ ବିବାଦ
କୋଟିଆ ବିବାଦ

ଓଡିଶା-ଆନ୍ଧ୍ର ପ୍ରଦେଶ ସୀମାନ୍ତରେ 21 ଗୋଟି ରାଜସ୍ବ ଗ୍ରାମକୁ କୋଟିଆ ଗ୍ରାମପୁଞ୍ଜ ଭାବେ ଗ୍ରହଣ କରାଯାଉଛି । ତେବେ ସୁପ୍ରିମକୋର୍ଟଙ୍କ 2006 ମସିହା ମାର୍ଚ୍ଚ 30 ରାୟରେ ( OS No. ୧୦ / ୧୯୬୮ ) ଉଭୟ ଓଡିଶା ଏବଂ ଆନ୍ଧ୍ର ପ୍ରଦେଶକୁ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ସ୍ପଷ୍ଟ କରାଯାଇଛି । ରାଜ୍ୟ ସରକାର କୋଟିଆ ଗ୍ରାମପୁଞ୍ଜର ବହୁବିଧ ବିକାଶ ପାଇଁ 15ସୂତ୍ରୀ ବିକାଶ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ସେ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ।

ସେହିପରି ଅନେକ ବିକାଶ ମୂଳକ କାର୍ଯ୍ୟ କୋଟିଆରେ ଜାରି ରହିଛି । ଯାହା ଭିତରେ ରାସ୍ତାଘାଟ ନିର୍ମାଣ, ଡାକ୍ତରଖାନା, ହାଟ ବଜାର ବିକାଶ, ବିଦ୍ୟୁତ୍ କରଣ, ବିଭିନ୍ନ ସରକାରୀ ଅଫିସ ପାଇଁ ଭିତ୍ତିଭୂମି ବିକାଶ ଓ ବ୍ୟାଙ୍କିଂ ବ୍ୟବସ୍ଥା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଭିନ୍ନ ଜନହିତକର କାର୍ଯ୍ୟକ୍ରମର ସମୀକ୍ଷା ନିମନ୍ତେ ସରକାର ରାଜସ୍ବ ପର୍ଷଦ ସଭ୍ୟଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି ବୋଲି ମଧ୍ୟ ମନ୍ତ୍ରୀ ଦର୍ଶାଇଛନ୍ତି ।

ଆନ୍ଧ୍ର ପ୍ରଦେଶ ସୀମାନ୍ତରେ ରହୁଥିବା ଓଡିଶାବାସୀଙ୍କ ସର୍ବବିଧ ବିକାଶ ନିମନ୍ତେ ରାଜ୍ୟ ସରକାର ପ୍ରତିଶ୍ରୁତି ବଦ୍ଧ । ଆନ୍ଧ୍ର ପ୍ରଦେଶ ସରକାର ଓଡିଶା ତୁଳନାରେ ସୀମାନ୍ତ ଅଞ୍ଚଳ ବିକାଶ କରୁଥିବା କଥା ସତ୍ୟ ନୁହେଁ । ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟିଆ ଅଞ୍ଚଳର ବିକାଶ ପାଇଁ 19.30 କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।

ସେପଟେ କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । କୋଟିଆ ପାଇଁ ସମୟ ଦେଇପାରୁନାହାନ୍ତି । ଏଥିରୁ ଜଣାପଡୁଛି ବିଜେଡି ଆଗ ପାର୍ଟି ପାଇଁ କାମ କରୁଛି, ମାଟି ପାଇଁ ସମୟ ନାହିଁ । କଳାହାଣ୍ଡି ଓ ରାଉରକେଲା ପାଇଁ ସମୟ ଅଛି କୋଟିଆ ପାଇଁ ନାହିଁ । ଏହା ରାଜ୍ୟ ସରକାରଙ୍କ ବିଫଳ ବୋଲି ବିରୋଧୀ ଦଳ ମୁଖ୍ୟସଚେତକ ମୋହନ ମାଝୀ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ ଓ ଭବନୀ ଶଙ୍କର ଦାସ, ଇଟିଭି ଭାରତ

Last Updated :Feb 19, 2021, 1:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.